ଏହି ସାଙ୍ଘାତିକ କାରଣ ପାଇଁ ଆଖି ବୁଜିଥିଲେ ୱାଜିଦ

0 756

ଆଉ ନାହାନ୍ତି ବଲିଉଡର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍ । ଗାୟକ ୱାଜିଦ୍‍ ଖାନଙ୍କ ଭାଇ ସାଜିଦ୍‍ ଖାନଙ୍କ ସହ ମିଶି ବଲିଉଡ ଚଳଚ୍ଚିତ୍ରରେ ବହୁ ଲୋକପ୍ରିୟ ଗୀତ ଗାଇଛନ୍ତି ୱାଜିଦ୍ । ଆଉ ଆଜି ତାଙ୍କ ବିୟୋଗରେ ବୁଡ଼ି ରହିଛି ପୂରା ବଲିଉଡ୍ ।

ଅଭିନେତା ସଲମନ ଖାନଙ୍କ ଚଳଚ୍ଚିତ୍ର ‘ୱାଣ୍ଟେଡ’, ‘ମୁଝସେ ଶାଦି କରୋଗି’, ‘ଏକ ଥା ଟାଇଗର’, ‘ଦବଙ୍ଗ’ ଆଦି ଲୋକପ୍ରିୟ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି ୱାଜିଦ । ନିକଟରେ ଏହି ଯୋଡି ଜନ ଅବ୍ରହମଙ୍କ ଅଭିନୀତ ‘ସତ୍ୟମେବ ଜୟତେ’ରେ ଗୀତ ଗାଇଛନ୍ତି । ସଲମନ ଖାନଙ୍କ ଚଳଚ୍ଚିତ୍ର ‘ଦବଙ୍ଗ’ ଗୀତ ପାଇଁ ଏହି ଯୋଡିକୁ ୨୦୧୧ରେ ଫିଲ୍ମଫେୟାର ପୁରସ୍କାର ପାଇସାରିଛନ୍ତି ।

ୱାଜିଦ୍ ଙ୍କ ବିୟୋଗରେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ୱାଜିଦଙ୍କୁ ନମସ୍ତେ ଓ ଶ୍ରଦ୍ଧାଞ୍ଜଳି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା । ମ୍ରୁତ୍ୟୁ ତ ଦୁଃଖଦ ତେବେ କମ୍ ବୟସରେ ମ୍ରୁତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ବିଶେଷକରି ମୋ’ଠାରୁ କମ୍ ବୟସର କେହି ବି ମ୍ରୁତ୍ୟୁ ବରଣକରିବାର ଖବର ମିଳିଲେ ମୁଁ ସ୍ୱତଃ ଦୁଃଖୀ ହୁଏ । ଭାବେ କିଛି ଭୁଲ କଲେ ନଚେତ୍ ଏମିତି ହେଲା କାହିଁକି ? ବୋଲି ଫେସବୁକ୍ ରେ ଲେଖିଛନ୍ତି ବସନ୍ତ ତ୍ରିପାଠୀ ନାମକ ଜଣେ ୟୁଜର୍ସ ।

ବଲିଉଡର ଦବଙ୍ଗ ବୟ ସଲମାନ ଖାନଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ୱାଜିଦ୍ ଖାନ୍ । ଏପିରିକି ସଲମାନଙ୍କ ଅଭିନୀତ ପ୍ୟାର କିୟା ତୋ ଡରନା କ୍ୟା ଚଳଚ୍ଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ତେରେ ନାମ୍, ୱାଂଟେଡ୍, ଦବଙ୍ଗ, ଏକ ଥା ଟାଇଗର୍, ପାର୍ଟନର, ମୁଝ ସେ ସାଦି କରୋଗୀ, ହେଲୋ, ଗଡ୍ ତୁ ସି ଗ୍ରେଟ୍ ହୋ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଯାଏଁ ଥିଲା ୱାଜିଦଙ୍କ ସଙ୍ଗୀତ ଯାତ୍ରା ।

ଆଉ ଗାୟକ ଭାବେ ସେ ହୁଡ ହୁଡ ଦବଙ୍ଗ ଦବଙ୍ଗ ଠାରୁ ଆରମ୍ଭ କରି ଫେଭିକଲ୍ ସେ, ଚିନ୍ତା ତା ଚିନ୍ତା ଚିନ୍ତା ଏବଂ ଜଲୱା ଭଳି ଅନେକ ଦମଦାର ଗୀତ ଗାଇ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ତେବେ ଶେଷ ଥର ପାଇଁ ନିକଟରେ ରିଲିଜ ହୋଇଥିବା ସଲମାନଙ୍କ ଭାଇ-ଭାଇ ଗୀତ କମ୍ପୋଜ କରିଥିଲେ ୱାଜିଦ୍ ଖାନ୍ ।

Leave A Reply

Your email address will not be published.