କଥା କୁହା ଫଟୋ: ବିଦେଶୀ ଭାଇରସ କୁ ଭଗେଇଦେବ, ଫଟୋ ଦେଖନ୍ତୁ ସବୁ ଜାଣି ପାରିବେ…

0 500

ଶୁଣା କଥା ବ୍ୟୁରୋ: ‘କଥା କୁହେ ଫଟୋ ‘ କେବଳ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଙ୍କ ପାଇଁ ନୁହେଁ ଏହି ଉକ୍ତି ଆମ ସମସ୍ତଙ୍କ ପାଇଁ ଆଜି ବେଶ୍ ଗୁରୁତ୍ୱ ରଖେ। ଆଜି ଆମେ ଏ ବିଷୟରେ ଆପଣକୁ ଜଣାଇବୁ ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ଅନ୍ୟମାନେ ବେଶ୍ ପଶନ୍ଦ କରିଛନ୍ତି । କେବଳ ପସନ୍ଦ ନୁହେଁ ଏହା ସେମାନଙ୍କୁ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହିଁ । ଜଣେ ଚିତ୍ରକର ଏମିତି ଏକ ଆକର୍ଷଣୀୟ ଓ ପ୍ରେରଣାଦାୟୀ ଚିତ୍ର ଅଙ୍କିଚନ୍ତି ଯାହାକୁ ଦେଖିଲେ ଆପଣ ବି ପସନ୍ଦ କରିବେ ।

ଚିତ୍ରରେ ଦର୍ଶାଯାଇଛି ଯେ, କରୋନା ଭାଇରସ ଭାରତ କୁ ପ୍ରବେଶ କରିବାକୁ ପ୍ରୟାସ କରିଛନ୍ତି କିନ୍ତୁ ଭାରତ ଘରର କବାଟ କୁ କିଛି ଛୋଟ ଛୋଟ ପିଲା ଅବରୋଧ କରିଛନ୍ତି । ସେମାନଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ କରୋନା ର ମୁକାବିଲା ପାଇଁ ସେହି କବାଟ ରୁପି ଭାରତ ମାନଚିତ୍ର କୁ ସୁରକ୍ଷା ଦେଉଛନ୍ତି ।

ଏହାର ଅର୍ଥ ହେଲା ଭାରତକୁ ପ୍ରବେଶ କରିବାକୁ ଉଦ୍ୟତ ହେଉଥିବା କରୋନା କୁ ଅଟକାଇବାକୁ ଆମେ ସମସ୍ତେ ଲାଗିପଡିଛନ୍ତି । ଏଭଳି ସମୟରେ ଆମେ ମାନେ ମଧ୍ୟ ଦମ୍ଭର ସହ ଛିଡ଼ା ହୋଇ ଏହାର ମୁକାବିଲା କରିବା ।

Leave A Reply

Your email address will not be published.