ପ୍ରୀତିରଞ୍ଜନ ସହ ଝିଲିକଙ୍କ ବିବାହକୁ ନେଇ ଏମିତି କହିଲେ ବାପା ପ୍ରଫୁଲ ଘଡ଼ାଇ…

0 479

ନିଜ ପୁଅ ସହ ଅଭିନେତ୍ରୀ ଝିଲିକ୍ ଙ୍କ ବିବାହକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ବାପା ପ୍ରଫୁଲ୍ଲ ଘଡ଼ାଇ । ଟିଭି ମିଡିଆକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଉଛି ଆପଣମାନେ ବି ସେମାନଙ୍କ ବୈବାହିକ ଜୀବନର ଶୁଭମନାସୀ ଶୁଭେଚ୍ଛା ଜଣାନ୍ତୁ ।

ତେବେ ମିଡିଆର ପ୍ରଶ୍ନ ହୋଇଥିଲା ଯେ, ସୋସିଆଲ ମିଡିଆରେ ଖବର ଗୁଜବ ପରେ ହିଁ ବିବାହ ନେଇ ଜଣାପଡ଼ିଥିଲା ତେବେ କାହିଁକି ଏବଂ କେଉଁଠି ବିବାହ ସମ୍ପନ୍ନ ହୋଇଛି ବୋଲି ପ୍ରଶ୍ନ କରିବାରୁ ବେଶି କିଛି କହିନଥିଲେ ପ୍ରଫୁଲ୍ଲ । ବାରମ୍ବାର ଗୋଟିଏ କଥାକୁ ହିଁ ଦୋହରାଇଥିଲେ ଯେ, ଟିଭି ଏବଂ ସୋସିଆଲ ମିଡିଆରେ କିଛି ଦିନ ହେବ ସେମାନଙ୍କ ବାହାଘରକୁ ନେଇ ଚର୍ଚ୍ଚା ହେଉଥିଲା ଏଥିରେ ଆଉ ଲୁଚାଇବାର କୌଣସି କଥା ନାହିଁ ।

ବିବାହ ଏକ ପାରିବାରିକ କଥା ଏବଂ ବିବାହ ସମ୍ପନ୍ନ ହୋଇଛି । ମିଡିଆ ଏଥିରେ ଅଯଥା ହସ୍ତକ୍ଷେପ ନ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଅନୁରୋଧ କରିଛନ୍ତି ପ୍ରଫୁଲ୍ଲ ଘଡାଇ । ଗ୍ରାଣ୍ଡ ରିସେପସନ କେବେ ଏବଂ କେଉଁଠି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ମଧ୍ୟ ଉତ୍ତର ଦେଇନଥିବା ବେଳେ ସମୟ ଆସିଲେ ତାହା ବି ଲୋକେ ଜାଣିବେ ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡ଼େଇ । ଦୁଇ ଜଣ ପ୍ରତିଭା ଏକାଠି ସଂସାର କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହି ପୁଅ-ବୋହୁକୁ ଆଶିର୍ବାଦ ଦେଇଛନ୍ତି ପ୍ରଫୁଲ୍ଲ ଘଡ଼ାଇ ।

ଏଠାରେ ଆମେ କହିରଖୁ ଯେ, ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବଂ ମିଳିମିଶା ପରେ ଶେଷରେ ଗୋଟିଏ ଆତ୍ମାରେ ପରିଣତ ହୋଇଛି ଦୁଇଟି ଶରୀର । ଏବେ ଓଡ଼ିଆ ଘରର ବୋହୁ ସାଜିଛନ୍ତି ବଙ୍ଗୀୟ ଅଭିନେତ୍ରୀ । ସ୍ପଷ୍ଟ ଓଡ଼ିଆ କହିପାରୁଥିବା ଝିଲିକ୍ ଅନେକ ସଫଳ ଓଡ଼ିଆ ସିନେମାର ନାୟିକା ଅଟନ୍ତି । ତେବେ ଆଗକୁ ସେ ଆଉ ଫିଲ୍ମ କରିବେ ବା ନାହିଁ ସେ ନେଇ କୌଣସି ସୂଚନା ମିଳନାହିଁ ।

Leave A Reply

Your email address will not be published.