ଭୁବନେଶ୍ୱର: ଗୋଟେ ପଟେ ରାଜ୍ୟ ସରକାର ଓଡ଼ିଶାରେ କରୋନା ଭାଇରସ ବିରୋଧରେ ଯୁଦ୍ଧଦେହିଂ ଡାକରା ଦେଇଥିବା ବେଳେ ଅନ୍ୟପଟେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଦେଇଛି ।
ଗତକାଲି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଥିବା ବେଳେ ଆଜି ଏହା ୬ରେ ପହଞ୍ଚିଛି । ତେଣୁ ଏହାକୁ ଘମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର । ତିନୋଟି ସହର ଯଥା ଭୁବନେଶ୍ୱର, କଟକ ଓ ଭଦ୍ରକ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ତେବେ ଆଜି ଷଷ୍ଠ ବ୍ୟକ୍ତି କରୋନା ଭୁତାଣୁ ରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସରକାର ଏଭଳି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।
ତେବେ ଷଷ୍ଠ ବ୍ୟକ୍ତି କରୋନା ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ବିଷୟରେ ସ୍ଵାସ୍ଥ୍ୟ ବିଭାଗ ଟ୍ୱିଟ କରି ଜଣାଇଛି । ସେ କିଛି ଦିନ ତଳେ ଦିଲ୍ଲୀ ରୁ ଓଡ଼ିଶା ଫେରିଥିବା ସୂଚନା ମିଳିଛି ଏବଂ ତାଙ୍କ ଘର କଟକ ସହରରେ ବୋଲି ଜଣାପଡିଛି ।
ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବ ପରେ ରାଜ୍ୟ ସରକାର କଟକ ସହର କୁ ଆଜି ରାତି ୮ଟା ରୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦେଇଛନ୍ତି । ଏହି କିଛି ଘଣ୍ଟା ପୂର୍ବରୁ ସରକାର ଭୁବନେଶ୍ୱର ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଘୋଷଣା କରିଥିଲେ ।
ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଏହି ୩ଟି ସହର ।