ହ୍ୟୁମାନ ସାଗର କୁ ବୁଡାଇ ମରିବ ‘କରୋନା’; କାହିଁକି ଜାଣନ୍ତୁ…

0 503

ଶୁଣା କଥା ବ୍ୟୁରୋ: ସୋସିଆଲ ମିଡିଆରେ ସମାଲୋଚନା ର ସରବ୍ୟ ହେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ନିକଟ ଅତୀତରେ ୟୁଟୁବ୍ ରେ ରିଲିଜ୍ ହୋଇଥିବା ଏକ ମ୍ୟୁଜିକ୍ ଭିଡିଓ କୁ ନେଇ ସେ ବିବାଦକୁ ଆସିଛନ୍ତି । ଆଉ ବିବାଦ ହେଉଛି ଯେ, ହ୍ୟୁମାନ କରୋନା କୁ ନେଇ ଲେଖା ଯାଇଥିବା ଏକ ଗୀତକୁ ଗାଇଛନ୍ତି ଯାହାକୁ ସାଧାରଣ ମହଲରେ ଗ୍ରହଣ କରାଯାଇନାହିଁ ।

ସୋସିଆଲ ମିଡିଆରେ ଏଥିପାଇଁ ତାଙ୍କୁ ନେଇ କଡ଼ା ଆକ୍ଷେପ କରାଯାଇଛି । ଝିଅ, କରୋନା ଓ ଭାଇରସ କୁ ନେଇ ସେ ଏହି ଗୀତ ଗାଇଛନ୍ତି ।

ଗୀତର ଷ୍ଟୁଡିଓ ଭର୍ସନରେ ହ୍ୟୁମାନ ସାଗର ଏହାକୁ ଏକ କମେଡି ଗୀତ ବୋଲି କହିବା ସହିତ ଗୀତର ଲେଖାକୁ ତାରିଫ୍‌ କରୁଥିବାର ଦେଖାଯାଇଛି । ଯାହାକୁ ନାପସନ୍ଦ କରିଛନ୍ତି ସୋସିଆଲ୍‌ ମିଡିଆ ୟୁଜର୍‌ ।

‘ଝିଅ ନୁହେଁ ତୁ କରୋନା ଭାଇରସ ଗୀତ’ଟି ଗତ ମାର୍ଚ୍ଚ ୭ ତାରିଖରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବା ସହିତ ବୁଦ୍ଧିଜୀବୀ ଏହାକୁ ସମୋଲାଚନା କରିଛନ୍ତି ।

Leave A Reply

Your email address will not be published.