ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନାସଙ୍କ ସହ ଏକ ଭିଡିଓ ଗୀତରେ ନଜର ଆସିଛନ୍ତି। ଏହି ଗୀତର ନାମ ହେଉଛି ‘‘What A Man Gotta Do” ଏହି ଭିଡିଓରେ ଉଭୟ ପ୍ରିୟଙ୍କା ଏବଂ ନିକ ଧଳା ସାର୍ଟରେ ନଜର ଆସିଛନ୍ତି ତାହାସହ ପ୍ରିୟଙ୍କା ଏହି ଲୁକରେ ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି |
ଗୀତର ଆରମ୍ଭରେ, ନିକ ଜୋନାସ ବିନା ପ୍ୟାଣ୍ଟରେ ପ୍ରବେଶ କରି ପ୍ରିୟଙ୍କାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି | ଏହି ଗୀତରେ ନିକଙ୍କ ଭାଇ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ନଜର ଆସିଛନ୍ତି। ଏହି ଗୀତରେ ଉଭୟ ପ୍ରିୟଙ୍କା ଏବଂ ନିକ କେବଳ ସାର୍ଟରେ ନାଚୁଥିବାର ନଜର ଆସିଛନ୍ତି। ପ୍ରିୟଙ୍କାଙ୍କ ଏହି ଶୌଳୀ ଅତ୍ୟନ୍ତ ଅନନ୍ୟ ଏବଂ ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି ହେଲେ ପ୍ୟାଣ୍ଟ ପିନ୍ଧି ନଥିବାରୁ ଅନେକ ଲୋକଙ୍କ ଦ୍ବାରା ସେ ଟ୍ରୋଲର ଶିକାର ହୋଇଛନ୍ତି , ସୋସିଆଲ ମିଡିଆରେ ଅନେକ ଲୋକ ଏହି ଗୀତ ପାଇଁ ପ୍ରିୟଙ୍କାଙ୍କୁ ସମା ଲୋଚନା କରିବାକୁ ପଛେଇ ନାହାଁନ୍ତି , କିଛି ଲୋକ ପ୍ରିୟଙ୍କା ଙ୍କୁ ଅସଭ୍ୟ ଓ ଅଭଦ୍ର ମଧ୍ୟ କହି ଛନ୍ତି |
https://www.youtube.com/watch?v=Vx27ZvXaq3Y
କିଛି ଲୋକ ଏହା କହି ଟ୍ରୋଲ ମଧ୍ୟ କରିଛନ୍ତି କି ବିଶ୍ବର ଏଭଳି ବିପଦ ମୁହୁର୍ତ୍ତରେ ପ୍ରିୟଙ୍କା କିପରି ନାଚି ପାରୁଛନ୍ତି , କରୋନା ମୁକାବିଲା ପାଇଁ ଭାରତ ବିଭିନ୍ନ ନାମିଦାମୀ କଳାକାର ଅନେକ କିଛି ଦାନ କରୁଥିବା ବେଳେ, ଏବେ ଜାଏ ପ୍ରିୟଙ୍କା କିଛି ବି ଦାନ କରି ନାହାଁନ୍ତି , ଯେଉଁଥି ପାଇଁ ସେ ଲୋକ ଆକ୍ରୋଶର ଶିକାର ହୋଇଛନ୍ତି |