ଆସିକା ଶାଖା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠି ପକ୍ଷରୁ ଆୟୋଜିତ ପବିତ୍ର ଝୂଲଣ ଉତ୍ସବ, ଜନ୍ମାଷ୍ମମୀ ଓ ନନ୍ଦ ଉତ୍ସବ ଉଦଯାପିତ

0 424

ଆସିକା,୨୮/୮ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଖମ୍ବେଶ୍ୱରୀ ପାଟଣା ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ତଥା ବାଲାଜୀ ଦୋରା ମଠ ପ୍ରାଙ୍ଗଣରେ ଆୟୋଜିତ ପବିତ୍ର ଝୁଲଣ ଉତ୍ସବ, ଜନ୍ମାଷ୍ଟମୀ ଏବଂ ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି । ଏହି ଉତ୍ସବ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠି ଆସିକା ଶାଖା ପକ୍ଷରୁ ଆୟୋଜିତ ହୋଇଥିଲା ।

ଏହି ଉତ୍ସବ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଦିର୍ଘ ୧୪ ଦିନ ଧରି ଅନୁଷ୍ଠୀତ ହୋଇଥିବା ବେଳେ ଆଜି ଉଦଯାପିତ ଦିନରେ ଚାରଣ ଗୋଷ୍ଠୀର ୧୩୫ ଜଣ ମହିଳା କୁକୁମ ପୂଜା ପାଠ ପରେ ପୂର୍ଣ୍ଣାହୁତି ହୋଇଥିଲା । ସକାଳ ଆଠ ସମୟରେ ହୋମ ଯଜ୍ଞ କାର୍ଯ୍ୟକ୍ରମ ହୋଇଥିବା ବେଳେ ମୃତ୍ୟୁଞ୍ଜୟ ଆଚାର୍ଯ୍ୟ ପୁରୋହିତ ଦାୟିତ୍ୱ ତୁଲାଇ ଥିବା ବେଳେ କର୍ତା ଭାବେ ସୂର୍ଯ୍ୟନାରାୟଣ ପାଣିଗ୍ରାହି ରହିଥିଲେ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସାଙ୍ଗକୁ ଆଧ୍ୟାତ୍ମିକ ଚିନ୍ତାଧାରା ଜରିଆରେ ମନୁଷ୍ୟ ସମାଜର ଉନ୍ନତି, ସାମାଜିକ ଜୀବନକୁ ସରସ, ସୁନ୍ଦର ଓ ସତମାର୍ଗରେ ଗଢିତୋଳିବା ପାଇଁ ବାର୍ତା ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଗୋପୀନାଥ ମନ୍ଦିର ତଥା ବାଲାଜୀ ଦୋରା ମଠରେ ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞ (ଶ୍ରୀମଦ୍ ଭାଗବତ) ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ ମିନିଟ ଠାରୁ ରାତି ୯.୩୦ ମିନିଟ ପର୍ଯ୍ୟନ୍ତ କୁରାଳ ଅଚଂଳର ପ୍ରବଚକ ଦଧିବାମନ ଦାଶ ମହାପାତ୍ର ଯୋଗ ଦେଇ ଆର୍ଶୀବାଦ ସାଙ୍ଗକୁ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ । ଏହି ଉତ୍ସବରେ ପ୍ରବଚକ ଶ୍ରୀ ଦଧିବାମନ ଦାଶ ମହାରାଜଙ୍କ ପ୍ରବଚନ ଶ୍ରବଣ ପାଇଁ ଶତାଧିକ ମହିଳା ଓ ପୁରୁଷ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିଲା ।

ଜଗତର ନାଥ ଶ୍ରୀ ଜଗନ୍ନାଥ ସକଳ ଜୀବ ଓ ଜଗତର ସୃଷ୍ଟିକର୍ତା ଅଟନ୍ତି । ତାଙ୍କ ସର୍ଜନାର ସୁନ୍ଦର ସୃଷ୍ଟିକୁ ଆହୁରି ସୁନ୍ଦର କରିବାକୁ ଅମୃତ ସନ୍ତାନ ମନୁଷ୍ୟଠି ହିଁ ବୁଦ୍ଧି, ବିବେକ, ଜ୍ଞାନ ଇତ୍ୟାଦି ଦିବ୍ୟ ଚେତନାମାନ ଭରି ଶ୍ରେଷ୍ଠ ଜୀବ ଭାବରେ ଗଢିଥିଲେ । ଜଗନ୍ନାଥଙ୍କୁ ଇଷ୍ଟ ଭାବରେ ଗ୍ରହଣ କରି ଭାଗବତୀୟ ମାର୍ଗରେ ଆର୍ଯ୍ୟ ପରମ୍ପରାରେ ନିଜେ ଚଳି ଅନ୍ୟକୁ ଚଳାଇବା ଚାରଣ ଗୋଷ୍ଠିର ମୁଖ୍ୟ ଲକ୍ଷ୍ୟ ବୋଲି ଚାରଣ ଗୋଷ୍ଠୀ ପକ୍ଷରୁ ବାର୍ତା ପ୍ରଦାନ କରାଯାଇଥିଲା ।

ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିଚାଳନା କମିଟି ଓ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠି ଆସିକା ଶାଖା ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଚାରଣ ଗୋଷ୍ଠୀର ଦଳପତି ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ, କାର୍ଯ୍ୟକାରୀ ଦଳପତି ସିମାଚଂଳ ରଥ, ଉପଦଳପତି ଡି.ଲିଙ୍ଗରାଜ ପାତ୍ର, ସମ୍ପାଦକ ଆର.କାମେଶ୍ୱର ଆଚାରୀ, କୋଷାଧ୍ୟକ୍ଷ ସି.ଏଚ. ବାବୁ ପାତ୍ର, ଉପକୋଷାଧ୍ୟକ୍ଷ ସି.ଏଚ.ତ୍ରିପତି ପାତ୍ର, ସହସମ୍ପାଦକ ବି.ପ୍ରଦିପ ପାତ୍ର, ବିନୋଦ ବିହାରୀ ପାତ୍ର, ସତ୍ୟନାରାୟଣ ପାତ୍ର, ସୂର୍ଯ୍ୟନାରାଣ ପାଣିଗ୍ରାହି, ସୁରେଶ ଚନ୍ଦ୍ର ବିଷୋୟୀ, ଦୁର୍ଗା ଚରଣ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

ସେହିଭଳି ଆସିକା ଗୋପୀନାଥ ମହିଳା ସତସଙ୍ଗ ସଭାପତି ଶ୍ରୀମତି ଅମିତା ମିଶ୍ର, ଉପସଭାପତି ଡି.ସଞ୍ଜୁକ୍ତା ପାତ୍ର, ସି.ଏଚ. ବବିତା ପାତ୍ର, ଡି.ଗୈାରି ପାତ୍ର, ରାଜେଶ୍ୱରୀ ପାଣିଗ୍ରାହି, ଶାନ୍ତିଲତା ପାତ୍ର, ଗିତାଞ୍ଜଳୀ ମହାରଣା,ଲିଲି ସାସମଲ, ବବିତା ସାସମଲ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.