ଶୋଇବା ସମୟରେ ସାଧାରଣଥଃ କାହାର ଧ୍ୟାନ ରହିନଥାଏ କେଉଁ ଦିଗ ଆଡ଼କୁ ମୁଣ୍ଡ କରି ରହିବା ଉଚିତ । ଯେଉଁ ଦିଗକୁ ଇଛା ହେଲେ ସେହି ଆଡ଼କୁ ମୁଣ୍ଡ କରି ଶୋଇ ପଡ଼ନ୍ତି । ତେବେ କିଛି ବ୍ୟକ୍ତି ନିୟମ ମାନି ଉଚିତ ଦିଗକୁ ମୁଣ୍ଡ କରି ଶୋଇଥିବା ବେଳେ ଆଉ କିଛି ମନମାନି ଦିଗକୁ ମୁଣ୍ଡ କରି ଶୋଇଥାନ୍ତି । ଆୟୁର୍ବେଦ ଏବଂ ଜ୍ୟୋତିର୍ବିଜ୍ଞାନ ଅନୁସାରେ ଭୁଲ ଦିଗକୁ ମୁଣ୍ଡ କରି ଶୋଇବା ଅଭ୍ୟାସ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା କ’ଣ ହୋଇଥାଏ।

ଶୋଇବା ପାଇଁ ପୂର୍ବ ଦିଗ ସବୁଠାରୁ ଉତ୍ତମ। ପୂର୍ବକୁ ମୁଣ୍ଡ କରି ଶୋଇଲେ ସ୍ମରଣଶକ୍ତି, କାର୍ଯ୍ୟ ଦକ୍ଷତା, ଜ୍ଞାନ ଆଦି ବୃଦ୍ଧି ପାଇଥାଏ। -କେବେ ମଧ୍ୟ ଭୁଲରେ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ । ଏହି ଦିଗକୁ ମୁଣ୍ଡ କରି ଶୋଇଲେ ବିଶାଦ, ଦୁଃଖ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ।

ଉତ୍ତରକୁ ଆଦୌ ମୁଣ୍ଡ କରି ଶୁଅନ୍ତୁ ନାହିଁ। ଏହି ଦିଗକୁ ମୁଣ୍ଡ କରି ଶୋଇବା ସବୁଠାରୁ ଖରାପ ହୋଇଥାଏ। ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହ ଆୟୁ କମ୍‌ ହୋଇଥାଏ। -ଦକ୍ଷିଣକୁ ମୁଣ୍ଡ କରି ଶୋଇଲେ ଆୟୁଷ ବୃଦ୍ଧି ହୋଇଥାଏ। ଏଥିସହିତ ମସ୍ତିଷ୍କ ଏବଂ ଶାରୀରିକ ଶକ୍ତି ବି ବୃଦ୍ଧି ପାଇଥାଏ।