କରୋନାକୁ ଡରିଲେଣି ପ୍ରେମୀ ଯୁଗଳ: ଧରିତ୍ରୀ

0 495

ଶୁଣାକଥା ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କରୋନା ଭୟ । ସାରା ରାଜ୍ୟରେ ସତେ ଯେମିତି ଆଲର୍ଟ ଜାରି ହୋଇଛି । ଖବର ଅନୁସାରେ ରାଜଧାନୀ ଭୁବନେଶ୍ଵର ରେ ପ୍ରଥମ କରୋନା ସନ୍ଦିଗ୍ଧ ଙ୍କ ରକ୍ତ ନମୁନା ପଜିଟିଭ୍ ପ୍ରମାଣିତ ହୋଇଛି । ବିଭିନ୍ନ ଗଣମାଧ୍ୟମ ମେଡିକାଲ୍ ରିପୋର୍ଟ ଆଧାରରେ ଏହି ଖବର ପ୍ରସାରଣ କରିଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ଏବେ ସେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଯେଉଁ ଯୁବକ କରୋନା ଆକ୍ରାନ୍ତ ହୋଇଛନ୍ତି ସେ ଇଟାଲୀରୁ ଆସି ଥିବା ଦାବି କରାଯାଉଛି ।

ରାଜ୍ୟର ପ୍ରମୁଖ ନ୍ୟୁଜ ଚ୍ୟାନେଲ ‘ଓଟିଭି’ ର ତଥ୍ୟ ଅନୁସାରେ ସଂପୃକ୍ତ ଯୁବକ ୧୨ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ତାଙ୍କ ରକ୍ତ ନମୂନା ରିପୋର୍ଟ ଆସିବା ପରେ ତାହା ପଜେଟିଭ୍ ଥିବା ଜଣା ପଡ଼ିଥିଲା। ଏହାକୁ ନେଇ ଭୁବନେଶ୍ବର ସମେତ ସାରା ରାଜ୍ୟରେ ଭୟ ବଢ଼ିଛି । ରାଜ୍ୟ ସରକାର କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇ ନଥିଲେ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ।

ଆଉ ଏଭଳି ସମୟରେ ଓଡ଼ିଶା ର ଲୋକୋପ୍ରୀୟ ଦୈନିକ ‘ଧରିତ୍ରୀ’ ଏକ କରୋନା ସମ୍ପର୍କିତ ଏକ ଆଲେଖ୍ୟ ନିଜ ସୋସିଆଲ ମିଡ଼ିଆ ପେଜ୍ ରେ ପୋଷ୍ଟ କରିଛି । ଉକ୍ତ ଖବରର ବିସ୍ତୃତ ବିବରଣୀ ଆପଣଙ୍କ ପଢ଼ିବା ପାଇଁ ଏଠାରେ ଆମେ ଅବିକଳ ପୋଷ୍ଟ କରୁଛୁ …

ଧରିତ୍ରୀ ର ଆଲେଖ୍ୟ ଅନୁସାରେ କଥାରେ ଅଛି ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’ । ମାତ୍ର କରୋନା ଭାଇରସ୍‌ ଏପରି ଏକ ମହାମାରୀ ଯାହାକୁ ପ୍ରେମୀଯୁଗଳ ବି ଡରିଲେଣି । ଏହି ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହା ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ପ୍ରଭାବିତ କରିଛି । ଏହା ଏକ ସଂକ୍ରମିତ ରୋଗ ହୋଇଥିବାରୁ ଶପିଂ ମଲ୍‌, ପାର୍କ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯାହାର ପ୍ରଭାବ ବିଶେଷଭାବେ ପ୍ରେମୀଯୁଗଳଙ୍କ ଉପରେ ପଡ଼ିଛି ।

ଜଣେ ୨୯ ବର୍ଷୀୟ ଭାରତୀୟ ଯୁବକ କୁହନ୍ତି, ଯେ ପର୍ଯ୍ୟନ୍ତ ଏହି ମହାମାରୀ ସମ୍ପୂର୍ଣ୍ଣ ଭାବରେ ନ କମିଛି ସେତେଦିନ ପର୍ଯ୍ୟନ୍ତ ସେ ଡେଟ୍‌ରେ ଯିବେ ନାହିଁ । ସେ କୁହନ୍ତି, ୨୦୧୪ରେ ହୋଇଥିବା ଇବୋଲା ପରେ ଏହା ଦ୍ୱିତୀୟ । କରୋନା ଯୋଗୁ ସେ ତାଙ୍କ ଡେଟ୍‌ ମଧ୍ୟ ବାତିଲ କରିଦେଇଛନ୍ତି ।

ଜନସମାଗମଠାରୁ ଦୂରେଇ ରହିବା କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ସବୁଠାରୁ ଭଲ ଉପାୟ । ଅନ୍ୟମାନଙ୍କ ସହ ମିଳାମିଶାକୁ କମ୍‌ କରିବା ନିହାତି ଜରୁରୀ । ଏମିତି ରୋଚକ ଖବର ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ।

Leave A Reply

Your email address will not be published.