ସଜା-ଏ-ମୌତ ପରେ ଦେଶ ପାଳୁଛି ନିର୍ଭୟା ଦିବସ; ଏହି ସବୁ ତାରିଖ ମନେ ରଖନ୍ତୁ…

0 496

ଖୁସିର କଥା ବର୍ଷ ବର୍ଷର ନ୍ୟାୟିକ ଲଢେଇ ପରେ ଶେଷରେ ନ୍ୟାୟ ପାଇଲା ନିର୍ଭୟା । ଆଉ ଏବେ ସାରା ଦେଶରେ ଏହି ଗୋଟିଏ ଚର୍ଚ୍ଚା ଯେ, ଦୋଷୀଙ୍କୁ ମିଳିଛି ଉଚିତ୍ ଶାସ୍ତି । ଏବେ ଆସନ୍ତୁ ଥରେ ଏହି ପୁରା ଘଟଣା ସମ୍ପର୍କରେ ଜାଣି ନେବା ।

ଆରମ୍ଭରୁ ଶେଷ ଯାଏଁ:

ଡିସେମ୍ବର 16, 2012- 23 ବର୍ଷୀୟ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଚଳନ୍ତା ବସ୍ ଭିତରେ ଗଣଦୁଷ୍କର୍ମ । ଘଟଣାକୁ ନେଇ ସେତେବେଳେ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କିଛିଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ନିର୍ଭୟାଙ୍କର ମୃତ୍ୟୁ ହୋଇଥିଲା ।

ଜାନୁଆରି 3, 2013- ଦିଲ୍ଲୀ ପୋଲିସ 5 ଜଣଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କଲା । ଅପ୍ରାକୃତିକ ଯୌନ ସଂପର୍କ ସ୍ଥାପନ, ଗଣଦୁଷ୍କର୍ମ, ଲୁଟ୍, ଅପହରଣ, ହତ୍ୟା ଉଦ୍ୟମ ଓ ହତ୍ୟା ଭଳି ଦଫା ଲଗାଗଲା ।

ଜାନୁଆରି 28, 2013- ଷଷ୍ଠ ଅଭିଯୁକ୍ତ ଜଣେ ନାବାଳକ ବୋଲି ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ରାୟ ଦେଲେ ।

ଫେବ୍ରୁଆରି 2, 2013- ପାଞ୍ଚ ଅଭିଯୁକ୍ତ ରାମ ସିଂ, ଅକ୍ଷୟ ଠାକୁର, ବିନୟ ଶର୍ମା, ପୱନ ଗୁପ୍ତା ଓ ମୁକେଶ ସିଂ ବିରୋଧରେ 13ଟି ଦଫା ଲାଗିଲା ।

ମାର୍ଚ୍ଚ 11, 2013- ବସ୍ ଡ୍ରାଇଭର ରାମ ସିଂ ତିହାର ଜେଲର ସେଲ୍ ଭିତରେ ରଶି ଲଗାଇ ଆତ୍ମହତ୍ୟା କଲା ।

ଅଗଷ୍ଟ 31, 2013- ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ନାବାଳକକୁ ଦୋଷୀ ସାବ୍ୟସ୍ତ କରିବା ସହ 3 ବର୍ଷ ପାଇଁ ସୁଧାର ଗୃହକୁ ପଠାