ଗାଳି ଖାଇବା ପରେ ବି ସୁଧୁରୁନାହାନ୍ତି ‘ମେଟ୍ରିକ ଫେଲ୍’ ଫେମ୍ ଅନୁଭବ; ପୁଣି ହେଲେ ଟ୍ରୋଲ

0 860

କଥାରେ କୁହନ୍ତିନି ବଡ଼ ଲୋକଙ୍କୁ ଉତ୍ତର ନାହିଁ, ଶଗଡ଼କୁ ନିଶୁଣି ନାହିଁ । ହଁ ଆଜ୍ଞା ଆମ କେନ୍ଦ୍ରାପଡ଼ା ସାଂସଦ ବର୍ତ୍ତମାନ ଏମିତି ନିଜକୁ ଉପସ୍ଥାପନ କରୁଛନ୍ତି ଯେମିତି ତାଙ୍କୁ କିଏ କିଛି କହିପାରିବନି ?

ଲୋକେ କୁଆଡ଼େ ତାଙ୍କୁ ସମାଲୋଚନା କରିପାରିବେନି? ବାରମ୍ବାର ନିଜ ହରକତ ପାଇଁ ସମସ୍ୟାରେ ପଡୁଥିବା କେନ୍ଦ୍ରାପଡ଼ାର ବିଜେଡି ସାଂସଦ ଅନୁଭବ ପୁଣି ସମାଲୋଚକଙ୍କୁ ନାଲି ଆଖି ଦେଖାଉଛନ୍ତି ।

କଥା କଣ କି ଆଜ୍ଞା ମେଟ୍ରିକ୍ ଫେଲ୍ ଫେମ୍ ଅଭିନେତା ଅନୁଭବ ମହାନ୍ତି ଯେଉଁଦିନ ଠାରୁ ରାଜନୀତିରେ ପାଦ ଦେଲେଣି ସେବେଠୁ ଆଜ୍ଞାଙ୍କର ବୁଦ୍ଧି ବାଟବଣା ହୋଇ ଗଲାଣି । ନିଜକୁ କଳିଙ୍ଗ ଷଣ୍ଢ ସହ ତୁଳନା କରୁଥିବା ଅନୁଭବ ନିଜର ଫିଲ୍ମିଆ ଷ୍ଟାଇଲ ପାଇଁ ସବୁ ସମୟରେ ସମାଲୋଚନା ହୋଇ ଆସୁଛନ୍ତି ।

ଆଉ ଏବେ ଜଣେ ଲୋକ ପ୍ରତିନିଧି ହୋଇ ଅଭିନେତା ସଲମାନ ଖାନଙ୍କୁ ରାତି ଅଧରେ ସୋସିଆଲ ମିଡିଆ ପୋଷ୍ଟରେ ଗୋଟେ ଲାଇକ ମାଗିବାକୁ ସହଜରେ କେହି ଗ୍ରହଣ କରିପାରିଲେ ନାହିଁ । ଆଉ ଏହାକୁ ନେଇ ନେଟିଜେନ୍ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ କଥା । ହେଲେ ବାବୁ ସାଂସଦ ଆମର କିନ୍ତୁ କଣ କଲେ ପୁଣି ଥରେ ସିରିଜ୍ ଟ୍ୱିଟ କରି ନିଜ ସଫେଇ ଦେଇଛନ୍ତି ।

ରବିବାର ଅଧରାତିରେ ପୁଣି ସିରିଜ୍ ଅଫ୍ ଟ୍ୱିଟ୍ କରି ଦେଇଥିବା ସଫେଇରେ କହିଛନ୍ତି ମୁଁ ମୋ ବାଲ୍ୟ କାଳରୁ ଆଦର୍ଶ ମାନୁଥିବା ସଲମାନ ଖାନ ଙ୍କୁ ଲାଇକ ମାଗି କଣ ଅସୁବିଧା ହୋଇଲା ? ମୋ ବ୍ୟକ୍ତିଗତ ଓ ପାରିବାରିକ କଥାକୁ ନେଇ କାହିଁକି ଗସିପ୍ ହେଉଛି ବୋଲି କହି ନିନ୍ଦୁକଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.