କାହିଁକି ଭଉଣୀକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି ଉତ୍ତର କୋରିୟାର ହେଡ କିମ୍ ଜୋଙ୍ଗ୍? କାରଣ କିଛି ଚକିତ କଲା ଭଳି ରହିଛି…

2 1,174

ଉତ୍ତର କୋରିୟାର ମୁଖ୍ୟ ନେତା କିମ୍ ଜୋଙ୍ଗ୍ ଉନଙ୍କ ଭଉଣୀ କିମ୍ ୟୋ ଜୋଙ୍ଗଙ୍କୁ ନିକଟ ଦିନରେ କେତେକ ମୁଖ୍ୟ ଦାୟୀତ୍ୱ ମିଳିଛି । ତେବେ ଦକ୍ଷିଣ କୋରିୟାର ଗୁଇନ୍ଦା ସଂସ୍ଥା ଗୁଡ଼ିକର କହିବା ଅନୁସାରେ କିମଙ୍କ ନିକଟରେ ଏବେ ମଧ୍ୟ ଖୁବ ଶକ୍ତି ଥିବାବେଳେ ସେ ନିଜ ଉପରୁ ଚାପ ହଟାଇବା ପାଇଁ କିଛି ଦାୟୀତ୍ୱ ନିଜ ସାନ ଭଉଣୀ ଉପରେ ଛାଡିବାକୁ ଚାହୁଁଛନ୍ତି । ତେବେ ବିଧାନସଭାରେ ଏହା ଘୋଷଣା ହୋଇ ସାରିଲାଣି ।

ୟୋ ଜୋଙ୍ଗ୍ କିଏ?

୨୬ ସେପ୍ଟେମ୍ବର ୧୯୮୭କୁ ଜନ୍ମ ହୋଇଥିବା କିମ ୟୋ ଜୋଙ୍ଗ କୋରିୟାର ତାନାଶାହଙ୍କ ଠାରୁ ୪ ବର୍ଷ ସାନ । ୟୋ ଉତ୍ତର କୋରିୟାରେ ସିନିଅର ସେକେଣ୍ଡରୀ କରିଥିଲେ ଏବଂ ପରେ କିମ ଇଲ ସୁଙ୍ଗ ମିଲିଟ୍ରି ୟୁନିଭର୍ସିଟିରେ ପଢିଲେ । ଏହାପରର ପାଠପଢା ପାଇଁ ସେ ସ୍ୱିଜରଲ୍ୟାଣ୍ଡ ଯାଇଥିଲେ । ସେଠାରେ ସେ ୨୦୦୦ ମସିହାରେ ପଢା ଶେଷ କରି ଘରକୁ ଫେରିଥିଲେ । ଖବର ଅନୁସାରେ ଏହି ସମୟରେ ସେ ସେଠାରେ ନାମ ବଦଳାଇ ରହୁଥିଲେ । ସେହି ସମୟରେ ମଧ୍ୟ ତାଙ୍କ ପାଖାପାଖି ସୁରକ୍ଷାକର୍ମୀ ଉପସ୍ଥିତ ରହୁଥିଲେ ।

ୟୋ କାହା ସହିତ ବିଶେଷ ମିଳାମିଶା କରୁନଥିବାରୁ ତାଙ୍କର କେହି ଭଲ ବନ୍ଧୁ ନଥିଲେ । କୁହାଯାଉଛି ଉତ୍ତର କୋରିୟାର ଆଇସୋଲେଟ ରହିବାର ପଲିସି ପାଇଁ ୟୋ ଏଭଳି କରୁଥିଲେ । ତାଙ୍କ ଉପରକୁ କାହାର ଧ୍ୟାନ ନ ଯାଉ ସେଥିପାଇଁ ସେ ବିଶ୍ୱ ବିଦ୍ୟାଳୟର ଛାତ୍ର ରାଜନୀତିରୁ ମଧ୍ୟ ଦୂରେଇ ରହିଥିଲେ ।

ମିଡିଆ ଏବଂ ଦୁନିଆରୁ ନିଜକୁ ଅଲଗା ରଖୁଥିବା ତାନଶାହ ପରିବାରର ଏହି ଝିଅ ପ୍ରଥମ ଥର ୨୦୧୦ରେ ତାଙ୍କ ବାପାଙ୍କ ସହିତ ଓ୍ୱର୍କର୍ସ ପାର୍ଟି ଅଫ କୋରିୟା ଫଙ୍କସନରେ ନଜର ଆସିଥିଲେ । ଏହାର ୩ ବର୍ଷ ପରେ ସେ ତାଙ୍କ ବାପାଙ୍କ ମୃତ୍ୟୁର ଅନ୍ତିମ ସଂସ୍କାରରେ ସାମ୍ନାକୁ ଆସିଥିଲେ । କିନ୍ତୁ ରାଜନୀତିରେ ତାଙ୍କର ବାସ୍ତବ ସକ୍ରିୟତା ୨୦୧୪ରୁ ଆରମ୍ଭ ହେଲା । ତାହା ପରଠାରୁ ସେ ରାଜନୀତିରେ ତାଙ୍କ ଭାଇକୁ ସାହାଯ୍ୟ କଲେ ।

