ପତିତ ପାବନ ବାନା ରେ ନିଆଁ: ସୋସିଆଲ ମିଡିଆରେ ଏମିତି ଆସିଲା ପ୍ରତିକ୍ରିୟା, ଏହି ଖବରକୁ ଅଧିକରୁ ଅଧିକ ସେୟାର କରନ୍ତୁ..

0 513

ଗତକାଲି ପାପମୋଚନୀ ଏକାଦଶୀରେ ମହାଦୀପରୁ ଝୁଲ ପଡି ଶ୍ରୀମନ୍ଦିର ନୀଳଚକ୍ର ବନାରେ ନିଆଁ ଲାଗିଯାଇଥିଲା l ଏହା ନିଶ୍ଚିତ ଏକ ଦୁର୍ଘଟଣା ହୋଇଥିଲେ ବି ଏଭଳି ଅଘଟଣ ପୂର୍ବରୁ କେବେ ଘଟିନଥିବା କୁହାଯାଉଛି l ତେବେ କେଉଁଠି କେହି ସେଭଳି କିଛି ଭୁଲ କାମ କରିଥିବାରୁ ଏହା ହେଉଛି ମହାପ୍ରଭୁଙ୍କ ସତର୍କ ଘଣ୍ଟି ବୋଲି ଆମକୁ ବୁଝିବାକୁ ପଡିବ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି l

ଅନେକଙ୍କ ମଧ୍ୟରୁ ଜଣେ ଉଲ୍ଲେଖ କରିଛନ୍ତି ଯେ, ‘ସିଏ ତ ଆଉ କଥା କହିବେନି, ଯାହା ଦେଖାଇବା କଥା ସେସବୁ ସାଙ୍କେତିକରେ ଦେଖାଉଛନ୍ତି l ସେଥିରୁ ଭକ୍ତଙ୍କୁ ବୁଝିବାକୁ ପଡ଼ିବ l ଅପରାଧ ହୋଇଥିଲେ କ୍ଷମା କରିଦିଅ ମହାପ୍ରଭୁ l ଜଗତର କଲ୍ୟାଣ ହେଉ ବୋଲି ନିଜ ନିଜ ପୋଷ୍ଟ ରେ ଉଲ୍ଲେଖ କରିଛନ୍ତି ।

ଜୟ ଜଗନ୍ନାଥ କହି ଅନ୍ୟ ଜଣେ ନିଜ ଫେସେବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ, ନିର୍ଣ୍ଣୟ ମହାପ୍ରଭୁଙ୍କ ଓ ସେବାୟତଙ୍କ ବିନା ପରାମର୍ଶ ରେ ନେଵାର ଏକ ଜ୍ୱଳନ୍ତ ଉଦାହରଣ ।

ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିବା ପ୍ରତିକ୍ରିୟା ହେଉଛି ଯେ, ‘ଜଗତର ମଙ୍ଗଳ ପାଇଁ ମହାପ୍ରଭୁଙ୍କ ଜଗତର ନାଥ ଜଗନ୍ନାଥଙ୍କ ଆଜ୍ଞା‌ରେ ଅଗ୍ନି ଦେବ ବାନା ରେ ସଂଯୋଗ ହୋଇ ବାୟୁ ଦେବଙ୍କ ସାହାର୍ଯ୍ୟ କରୋନା ଜୀବାଣୁ କୁ ନଷ୍ଟ କରିବା ପାଇଁ ମହାପ୍ରଭୁଙ୍କର ଏହା ଏକ ଲୀଳା ହୋଇଥାଇପାରେ ବୋଲି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ଜଣେ ଭକ୍ତ ଲେଖିଛନ୍ତି ।

ଆପଣ ଏହି ଘଟଣା କୁ ନେଇ କଣ ଭାବୁଛନ୍ତି ଆମକୁ ପ୍ରତିକ୍ରିୟା ରଖନ୍ତୁ ।

Leave A Reply

Your email address will not be published.