ଓଡ଼ିଶାରେ ପୁଣି ୬କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦କୁ ବୃଦ୍ଧି

0 920

ଭୁବନେଶ୍ୱର: ଓଡ଼ିଶାରେ ପୁଣି ୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୦୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ ଯୋଗେ ସୂଚନା ଦେଇଛି ।

ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ମାନେ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଉକ୍ତ ଜିଲ୍ଲାରେ କରୋନା ପଜିଟିଭ ଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ସମସ୍ତ ଆକ୍ରାନ୍ତ ପୁରୁଷ ଲୋକେ ଥିବା ସୂଚନା ମିଳିଛି । ସେମାନେ ନିର୍ଦ୍ଧିଷ୍ଟ କେଉଁ ଅଞ୍ଚଳର ବୋଲି ଜଣାପଡିନଥିବା ବେଳେ ସେମାନଙ୍କ ବୟସ ୫୨ ବର୍ଷ, ୨୩ ବର୍ଷ, ୪୯ ବର୍ଷ, ୫୭ ବର୍ଷ, ୩୯ ବର୍ଷ ଓ ୫୯ ବର୍ଷ ରହିଥିବା ଜଣାପଡିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ମିଳିଛି । ଏହି ଆକ୍ରାନ୍ତ ମାନେ ଅନ୍ୟ କେଉଁ ବ୍ୟକ୍ତି ବିଶେଷଙ୍କ ସହ ମିଳାମିଶା କରିଛନ୍ତି ସେନେଇ ଖୋଳତାଡ଼ ଜାରି ରହିଛି ।

Leave A Reply

Your email address will not be published.