କରୋନା: ମେଡ୍ ଇନ୍ ଚାଇନା, ଏ ସବୁ ହାସଲ କରିବା ଲକ୍ଷ୍ୟ ନୁହେଁ ତ?

0 562

ସାରା ବିଶ୍ୱବାସୀ ଜାଣିଛନ୍ତି ଯେ, କରୋନା ଭାଇରାସ ଚିନ୍ ରୁ ଦେଶରୁ ଦେଶ ବୁଲି ହଜାର ହଜାର ଲୋକଙ୍କ ଜୀବନ ନେଲାଣି । ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଏ ପର୍ଯ୍ୟନ୍ତ ଏହାର ପ୍ରତିଶେଧକମୂଳକ ଉପଚାର କୁ ନେଇ ସେତେଟା ସଫଳତା ମିଳିନଥିଲେ ମଧ୍ୟ ଖୁବ ଶୀଘ୍ର ଏହାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡିଛନ୍ତି ।

ଆଉ ଏହି ସମୟରେ ଏମିତି ଖବର ସବୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଛି ଯାହା ସମସ୍ତଙ୍କୁ ହତବାକ କରୁଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବା ଏବଂ ସେ ଅନୁପାତରେ ମୃତ୍ୟ ମଧ୍ୟ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଏବେ ଚିନ୍ତା ଅଧିକ ବଢ଼ିଛି ।

କୁହାଯାଉଛି ଆମେରିକା ସହ ଚାଲିଥିବା ଟ୍ରେଡ୍ ୱାରକୁ ଟକ୍କର ଦେବାକୁ ଚୀନ୍ ଏଭଳି ବାୟୋଲଜିକାଲ ୱିପେନର ବ୍ୟବହାର କରୁଛି । ନିଜକୁ ଆମେରିକା ସ୍ଥାନରେ ଦେଖିବାକୁ ଚାହୁଁଥିବା ଏବଂ ସାରା ବିଶ୍ୱର ଅର୍ଥନୈତିକ ଏବଂ ରାଜନୈତିକ ସ୍ଥିତିକୁ ନିଜେ ନିୟନ୍ତ୍ରଣ କରିବାର ଲାଳସାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏମିତି କରୁଥିବା କୁହାଯାଉଛି ।

ଆମେରିକା ପକ୍ଷରୁ ବାରମ୍ବାର ଏହି କରୋନା ଭାଇରସ ଚୀନ୍ ନିର୍ମିତ ଏବଂ ବିକଶିତ ବୋଲି କୁହାଯାଉଛି । କ୍ଷମତା ଲୋଭି ଚୀନ ବହୁ ପୂର୍ବରୁ ଏହି ଭାଇରସର ପରୀକ୍ଷଣ କରୁଥିଲା ଏବଂ ମୃତ୍ୟୁର ସୌଦାଗର ସାଜି ଉହାନରୁ ମୃତ୍ୟୁର ଖେଳ ଆରମ୍ଭ କରିଥିବା ଦାବି କରାଯାଉଛି ।

ଏନେଇ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଦସ୍ତାବିଜ ସହ ଏହାର ପୃଷ୍ଟି କରାଯାଉଛି । ଏହି ଆଶଙ୍କାକୁ ଅଧିକ ସତ ସାବ୍ୟସ୍ତ କରୁଛି ଏହି ଘଟଣା । ଚୀନ ପକ୍ଷରୁ ଦାବି କରାଯାଉଛି ଯେ, ଆସନ୍ତା ଚାରି ସପ୍ତାହ ମଧ୍ୟରେ ସମଗ୍ର ବିଶ୍ୱ ପରିବର୍ତ୍ତନ ହେବ । ଅର୍ଥାତ୍ ଏହା ପୂର୍ବ ପରି ସମାନ ହେବ । କରୋନା ଜୀବାଣୁ ବା ଭୂତାଣୁଙ୍କ ଦ୍ୱାରା ନୂତନ ରୋଗ ହ୍ରାସ ପାଇବ । ଚୀନ୍‌ର ସବୁଠୁ ବଡ କରୋନା ଜୀବାଣୁ ବିଶେଷଜ୍ଞ ଏହି ଦାବି କରିଛନ୍ତି ।

ଏହା ମଧ୍ୟ ପୂର୍ବାନୁମାନ କରିଛି ଯେ ଚାଇନାରେ ଆଉ କରୋନା ଭାଇରସ ସଂକ୍ରମଣ ମାମଲା ସାମ୍ନାକୁ ଆସିବ ନାହିଁ । ଡକ୍ଟର ଜୋଙ୍ଗ ନାନଶାନଙ୍କ ଦ୍ୱାରା ପୂର୍ବାନୁମାନ କରାଯାଇଥିବା ଏହି ତଥ୍ୟକୁ ନେଇ ମଧ୍ୟ ଅନେକ ଚୀନ୍ ର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏହା ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)କୁ ଚୀନ୍‌ କହିଥିଲା ଯେ, ଉହାନ୍‌ର ଏକ ମାଛ ବଜାରରୁ ଏହି ଭାଇସ୍‌ ବ୍ୟାପିଛି । ତେବେ ଭାଇରସ୍‌ ଚୀନ୍‌ରୁ ଆସିନାହିଁ ଏବଂ ଏହା ବାହାରୁ ଚୀନ୍‌କୁ ଆସିଛି । ଏହା ସହିତ ଚୀନ୍‌ ନିୟମିତ ବ୍ୟବଧାନରେ ଆମେରିକା ହିଁ କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ବୋଲି କହିଆସୁଛି ।

ଅନ୍ତର୍ଜାତୀୟ କୂଟନୀତିରେ ବେଶ୍‌ ପାରଙ୍ଗମ ଚୀନ୍‌ ମଧ୍ୟ ଏ ନେଇ ସମର୍ଥନ ଯୋଗାଡ଼ ପ୍ରୟାସରେ ରହିଛି । ଅନ୍ୟପକ୍ଷରେ ଆମେରିକା ମଧ୍ୟ ଚୀନ୍‌ର ପ୍ରତିଟି ଅଭିଯୋଗର କଡ଼ା ଜବାବ ଦେଉଛି । କରୋନା ଭାଇରସ୍‌ ନେଇ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ମିଥ୍ୟା ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟକଳାପ ଧରା ପଡ଼ିଯାଇଛି ବୋଲି ଆମେରିକା କହିଛି ।

Leave A Reply

Your email address will not be published.