ଦୁଃଖୀଙ୍କ ଅଭାବ ଦେଖି ଦୁଃଖିକି ? ସେବା ପାଇଁ ଗଲାବେଳେ କ୍ୟାମେରା ଘରେ ଛାଡ଼ି ଯାଆନ୍ତୁ, ସେବା ବେଳେ ଫୋନ୍ ପକେଟରୁ ବାହାର କରନ୍ତୁନି, ନହେଲେ…

0 789

ଡିଜିଟାଲ ଜମାନାରେ ସେବା ବି ଡିଜିଟାଲ ହୋଇଗଲାଣି । କହିବାର ଅର୍ଥ ଏହା ଯେ, ସେବା କର ସେଲଫି ନିଅ ସୋସିଆଲ ମିଡିଆରେ ଅପଲୋଡ କର । ଆଉ ତା ପରେ ….ରାଜ୍ୟ, ଦେଶ ଏବଂ ବିଦେଶରେ ବର୍ତ୍ତମାନ ମହାମାରୀ କରୋନାର କହର । ସବୁଠି ଏହାକୁ ନେଇ ଭୟ, ଆତଙ୍କ ଓ ଅନିଶ୍ଚିତତା । ଅନିଶ୍ଚିତତା ଏଇଥି ପାଇଁ କାହିଁକି ନା କରୋନାତ ହାନୀକାରକ କିନ୍ତୁ ଅଧିକ ବିପର୍ଯ୍ୟୟ ଆଣିଛି ସେଇ ମାନଙ୍କ ପାଇଁ ଯେଉଁମାନେ ଦିନସାରା ମୁଲ ଲାଗିଲେ ଦି ଓଳି ପେଟକୁ ଭାତ ମିଳେ ।

ଏବେ ଦେଶ ବନ୍ଦ, ରାଜ୍ୟ ବନ୍ଦ ଆଉ ଘର ଭିତରେ ବନ୍ଦୀ ଜୀବନ ବିତାଉଛନ୍ତି ଲୋକେ । ଦୋକାନୀ ବି ତାଲା ପକାଇ ଘରେ ରହିଛି । ଆଉ ଏପଟେ ଗରିବ ପାଖରେ ଅର୍ଥ ନାହିଁ । ଯାହା ଥିଲା କାହିଁ କେଉଁ କାଳରୁ ସରିଆସିଲାଣି । ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଜୀବନ । ସତେ ଯେମିତି ଦୁର୍ବିସହ ହୋଇଗଲାଣି । ମନଟା ମରିବାକୁ ବି ବସିଲାଣି । ଆଉ ଏଭଳି ସମୟରେ ବଦାନ୍ୟତା ଦେଖାଇବାକୁ ଅନେକ ଆଗକୁ ଆସନ୍ତି ।

ସେବା ତ ଯୋଗାଇ ଦିଅନ୍ତି କିନ୍ତୁ ଅପ୍ରସ୍ତୁତ ଭାବେ ସେମାନେ ସେଲଫି ନିଅନ୍ତି ଆଉ ଏହା ହିଁ ସେମାନଙ୍କୁ ଅସହଜ ଲାଗେ । ସେବା ନାମରେ ଆତ୍ମ ପ୍ରଚାରରେ ବଳି ପଡ଼ନ୍ତି ବିଚାରା ଦିନ ମଜୁରିଆ ଓ ଅଭାବି ମଣିଷଟେ । ତେଣୁ କାହାକୁ ଉପହାସ ନୁହେଁ ପାରିବେ ଯଦି କିଛି ଏମିତି ଉପହାର ଦିଅନ୍ତୁ ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।

Leave A Reply

Your email address will not be published.