ଜନତା କର୍ଫ୍ୟୁ: ସଚେତନ ନୁହେଁ, ଉତ୍ସବ ମନାଇଲେ ମୁର୍ଖ ଲୋକ, ଚାରିଆଡୁ ନିନ୍ଦା

0 511

ଆଜ୍ଞା କଥାରେ ଅଛି ଓଲୁ କଣ ଗଛରେ ଫଳନ୍ତି । ହଁ ଦୁଃଖର ସହ କହିବାକୁ ପଡ଼ୁଛି ଯେ, ସତରେ ଆମ କଣ ସଚେତନ ଅଛନ୍ତି ? ମହାମାରୀ କରୋନା ଲଢ଼େଇ ଆମେ କଣ ସେମିତି ସଜାଗ ଅଛନ୍ତି ଯେତିକି ଡାକ୍ତରୀ ଟିମ୍, ପୋଲିସ, ସାମ୍ବାଦିକ, ସାଧାରଣ ପରିବହନ, ସଫେଇ କର୍ମଚାରୀ, ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବିକ୍ରେତା । ଏମାନଙ୍କଠୁ ନେଇ ଆମର ବିଭିନ୍ନ ଆବଶ୍ୟକତାକୁ ଏହି ବିପଦ ସମୟରେ ବି ପୂରା କରୁଥିବା ଏହି ସମସ୍ତଙ୍କୁ ହୃଦୟରୁ ଶତ କୃତଜ୍ଞତା ଜଣାଇବା ପାଇଁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଯିଏ ନିଜକୁ ପ୍ରଧାନସେବକ କହୁଛନ୍ତି ତାଙ୍କ କଥାକୁ ଲୋକ ମାନେଲେ କିନ୍ତୁ ଏମିତି କିଛି କରିଗଲେ ଯାହାକୁ ନେଇ ଏବେ ଚିନ୍ତା ବଢ଼ି ଯାଇଛି ।

ଏକାଠି ହୋଇ ନୁହେଁ ନିଜ ନିଜ ଘରେ ରହି ଏଭଳି ସମର୍ଥନ ଦେବାକୁ ବାରମ୍ବାର ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ । କାରଣ ଏହା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା କମିଯିବ । କିନ୍ତୁ ନା ଆଜି ଆମ ଜନସାଧାରଣ କିଛି ଏମିତି କରି ଦେଖାଇଛନ୍ତି ଯାହା ବିପଦକୁ ଅତି ପାଖକୁ ଟାଣି ଆଣିଛି । ମୋଦି ଯାହା କହିଥିଲେ ଲୋକେ ତାହାର ଓଲଟା ହିଁ କରିଛନ୍ତି ।

ମୋଦିଙ୍କ କଥା ମାନି ଲୋକେ ଆଜି ସଂଧ୍ୟାରେ ବହୁ ସଂଖ୍ୟାରେ ଘର ବାହାରକୁ ଆସି କରୋନା ଲଢ଼େଇରେ ସାମିଲ ଜରୁରୀ ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଥାଳି, ତାଳି, ଘଣ୍ଟ, ଘଣ୍ଟି, ଶଙ୍ଖ ବଜାଇ କୃତଜ୍ଞତା ପ୍ରକାଶ କରିଛନ୍ତି । ତାଳି ତ ମାରିଲେ ହେଲେ ଦୁଃଖର କଥା ନିଜ ନିଜ ଘର ଭିତରେ ରହି ନୁହେଁ ବରଂ ଘରୁ ବାହାରକୁ ଆସି ଏକାଠି ହୋଇ ରୁଣ୍ଡ ହୋଇ ସାହିଭାଇକୁ ନେଇ ଏମିତି କରିଛନ୍ତି ।

ଆଜି ସଂଧ୍ୟାରେ ବହୁ ସଂଖ୍ୟାରେ ଲୋକ ଘର ବାହାରକୁ ଆସି କରୋନା ଲଢ଼େଇରେ ସାମିଲ ଜରୁରୀ ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଥାଳି, ତାଳି, ଘଣ୍ଟ, ଘଣ୍ଟି, ଶଙ୍ଖ ବଜାଇ କୃତଜ୍ଞତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.