କରୋନା ଯୁଦ୍ଧରେ ସାମିଲ ହେଲେ ସରପଞ୍ଚ ବାବୁ: ଆଗକୁ ଆସିବେ ଆଉ କରିବେ ଏହି ବଡ଼ କାମ

0 705

ବିଶ୍ୱ ଲଢୁଥିବା ମହାମାରୀ କରୋନା ମହାଯୁଦ୍ଧରେ ଏବେ ଗେଣ୍ଡୁଚି ମୂଷା ନୁହେଁ ସେନାପତୀ ଭାବେ କାମ କରିବେ ରାଜ୍ୟର ସବୁ ପଞ୍ଚାୟତର ସରପଞ୍ଚ । ଏହି ନିର୍ବାଚିତ ଜନପ୍ରତିନିଧି ମାନେ କରୋନା ଲଢ଼େଇରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ତାଙ୍କୁ ସର୍ବଶକ୍ତିମାନର ପାୱାର ମଧ୍ୟ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଏବେ ଜଣେ ହାକିମ ବାବୁଙ୍କୁ ସହ ସମାନ କ୍ଷମତା ପାଇବେ ସରପଞ୍ଚ ବାବୁ । ଏନେଇ ନିଜେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସଂକ୍ରାନ୍ତୀୟ ଏକ ଭିଡିଓ ବାର୍ତ୍ତା ଜାରି କରି ପଞ୍ଚାୟତ ସ୍ତରରେ କେମିତି କରୋନା ମୁକାବିଲା କରାଯାଇପାରିବ, ଆକ୍ରାନ୍ତ, ସନ୍ଦିଗ୍ଧ ଏବଂ ବାହାର ଫେରନ୍ତା ଲୋକଙ୍କୁ ଚିହ୍ନଟ ଏବଂ ସେମାନଙ୍କ ଲାଗି ସମସ୍ତ ବ୍ୟବସ୍ଥା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆବଶ୍ୟକ ଆଇନଗତ କ୍ଷମତା ସବୁ ସରପଞ୍ଚଙ୍କୁ ଦିଆଯାଇଥିବା କୁହାଯାଇଛି । ଏବେ ଆସନ୍ତୁ ଜାଣିବା ସରପଞ୍ଚଙ୍କୁ କରୋନା ସମ୍ପର୍କରେ ସମ୍ବୋଧନ କରି କଣ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ….

କ’ଣ କହିଛନ୍ତି ନବୀନ?

ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ୍ ସୁବିଧା କରାଯିବ । ପରିବାର ସଦସ୍ୟ ଏବଂ ବନ୍ଧୁ ପଞ୍ଜିକରଣ କରିପାରିବେ । ରେଜିଷ୍ଟ୍ରେସନ ପରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବା ଜରୁରୀ । ସେମାନଙ୍କୁ ଖାଇବା, ରହିବା, ଚିକିତ୍ସା ମାଗଣାରେ ଯୋଗାଯିବ । କ୍ୱାରେଣ୍ଟାଇନ୍‌ ସରିବା ପରେ ୨ ହଜାର ଟଙ୍କା ମିଳିବ ।

ସେପଟେ କରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ୧୧ ହଜାର ୭୪୮ ସ୍ୱାବ ନମୁନା ପରୀକ୍ଷା ହୋଇଛି । ସେଥିରୁ ୭୯ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତେବେ ବିଭିନ୍ନ କୋଭିଡ ହସ୍ପିଟାଲରେ ଆହୁରି ୫୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ସକ୍ରିୟ ରୋଗୀଙ୍କ ମଧ୍ୟରୁ ଅନେକଙ୍କ ଠାରେ କରୋନା ଲକ୍ଷଣ ନାହିଁ । ଏହି ଭଳି ରୋଗୀ କମ ଦିନ ମଧ୍ୟରେ ସୁସ୍ଥ ହୋଇଯିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

ଓଡ଼ିଶାର ୧୦ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ । ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ବାସିନ୍ଦା । ରାଜଧାନୀ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୯ ଜଣଙ୍କ ଚିକିତ୍ସା ଜାରି ରହିଛି । ପୁରୀ ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.