ଆଞ୍ଚଳିକ ଭାଷା ବ୍ୟତୀତ ଇଂରାଜୀ ଏବଂ ଜର୍ମାନୀ ଭାଷା ଜାଣିଥିବା ୟୋ ଜୋଙ୍ଗ ନିଜ ଦଳର ସେକ୍ରଟାରୀ ଚୋଏ ଯୋଙ୍ଗଙ୍କ ପୁଅକୁ ବିବାହ କରିଥିଲେ, ଯାହାର ପ୍ରାୟ ୫ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ତାହା ପରଠାରୁ ଉତ୍ତର କୋରିୟା ରାଜନୀତିରେ ୟୋ ଜୋଙ୍ଗଙ୍କୁ ସକ୍ରିୟ ଥିବାର ଦେଖିବାକୁ ମିଳିଲା ।

ନିକଟରେ ୟୋଙ୍କୁ ଦେଶର ନିଷ୍ପତ୍ତି ନେଉଥିବା ସବୁଠାରୁ ବଡ଼ ସଙ୍ଗଠନ ପଲିଟବ୍ୟୁରୋର ବୈକଳ୍ପିକ ସଦସ୍ୟ କରାଯାଇଛି । ଜୋ ୟୋଙ୍ଗଙ୍କୁ ଗତ ବର୍ଷ ଏହି ପଦରୁ ହଟାଇ ଦିଆଯାଇଛି । ଏହା ପଛରେ ହନୋଇରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥାବାର୍ତ୍ତା ବିଫଳ ହୋଇଥିବା କାରଣ ରହିଛି ବୋଲି କୁହାଯାଉଛି ।

ନିଜେ ତାନଶାହ କିମ ତାଙ୍କ ଭଉଣୀକୁ ଦଣ୍ଡ ସ୍ୱରୂପ ଏହି ପଦରୁ ବହିଷ୍କୃତ କରିଥିଲେ । ୨୦୧୮ରେ ହୋଇଥିବା Pyeongchang Olympics ସମୟରେ ୟୋ ଜୋଙ୍ଗ ନିଜ ଦେଶର ନେତୃତ୍ୱ ନେଇଥିଲେ । ଏବେ କୁହାଯାଉଛି କିମଙ୍କ ଭଉଣୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇପାରେ । ୟୋ ତାଙ୍କ ଭାଇଙ୍କୁ ରାଜନୀତିରେ ସାହାଯ୍ୟ କରିବା ସହିତ ତାଙ୍କ ସୁରକ୍ଷା ଦାୟୀତ୍ୱ ମଧ୍ୟ ନେଇଛନ୍ତି ।

ସବୁଠାରୁ ଖାସ କଥା ହେଉଛି ହନୋଇର ଏକ ସଭାରେ ତାନଶାହ ସିଗାରେଟ ଟାଣୁଥିବା ସମୟରେ ସେଥିରୁ ପଡ଼ୁଥିବା ଗୁଣ୍ଡକୁ ୟୋ ଏକ ଟ୍ରେରେ ରଖୁଥିଲେ । କାରଣ ସେ ଚାହୁଁନଥିଲେ ତାଙ୍କ ଭାଇଙ୍କ ଡିଏନଏ ସାମ୍ପଲ ଅନ୍ୟ କୌଣସି ଦେଶର ଏଜେନ୍ସ ହାତରେ ଲାଗୁ । ଏହା ସହିତ ତାଙ୍କ ଭାଇଙ୍କୁ ଦିଆ ଯାଉଥିବା ଫୁଲତୋଡ଼ାକୁ ପ୍ରଥମେ ସେ ନେଇ ଆସୁଥିଲେ ।

କୁହାଯାଉଛି ୟୋ ଜୋଙ୍ଗଙ୍କର ସେହି ଦୁଇ ଅନୁଷ୍ଠାନ ଉପରେ ଖୁବ ଦଖଲ ରହିଛି ଯେଉଁଠାରେ ସମସ୍ତ ହାର୍ଡ଼ କ୍ୟାଶ ଜମା ହୁଏ । ସେହି ଅଫିସ ୩୮ ଏବଂ ୩୯ ନାମରେ ଜଣାଶୁଣା । ଅବଶ୍ୟ ଏହା ବିଷୟରେ କୌଣସି ସୂଚନା ମିଳିନାହିଁ ।

2 Comments
  1. Mens Watch Replicas says

    great touch to the best watch at present.

  2. Arnulfo says

    nice/thank you

Leave A Reply

Your email address will not be published.