ବଡ଼ ଠାକୁରଙ୍କ ବଡ଼ ଦେଉଳରେ ବଡ଼ ଅଘଟଣ: ବଡ଼ ଦାଣ୍ଡରେ ଦିଶିଲା ବଡ଼ ନେତରେ ନିଆଁ ଲାଗିବା ବେଳର ଲାଇଭ୍ ଦୃଶ୍ୟ; ସତ ହେବାକୁ ଯାଉଛି କି ମାଳିକା କଥା

0 480

କଥାରେ ଅଛି ରଖେ ହରି ତ ମାରେ କିଏ, ଆଉ ମାରେ ହରି ତ ରଖେ କିଏ । ହରୀଙ୍କ ଉପରେ ଯଦି ବିପତି ଆସେ ତେବେ କଣ ହେବ? ହଁ ଆଜି ଆମେ ଏ ବିଷୟରେ କହିବାକୁ ଯାଉଛୁ ।

ଗତକାଲି ଅଚାନକ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନାରେ ଅଗ୍ନି ସଂଯୋଗ ହୋଇଯାଇଥିଲା । କୁହାଯାଉଛି ଯେ, ଗତକାଲି ଏକାଦଶି ତିଥି ଥିବାରୁ ନୀତି ନିୟମ ଅନୁସାରେ ସେବକ ମାନେ ମହାଦୀପ ଉଠାଇବାକୁ ଯାଇଥିଲେ । ଆଉ ଏହି ସମୟରେ ନୀଳଚକ୍ର ପତିତ ପାବନ ବାନାରେ ନିଆଁ ଲାଗିଯାଇଥିଲା ।

ନିଆଁ ଯେ କୌଣସି କାରଣରୁ ଲାଗୁନା କାହିଁକି ଏହାକୁ କିନ୍ତୁ ଯେ କେହି ଅମଙ୍ଗଳ ସହ ଯୋଡ଼ିବେ । କେବଳ ଯୋଡିବେନି ବରଂ ଏହାକୁ ନେଇ ଆତଙ୍କିତ ଏବଂ ଆଶଙ୍କାରେ ରହିଛନ୍ତି । ଆଗରୁ ଏମିତି କେବେ ହୋଇନଥିଲା ଆଉ ଏବେ ଯେତେବେଳେ ମହାମାରୀ କରୋନା ମତିଛି ଲୋକଂକ ମନରେ ଆଶଙ୍କା ବଢିବା ସ୍ଵାଭାବିକ ବୋଲି କହିବାକୁ ପଛାଉ ନାହାନ୍ତି ଲୋକେ ।

Leave A Reply

Your email address will not be published.