କାଲିଠୁ ଗାଁକୁ ଗଡ଼ିବ ବସ୍, ମାସ୍କ ପିନ୍ଧିବା ଜରୁରୀ

1 605
ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । କାଲିଠୁ ଅନ୍ତରାଜ୍ୟ ବସ୍ ଚଳାଚଳକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅଧା ନୁହେଁ ବସ୍ ର ଯେତେକି କ୍ଷମତା ଅଛି ସେତିକି ଯାତ୍ରୀଙ୍କୁ ନେଇ ହିଁ ବସ୍ ଯାତ୍ରା କରିବ ବୋଲି କୁହାଯାଇଛି । ଜାଣନ୍ତୁ କଣ ରହିଛି ପୂରା ଖବର ।
 
ବସ୍, ଟ୍ରେନ୍ ଓ ବିମାନ ସେବା ଆରମ୍ଭ ହୋଇଥିବାରୁ କୋଭିଡ୍ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଲକଡାଉନ୍ ୪.୦ରେ ରାତ୍ରୀ କର୍ଫ୍ୟୁ ଲାଗୁ ରହିଥିବା ବେଳେ ରାତିରେ ବି ଟ୍ରେନ୍ ଓ ବିମାନ ପହଞ୍ଚୁଛି । ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟରେ ଓଲା, ଉବେର ସମେତ ଅଟୋ ରିକ୍ସା ଚାଲିବ । ଏସବୁ ଗାଡ଼ିରେ ଡ୍ରାଇଭର ବ୍ୟତୀତ ୨ ଜଣ ଯାତ୍ରୀ ଯାଇପାରିବେ ।
 
ଆସନ୍ତାକାଲି ଠାରୁ ସିଟି ବସ୍ ସହ ଆନ୍ତଃ ଜିଲ୍ଲା ବସ୍ ଚଳାଚଳ କରିବେ ।  ତେବେ ବସରେ ସିଟ୍ କ୍ଷମତା ଠାରୁ ଅଧିକ ଯାତ୍ରୀ ଯାଇପାରିବେ ନାହିଁ । ଏହା ଉପରେ ପରିବହନ ବିଭାଗ ତୀକ୍ଷଣ ନଜର ରଖିବ । ଆନ୍ତଃରାଜ୍ୟ ଟ୍ରେନ୍ ମଧ୍ୟ ଚଳାଚଳ କରିବ ।
 
କେନ୍ଦ୍ର ସରକାର ଓ ରେଲୱେ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ ଯାତ୍ରୀ ଯାତ୍ରା କରିବେ । ରାତ୍ରୀକାଳୀନ କର୍ଫ୍ୟୁ ଥିଲେ ବି ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଟ୍ୟାକ୍ସି ଓ ଅଟୋ ୨୪ ଘଣ୍ଟା ବିମାନବନ୍ଦର, ବସ ଷ୍ଟପ୍ ଓ ରେଲୱେ ଷ୍ଟେସନକୁ ଚଳାଚଳ କରିପାରିବେ ।
 
ତେବେ, ଯାତ୍ରୀମାନେ ସବୁବେଳେ ମାସ୍କ ପିନ୍ଧିବେ । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କାହାଠାରେ କୋଭିଡର ଲକ୍ଷଣ ଥିଲେ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ । ସଙ୍ଗେ ସଙ୍ଗେ ୧୦୪ ନମ୍ବରକୁ ଜଣାଇଲେ ତାଙ୍କୁ କଣ କରିବେ ଜଣାଇ ଦିଆଯିବ । ଆବଶ୍ୟକ ପଡ଼ିଲେ ମେଡିକାଲ ସହାୟତା ଯୋଗାଇ ଦିଆଯିବ । ବସ୍, ଟ୍ରେନରେ ଗଲାବେଳେ ସାମାଜିକ ଦୂରତା ରକ୍ଷା ସହ ସାନିଟାଇଜର ବ୍ୟବହାର କରିବେ ।
1 Comment
  1. Etti Willie Bozovich says

    You do have a fabulous blog thanks. Etti Willie Bozovich

Leave A Reply

Your email address will not be published.