International Women's Day celebrated at Aska Shanti Shakti BhawanInternational Women's Day celebrated at Aska Shanti Shakti Bhawan

ଆସିକା,୮/୩ (ଶୁଣାକଥା) ମନୋଜ କୁମାର ନାୟକ : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆସିକା ଶାନ୍ତି ଶକ୍ତି ଭବନ ଠାରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଆସିକା ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣୀଙ୍କ ତତ୍ୱାବାଧାନରେ ମହିଳା ଦିବସ ପାଳିତ ହୋଇଥିବା ବେଳେ ପ୍ରଦିପ ପ୍ରଜ୍ଜଳନ ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଆସିକା ସହକାରୀ କୃଷି ଅଧିକାରୀ ଶୁଭ୍ରତା ମିଶ୍ର, ଜଳ ଓ ପରିମଳ ବିଭାଗ୍ୟୀ ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ମୟୀ କୁମାରୀ ରାଉତ, ଧରାକୋଟ ବ୍ଲକ ଝରାପାରୀ ସରପଚଂ ମାଧୁରୀ ଭୂୟାଁ ଏବଂ ଜୟପୁର ପଚାଂୟତ ଲକ୍ଷ୍ମୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ନାରୀ ସଶକ୍ତିକରଣ ଦ୍ୱାରା ହିଁ ସଶକ୍ତ ସମୃଦ୍ଧଶାଳୀ ବିଶ୍ୱ ପ୍ରତିଷ୍ଠା ହେବ ଏବଂ ପରମାତ୍ମା ପିତାଙ୍କ ସ୍ୱର୍ଣ୍ଣିମ ଭାରତ ସାକାର ରୂପ ନେବ ବୋଲି ବ୍ରହ୍ମାକୁମାରୀ ପ୍ରଭାତୀ ମତବ୍ୟକ୍ତ କରିଥିଲେ ।

ଏହା ସହିତ ପରିବାରରେ ଶିଶୁଙ୍କୁ ଉତମ ସଂସ୍କାର ଶିକ୍ଷା ଦେଲେ ହିଁ ଉତମ ସମାଜ ଗଠନ ସମ୍ଭବ ଏବଂ ପରମାତ୍ମା ପିତାଙ୍କ ସ୍ଥାପନାର କାର୍ଯ୍ୟ ସାକାର ହେବ । ଏହି କାର୍ଯ୍ୟକ୍ରମକୁ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ଭାଇ ଓ ଭଉଣୀ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିିଲେ ।

You missed