ଅଫିସରେ ସହକର୍ମୀଙ୍କୁ ପ୍ରେମ କରୁଛନ୍ତି କି ? ଭୁଲରେ ବି କରନ୍ତୁନି ଏପରି କାମ

0 968

ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା । ପ୍ରେମରେ ମଣିଷ ଭେଦଭାବ କରେନି କି ଜାତିପ୍ରଥ ତଥା ଧର୍ମରେ ବିଶ୍ୱାସ କରେନି । ପ୍ରେମ କେହି ଜାଣି ଜାଣି ବା ବାଧ୍ୟତାମୂଳକ ଭାବେ କରେନି ପ୍ରେମ ହୋଇଯାଏ । ପ୍ରେମରେ ମଣିଷ ଅନେକ କଥା ଶିଖେ, ଆଉ ଅନେକ କଥା ଶିଖାଏ । ପ୍ରେମ କରିବା ଭୁଲ ନୁହେଁ, କିନ୍ତୁ ସ୍ଥାନ କାଳ ପାତ୍ର ଦେଖି ପ୍ରେମ କରିବା ଭଲ । ଆପଣ ଅଫିସରେ କାମ କରୁଛନ୍ତି କି ? ତେବେ ଭୁଲରେ ମଧ୍ୟ ଅଫିସରେ କାହାକୁ ପ୍ରେମ କରନ୍ତୁ ନାହିଁ । ତେବେ ଆପଣ ଭାବୁଥିବେ ସହକର୍ମୀଙ୍କୁ ପ୍ରେମ କରିବାରେ ଅସୁବିଧା କ’ଣ ? ତେବେ ଆସନ୍ତୁ ଜାଣିବା ଏହାର କାରଣ ? ଏପରି କରିବା ଦ୍ୱାରା ଚାକିରି ହରାଇବା ସହ ସମସ୍ତଙ୍କ ଆଗରେ ଆପଣଙ୍କ ଭାବମୂର୍ତ୍ତି ମଧ୍ୟ ମଳିନ ପଡ଼ିବାର ଆଶଙ୍କା ରହିଛି ।

ଅଫିସରେ ଆପଣଙ୍କୁ ବେଳେବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାମ ଦିଆଯାଏ । ତେବେ ଏପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଆପଣ ନିଜ ପ୍ରେମିକା ବା ପ୍ରେମୀ ସହ ବାଂଟିଲେ ହଇରାଣରେ ପଡ଼ିପାରନ୍ତି । କିମ୍ବା ଅପଦସ୍ତ ମଧ୍ୟ ହୋଇପାରନ୍ତି । ତେଣୁ ଏସବୁରୁ ନିବୃତ ହୁଅନ୍ତୁ ।

ପ୍ରେମ ସମ୍ପର୍କକୁ ସବୁବେଳେ ଅଫିସ ବାହାର ରଖିବା ପାଇଁ ଚେଷ୍ଟା କରନ୍ତୁ । କାରଣ ଅଫିସରେ ଯଦି ସହକର୍ମୀଙ୍କ ସହ ଆପଣଙ୍କର ପ୍ରେମ ସମ୍ପର୍କ ଥାଏ, ତେବେ ବିଭିନ୍ନ କଥା ଉଠିବ । ଅନ୍ୟମାନେ ଆପଣଙ୍କୁ ଆଲୋଚନାର ବିଷୟବସ୍ତୁ କରିପାରନ୍ତି ।

ବେଳେବେଳ ପ୍ରେମୀ ଓ ପ୍ରେମିକା ମଧ୍ୟରେ ଝଗଡ଼ା ହୋଇଥିଲେ, ଏହା କାମରେ ପ୍ରତିଫଳିତ ହୁଏ । ତେଣୁ ଏକା ଅଫିସରେ ପ୍ରେମ ସମ୍ପର୍କରେ ରହିଲେ ଅସୁବିଧା ସୃଷ୍ଟି ହେବାର ଅଧିକ ଆଶଙ୍କା ରହିଛି ।

ଆପଣଙ୍କ ପ୍ରେମୀ/ପ୍ରେମିକା ଯଦି ଆପଣଙ୍କ ସହ କାମ କରୁଛନ୍ତି, ତେବେ ତାଙ୍କ କାମରେ ଅଯଥା ହସ୍ତକ୍ଷେପ କରନ୍ତୁ ନାହିଁ । ତାଙ୍କୁ ନିଜ କାମ କରିବା ପାଇଁ ଦିଅନ୍ତୁ । ନହେଲେ ଚାକିରି କ୍ଷେତ୍ରରେ ଅସୁବିଧା ଉପୁଜିପାରେ ।

ତେବେ ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଆଲୋଚନା କରନ୍ତୁ ନାହିଁ । କିମ୍ବା ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲେ ବାହାରେ ପ୍ରକାଶ କରନ୍ତୁ ନାହିଁ । ଏପରି ହେଲେ ଝଗଡ଼ା ବଢ଼ିବା ସହ ସମ୍ପର୍କରେ ତିକ୍ତତା ଆସିବ । ସମ୍ପର୍କ ସୁଧୁରିବା ବଦଳରେ ଅଯଥାରେ ବିଗିଡ଼ିଯିବ

Leave A Reply

Your email address will not be published.