ନିଦ ହଜାଇଛି କଟକି ଜହର; କେବେ ଧ୍ୱଂସ ହେବ ନକଲି ସାମଗ୍ରୀର ସାମ୍ରାଜ୍ୟ

0 1,284

ଖାଦ୍ୟ ନାଁରେ ଅଖାଦ୍ୟ ଓ ବିଷ ଖାଉଛନ୍ତି ଖାଉଟି । ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି କଟକ ଜଗତପୁର ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ନକଲି ଖାଦ୍ଯ ଓ ପୂଜା ସାମଗ୍ରୀ କାରଖାନା ଠାବ ହେଲାଣି । ଟମାଟ୍ ସସ୍ଠାରୁ ଆରମ୍ଭ କରି ତରକାରୀ ମସଲା, ସ୍ୱାସ୍ଥ୍ୟକରୀ ଘିଅ କି ମୁଖବିଳାସ ପାଇଁ ଜର୍ଦ୍ଦା ପଯର୍ୟନ୍ତ ସବୁକିଛି ଭେଜାଲ୍ ।

ନାମୀଦାମୀ ବ୍ରାଣ୍ଡ ନାଁରେ ବିକ୍ରି ହେଉଛି ଭେଜାଲ ମାଲ୍ । କିଣିବା ବେଳେ କୋଉଟା ଅସଲି, କୋଉଟା ନକଲି ଜାଣିବାର ସୁଯୋଗ ପାଉନାହାନ୍ତି ଗ୍ରାହକ । ଗ୍ରହକ ତ ଗ୍ରାହକ, ଖୋଦ୍ ଖୁଚୁରା ବ୍ଯବସାୟୀ ବି ଚିହ୍ନି ପାରୁନାହାନ୍ତି ଅରଜିଲାନ୍ କି ଡ୍ଯୁପ୍ଲିକେଟ୍ ।

ହଳଦୀଗୁଣ୍ଡ ହେଉ କି ଲଙ୍କା ଗୁଣ୍ଡ ଏସବୁରେ ମିଶୁଛି ପୋକରା ଚାଉଳ ଗୁଣ୍ଡ ସାଙ୍ଗକୁ ହାନୀକାରକ ରଙ୍ଗ । ଆଉ ସୁଆଦିଆ ସସ୍ରେ ତ ସିଧାସଳଖ ଅମୃତଭଣ୍ଡା ନହେଲେ କଖାରୁ ପେଷ୍ଟ ମିଶାଉଛନ୍ତି ନକଲି କାରଖାନା କତ୍ତୃପକ୍ଷ ।

ନକଲି ମାଲ୍ର ତାଲିକାରୁ ବାଦ୍ ପଡ଼ିନି ଜର୍ଦ୍ଦା। ଶୁଖିଲା ଅମୃତଭଣ୍ଡାପତ୍ରରେ ତିଆରି ହେଉଛି ନକଲି ଜର୍ଦ୍ଦା । ଅଭିଯୋଗ ଆସିଛି ଯେ, ସବୁଠୁ ଅଧିକ ଭେଜାଲ୍ ଜିନିଷ ପୂଜା ସାମଗ୍ରୀ ଦୋକାନରେ ମିଳୁଛି । ଏହାରି ତାଲିକାରେ ରହିଛି ଗଙ୍ଗାଜଳ, କର୍ପୂର, ଚୁଆ, ମହୁ ଓ ଘିଅ ଭଳି ସାମଗ୍ରୀ ଭିତରୁ ଯାହାକୁ ଛୁଇଁବେ ସିଏ ଭେଜାଲ୍। ଖୁଚୁରା ବ୍ଯବସାୟୀ ହୁଅନ୍ତୁ କି ସାଧାରଣ ଖାଉଟି, ସମସ୍ତେ ଟେନ୍ସନ୍ରେ।

Leave A Reply

Your email address will not be published.