କରୋନା ର ସଫାୟା ପାଇଁ ଏହି ଟିପ୍ସ ଦେଲେ ପାଗଳ ପ୍ରେମୀ ସବ୍ୟ, ଆପଣ ବି ଆପଣାନ୍ତୁ…

0 544

ଭୁବନେଶ୍ୱର: କୋକୁଆ ଭୟ ସୃଷ୍ଟି କରିଥିବା କରୋନା ଭାଇରସ ର ମୁକାବିଲା ପାଇଁ ସରକାର ସଚେତନ କରାଉଛନ୍ତି । ଆଉ ଏଭଳି ସମୟରେ ଆପଣଙ୍କ ପ୍ରିୟ କଳାକାର ପାଗଳ ପ୍ରେମୀ ସବ୍ୟସାଚୀ ମିଶ୍ର ମଧ୍ୟ ସଫା ସୁତୁରା ରହିବା ପାଇଁ ଆପଣଙ୍କୁ ଅନୁରୋଧ କରିଛନ୍ତି । କହିଛନ୍ତି ‘ ସଫା ସୁତୁରା ରହିବା ଏବଂ ହାତ ଧୁଆ ଅଭ୍ୟାସ କୁ ଯେତେ ପାରିବା ଜଣେ ଅନ୍ୟ ଜଣକୁ କହିବା ତେବେ ଯାଇ ଆମେ କରୋନା ଲଢେଇରେ କିଛି ଯୋଗଦାନ ଦେଇପାରିବା ‘ ।

ଫେସବୁକ୍ ରେ ସବ୍ୟ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ୨୦ ସେକେଣ୍ଡ ଯାଏଁ ନିଜ ହାତ ଧୋଉଥିବାର ଦେଖା ଯାଇଛି । ହାତ ଧାଉଥିବା ବେଳେ ସେ ଏମିତି ଅଭ୍ୟାସ ରଖିବା ପାଇଁ ଅପିଲ କରିଛନ୍ତି । ୨୦ ସେକେଣ୍ଡ ର ହାତ ଧୁଆ ବେଳେ ସେ ପାଗଳ ପ୍ରେମୀ ଫିଲ୍ମ୍ ର ଏକ ଗୀତ ମଧ୍ୟ ଗୁଣୁ ଗୁଣାଉଥିଲେ ।

ସ୍ଵଚ୍ଛତା ପାଇଁ ସବ୍ୟସାଚୀଙ୍କ ଏହି ସୋସିଆଲ ମେସେଜ ଅନ୍ୟ ମାନେ ଗ୍ରହଣ କରିବେ ବୋଲି ସେ ଆଶା ରଖିଛନ୍ତି । ସେପଟେ ଆସନ୍ତା କାଲି ଅର୍ଥାତ୍ ୨୨ ତାରିଖ, ରବିବାର ‘ଜନତା କର୍ଫ୍ୟୁ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ପାଇଁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଆଗେଇ ଆସିଛି ।

୨୨ ତାରିଖରେ ଦେଶର ୭ କୋଟି ବ୍ୟବସାୟୀ ସେମାନଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବେ ବୋଲି ସିଏଆଇଟି ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି । ସବୁ ରାଜ୍ୟର ବ୍ୟବସାୟୀ ସଂଘ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଦେଶବ୍ୟାପୀ ବ୍ୟାବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ୪୦ କୋଟି କର୍ମଚାରୀ ଘରେ ରହିବେ ।

Leave A Reply

Your email address will not be published.