ଲକଡାଉନ କଣ ? ଏହା କାହିଁକି କରାଯାଏ ?? ଏହା କଣ ; ପ୍ରଥମ ଥର ପାଇଁ ଭାରତ ଇତିହାସରେ ଏକ ନୂତନ ବ୍ୟବସ୍ଥା ???
ଦ୍ବାପର ଯୁଗରେ ମଧ୍ୟ ଏହାର ଜ୍ଵଳନ୍ତ ଉଦାହରଣ ଅଛି। ମହାଭାରତର ସମୟରେ ଦୁର୍ଯ୍ୟୋଧନ କୁରୁକ୍ଷେତ୍ର ରଣଭୂମିରେ 100 ଭାଇ, ସୈନ୍ୟସାମନ୍ତ, ପିତାମହ ଭୀଷ୍ମ,ଗୁରୁ ଦ୍ରୋଣ,ନିଜର ଆତ୍ମୀୟସ୍ଵଜନଙ୍କୁ ହରାଇବା ପରେ ବ୍ୟତିବସ୍ତ ହୋଇ ମାନ-ସରୋବରରେ ଲକ୍ଡାଉନ୍ ହୋଇ ରହିଥିଲେ । ସେ ମାନଗୋବିନ୍ଦ। ତାଙ୍କ ଚାଲିରେ ପଦ୍ମ ଫୁଟେ ; କାନ୍ଧରେ ଲକ୍ଷ୍ମୀ ବାସ କରନ୍ତି। ଦେବ ଦେବ ମହାଦେବଙ୍କର ବର ପୁତ୍ର। ମାତା ଗାନ୍ଧାରୀଙ୍କ ତପ ବଳରେ ବଳୀୟାନ। ଶକୁନିର କୁ-ଚକ୍ରପାଇଁ ସେ ଜୀବନରେ ଭୁଲ୍ କରିଚାଲିଲେ। ଶେଷରେ ମାତା ଲକ୍ଷ୍ମୀ ତାଙ୍କୁ ଆଦେଶ ଦେଲେ ମାନ-ସରୋବରରେ ଲକ୍ଡାଉନ୍ ହୋଇ ରହିବାକୁ ଏବଂ କହିଲେ,” ଯଦି ଭୀମର ତିନୋଟି ରଡି(ଡାକ)କୁ କ୍ରୋଧ ନ କରି ତୁ ସମ୍ଭାଳି ପାରିବୁ,ତାହେଲେ ତୁ ଅବଶ୍ୟ ବିଜୟୀ ହେବୁ।
କିନ୍ତୁ ଭୀମର ଦ୍ବିତୀୟ ରଡି ଦୁର୍ଯ୍ୟୋଧନ ସମ୍ଭାଳି ନ ପାରି ମାନ-ସରୋବରରୁ ବାହାରି ଆସିଲା ; ତା ପରେ ତା’ ଅବସ୍ଥା ଯାହାହେଲା ସମସ୍ତେ ଜାଣନ୍ତି।

ସେହିପରି ଆଜିର ସମୟ। ମଣିଷ ସମାଜ ନିଜର ସୁଖ ଆନନ୍ଦ ଲାଳସା ପାଇଁ ପ୍ରକୃତି ଉପରେ ଅତ୍ୟାଚାର କରିଚାଲିଛି। ଅନ୍ୟ ଜୀବଜନ୍ତୁଙ୍କ ବଂଶ ଲୋପ କରୁଛି। ସେଥିପାଇଁ ଆଜି ବିପଦ ମୁଖରେ ମଣିଷ ସମାଜ ପଡିଛି।  ଦୁର୍ଯ୍ୟୋଧନ ପରି ମଣିଷ ଆଜି ଲକ୍-ଡାଉନ୍ ହୋଇଛି। ଭୀମ ରୂପରେ ‘କରୋନା’ ରଡି କରି ବାହାରକୁ ଆସିବା ପାଇଁ କହୁଛି।

ସମୟ ଆସିଛି ସେ ରଡି ସମ୍ଭାଳି ଘରେ ଲକ୍_ଡାଉନ୍ ହୋଇ ରହିବାକୁ। ସମ୍ଭାଳି ନ ପାରି ବାହାରକୁ ଗଲେ ବିପଦରେ ପଡିବା ସୁନିଶ୍ଚିତ।
ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ଘରେ ରୁହନ୍ତୁ ; ସୁରକ୍ଷିତ ରୁହନ୍ତୁ।