ସମ୍ଭୋଗ କଲେ ମିଳେ ଚିକ୍କଣ ଚର୍ମ ଏବଂ କେଶ

0 848

ବର୍ତ୍ତମାନ ପ୍ରାୟ ସମସ୍ତ ପାଖରେ କେଶ ଝଡ଼ିବା ଏବଂ ଚର୍ମ ଜଡ଼ିତ ଅସୁବିଧା ଦେଖିବାପାଇଁ ମିଳୁଛି । କିନ୍ତୁ ଆପଣ ଜାଣିଛନ୍ତି ପ୍ରତିଦିନ ଭଲ ଭାବେ ସମ୍ଭୋଗ କରିବା ଦ୍ୱାରା ମିଳିଥାଏ ଭଲ କେଶ ଓ ଚର୍ମ । ଏପରିକି ଏହା ସହ ଜଡ଼ିତ ସମସ୍ତ ଅସୁବିଧାର ମଧ୍ୟ ସମାଧାନ ହୋଇଥାଏ ବୋଲି ଏକ ଗବେଷଣାରୁ ପ୍ରମାଣିତ ହୋଇଛି ।

“ସମ୍ଭୋଗ ଦ୍ୱାରା ଦୈନିକ ଆମ ଶରୀରରେ ଉର୍ଜା ସୃଷ୍ଟି ହେବା ସହ ଶରୀରର ସୌନ୍ଦର୍ଯ୍ୟତା ବହୁତ ମାତ୍ରାରେ ବୃଦ୍ଦି ହୋଇଥାଏ। ପ୍ରତିଦିନ ଖାଇବା ,ଗାଧୋଇବା ଭଳି ଦୈନିକ କାର୍ଯ୍ୟତାଲିକାରେ ସମ୍ଭୋଗ(ସେକ୍ସ) ମଧ୍ୟ ସାମିଲ କରିବା ଆବଶ୍ୟକ” ବୋଲି କହିଛନ୍ତି ଜିଓଗେରିଆର ସେକ୍ସୋଲୋଜିଷ୍ଟ ଡ଼ାକ୍ତର ଗ୍ଳୋରିଆ ଜି ବ୍ଲାମର ।ଏଥିପାଇଁ କୁହାଯାଇ ଥାଏ ବିବାହ ପରେ ମହିଳା ମାନଙ୍କର ସୌନ୍ଦର୍ଯ୍ୟ ଅଧିକ ମାତ୍ରାରେ ବଢ଼ିଯାଇଥାଏ।

ବାହାଘର ପରେ ନୂଆ ହୋଇ ଶାଶୁଘରକୁ ଆସିଥିବା ବୋହୂଟିଏ ନିଜ ପତିଙ୍କଠାରୁ ଅନେକ କିଛି ଆଶା ରଖିଥାନ୍ତି।  ଜୀବନର ଏହି ନୂଆ ଯାତ୍ରାକୁ ନିଆରା ଢଙ୍ଗରେ ଆରମ୍ଭ କରିବା ପାଇଁ ପ୍ରତ୍ୟେକ ବୋହୂ ଚାହିଥାଏ। ଯେପରି ତାଙ୍କର ଏହି ଦିନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ। ସେହି ସ୍ମୃତିକୁ ଜୀବନସାରା ହୃଦୟ ଭିତରେ ସଜାଇ ରଖିପାରିବେ। ଚାଲନ୍ତୁ ଜାଣିବା ବାହାଘରର ପ୍ରଥମେ ପ୍ରଥମେ ନୂଆ ବୋହୂଟିଏ ନିଜ ପତିଠାରୁ କ’ଣ କ’ଣ ଆଶା ରଖିଥାନ୍ତି।

ନୂଆ ବାହାହୋଇ ଶାଶୁଘରକୁ ଆସିଥିବା ବୋହୂଟିଏ ଚାହିଥାନ୍ତି ତାଙ୍କ ନୂଆ ଜୀବନର ଆରମ୍ଭ ରୋମାଞ୍ଚକର ଏବଂ ରୋମାନ୍ସଭରା ହେଉ।

ନୂଆ ବୋହୂଟିଏ ଚାହେଁ ତାଙ୍କ ପତି ନିଜର ସମସ୍ତ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ତାଙ୍କର ପରିଚୟ କରାନ୍ତୁ।

ପତି ତାଙ୍କ ପାଇଁ ଏମିତି କିଛି କରନ୍ତୁ, ଯାହା ତାଙ୍କୁ ସ୍ପେସାଲ ଫିଲ୍‌ ହେବ ବୋଲି ନବ ବିବାହିତା ପତ୍ନୀ ଚାହାନ୍ତି।

ଉଭୟେ ଉଭୟଙ୍କ ସହ ଅଧିକରୁ ଅଧିକ ସମୟ ବିତାନ୍ତୁ। ତାଙ୍କ ପତି ତାଙ୍କୁ ବହୁତ ଭଲ ପାଆନ୍ତୁ ବୋଲି ପତ୍ନୀ ଚାହିଥାନ୍ତି।

ଯେତେବେବେଳେ ସମୟ ମିଳିବ ପତି ତାଙ୍କ ସହ ମିଶି ବାପା ମା’ଙ୍କୁ ଭେଟିବା ପାଇଁ ଯିବାକୁ ନୂଆ ବାହା ହୋଇଆସିଥିବା ପତ୍ନୀ ଚାହାନ୍ତି।

ପତିଙ୍କ ସହ ଶପିଂ କରିବାକୁ ଯିବାକୁ ଅଧିକ ଭଲ ପାଆନ୍ତି ନବ ବିବାହିତା ପତ୍ନୀ। ଯାହାଫଳରେ ନିଜ ପସନ୍ଦର କିଛି କିଣାକିଣି କରିପାରିବେ।

Leave A Reply

Your email address will not be published.