40th Annual Sports Festival at Government Niranjan Women's College, Aska40th Annual Sports Festival at Government Niranjan Women's College, Aska

ଆସିକା,୨୯/୧୨ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ନିରଞ୍ଜନ ସରକାରୀ ମହାବିଦ୍ୟାଳୟରେ ୪୦ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କ୍ରୀଡା ଉତ୍ସବ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ସରୋଜ କୁମାର ଜେନାଙ୍କ ପୈାରହିତ୍ୟରେ ହୋଇଥିବା ବେଳେ ଯୁକ୍ତ ତିନି କ୍ରୀଡା ସଂସଦ ଉପସଭାନେତ୍ରୀ ଅଧ୍ୟାପିକା ଡ.ସୁପ୍ରିୟା ଦାଶ, ଅଧ୍ୟାପିକା ଡ.ଉର୍ମିଳା ମୁଦୁଲି ଏବଂ ଯୁକ୍ତ ଦୁଇ କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ଗୋପନାଥ କରଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଅନୁଷ୍ଠୀତ ହୋଇଥିଲା । ଏହି କ୍ରୀଡା ଉତ୍ସବ ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୦ ତାରିଖ ଦିନ ଉଦଯାପିତ ହେବ ।

ଏହି ଅବସରରେ ଆସିକା ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ମହାବିଦ୍ୟାଳୟ ଏନ.ସି.ସି କ୍ୟାଡେଟ ମାନଙ୍କ ଦ୍ୱାରା କ୍ରୀଡା ମଶାଲ ନଗର ପରିକ୍ରମା କରି ସରାକରୀ ବାଳିକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପହଁଚି ଥିଲେ । ସେଠାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସରୋଜ କୁମାର ଜେନା କ୍ରୀଡା ଧ୍ୱଜା ଉତୋଳନ କରିଥିଲେ । ଏହି କ୍ରୀଡା ଉତ୍ସବରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ, କଳା, ଯୁକ୍ତି ତିନି କଳା, ବି.ସି.ଏ ବିଭାଗରେ ପ୍ରାୟ ୧୭ ଶହ ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪ ଶହରୁ ଉର୍ଦ୍ଧ ଛାତ୍ରୀ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ । ଏହି ଉତ୍ସବରେ ଦୈାଡ, ଲମ୍ବା ଡିଆଁ, ଉଚ୍ଚା ଡିଆଁ, ସଟଫୁଟ୍ , ଡିସକସ୍ ଥ୍ରୋ, କ୍ରୀକେଟ କବାଡି , ଖୋକୋ, ଦୈାଡି ଟଣା,ବ୍ୟାଟ ମେଟଂନ, ଚେସ ଏବଂ କ୍ୟାରମ ପ୍ରଭୃତି କ୍ରୀଡା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ଛାତ୍ରୀ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନେଇ ଏକ ମ୍ୟୁଜିକାଲ ଚେୟାର କ୍ରୀଡା ଅନୁଷ୍ଟିତ ହୋଇଥିଲା ।

କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ଛାତ୍ରୀ ମାନଙ୍କ ଠାରେ ଶକ୍ତି ଓ ସାମର୍ଥର ବିକାଶ ସମ୍ଭବ ହୋଇଥାଏ । ଏଥିପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆବଶ୍ୟକ ରହିବା ଜରୁରୀ ବୋଲି ଯୁକ୍ତ ତିନି କ୍ରୀଡା ସଂସଦ ଉପସଭାନେତ୍ରୀ ଅଧ୍ୟାପିକା ଡ.ସୁପ୍ରିୟା ଦାଶ ମତବ୍ୟକ୍ତ କରିଥିଲେ । ଏହି କ୍ରୀଡା ଉତ୍ସବରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କ୍ରୀଡା ଶିକ୍ଷକ ଭାବେ କ୍ରୀଡା ଶିକ୍ଷକ ସ୍ୱଦେଶ ଦଳାଇ ଓ ଆସିକା କଲେଜ ଛକ ଟାଇଲ ଶିଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଇନ୍ଦ୍ରଜିତ ନାହକ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଏହି ବାର୍ଷିକ କ୍ରୀଡା ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟାପକ ଗଣେଶ୍ୱର ମାଝି, ଅଧ୍ୟାପକ ଡ. କେ.ଓମ୍ . ନାରାୟଣ ରାଓ, ଡ.ଏସ.ଟି. ରେହେମାନ, ଅଧ୍ୟାପିକା ଡ. ଯଶଶ୍ରୀ ମଲ୍ଲିକ, ବି.ପାଣ୍ଡବ ରେଡି, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ସୁଶିଲ କୁମାର ଆଚାର୍ଯ୍ୟ, ବସନ୍ତ ମାଝି, ସନାତନ ପ୍ରଧାନ, ଚାନ୍ଦିନୀ ସେଠି, ଧବଳେଶ୍ୱର ସେଠି, ଡ.ପ୍ରମୋଦ ତିଆଡି, ଶିବାନୀ ପାଳ, ଶାନ୍ତନ୍ତୁ କୁମାର ସାସମଲ, ଶ୍ରୀବାସ ପାତ୍ର, ପୂଜା ବିଷୋୟୀ, ସାହିନ୍ ନାଜର, ଡ.ପିଙ୍କୁ କୁମାର ସାହୁ, ସୁଧାଶୁଂ କୁମାର ହୋତା, ମମତା ନିଶାଙ୍କ, ଶେଫାଳି ସୁଚରିତା ପ୍ରଧାନ, ଯମୁନା ଖୁଟିଂଆ, ସୁମିତ୍ରା ସ୍ୱାଇଁ, ସମିତା ପ୍ରଧାନ ସମେତ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଏବଂ ଶତାଧିକ ଛାତ୍ରୀ ଯୋଗ ଦେଇ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।