ପୁରାତନ କାଳରେ ରାଜାଙ୍କୁ କିପରି ଆକୃଷ୍ଠ କରୁଥିଲେ ରାଣୀ

0 531

ପୁରାତନ ଶାସ୍ତ୍ରରେ ଦେଖିବାକୁ ମିଳିଛି ସାଧାରଣତଃ ରାଣୀ ଏବଂ ରାଜକୁମାରୀ ମାନେ ବହୁ ସୁନ୍ଦର ରହୁଥିଲେ । ଏଣୁ ସେହି ସମୟରେ ରାଣୀଙ୍କୁ ପ୍ରକୃତିର ସୌନ୍ଦର୍ଯ୍ୟ ତଥା ଜହ୍ନତାରା ସହ ତୁଳନା କରୁଥିଲେ । ତେବେ ଅନେକ ସମୟରେ ସମସ୍ତଙ୍କ ମନରେ ଧାରଣା ଆସିଥାଏ କିପରି ସେହି ସମୟରେ ବିନା କୌଣସି ମେକଅପ୍‌ କିପରି ଏତେ ଆର୍କଷଣୀୟ ଲାଗୁଥିଲେ । କାଣର ସେହି ସମୟରେ ବର୍ତ୍ତମାନ ବଜାରରେ ଉପଲବ୍ଧି ହେଉଥିବା ନାନାଧି ପ୍ରକାରର ସୌନ୍ଦର୍ଯ୍ୟ ଉପକରଣର ଉପସ୍ଥିତ ହେଉନଥିଲା । ତେବେ ଆଜି ଆମେ ପୁରାତନ କାଳର ସେହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଯାଉଛୁ । ଆସନ୍ତୁ ଜାଣିବା ରାଣୀ ମାନଙ୍କର ସୌନ୍ଦର୍ଯ୍ୟତାର ରହସ୍ୟ ।

ଗୋଲାପ ଜଳରେ ଗାଧୋଇବା : ରାଣୀ ମାନେ ଗାଧୋଉବା ପାଣିରେ ପ୍ରାୟତଃ ଗୋଲାପର ପାଖୁଡ଼ା ପକାଉଥିଲେ । ଏହା ଦ୍ୱାରା ତାଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ମିଳିବା ସହ ତ୍ୱଚାରେ ଉଜ୍ୱଳତାରେ ରହୁଥିଲେ । ରାଜା ଯେତେବେଳେ ରାଣୀଙ୍କୁ ସ୍ପର୍ଷ କରୁଥିଲେ ତାଙ୍କୁ କୋମଳ ଲାଗୁଥିଲା ।

ବିୟର ସୌନ୍ଦର୍ଯ୍ୟ ଉପଚାର : ପୁରାତନ କାଳରେ ରାଣୀମାନେ ତ୍ୱଚାକୁ କୋମଳ ଏବଂ ଚିକ୍କଣ କରିବା ପାଇଁ କ୍ଷୀର ପାଉଡ଼ର , ଅଣ୍ଡାର ଧଳା ଅଂଶ, ଲେମ୍ବୁ ରସ ଏବଂ ବିୟରକୁ ଏକତ୍ରିତ ଭାବେ ମିଶ୍ରଣ କରୁଥିଲେ । ଏହା ଦ୍ୱାରା ମୃତ କୋଷିକା ଗୁଡ଼ିକ ବାହାରି ଯିବା ସହ ତ୍ୱଚା କୋମଳ ହୋଇଥାଏ ।

Avocado ବ୍ୟବହାର : ମୁଖରୁ କଳା ଦାଗ ଦୂର କରିବା ସହ ତ୍ୱଚାର ରଙ୍ଗ ନିଖାରି ଥାଏ Avocado ଫେସ ମାକ୍ସ ଆବଶ୍ୟକତା ହୋଇଥାଏ । ଏହା ସହ Avocado ଖାଇବା ଦ୍ୱାରା ଏହା ଶରୀର ଗଢ଼ଣ ସଠିକ ରଖିଥାଏ ।

କେଶ ପାଇଁ olive oil : ନାରୀର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିଥାଏ ଲମ୍ବା ଓ କଳା କେଶ । ପୁରାତନ କାଳରେ ରାଣୀ ମାନଙ୍କ ଲମ୍ବା ଏବଂ କଳା କେଶ ସମସ୍ତଙ୍କ ଆର୍କଷଣର କେନ୍ଦ୍ର ପାଲିଟିଥାଏ । କାରଣ ରାଣୀ ମାନେ କେଶରେ ମହୁ ଏବଂ olive oilର ବ୍ୟବହାର କରୁଥିଲେ ।

ଗଧକ୍ଷୀରରେ ଗାଧୋଇବା  : ପୁରାତ କାଳରେ ରାଜା ରାଣୀ ମାନେ କ୍ଷୀରରେ ଗାଧୋଇବା ଆପଣ ଶୁଣିଥିବେ ।ଖାଲି କ୍ଷୀର ନୁହଁ ବରଂ ଗଧକ୍ଷୀର ସହ oliveoil ଆଉ ମହୁ ମିଶ୍ରିତ ହୋଇଥାଏ । ଏହା ସଂପୂର୍ଣ୍ଣ ଶରୀରର ସୌନ୍ଦର୍ଯ୍ୟତାକୁ ନିଖୁଣ ରଖିବା ସହ ଆୟୁଷ କମ ଦେଖାଇଥାଏ ।

Leave A Reply

Your email address will not be published.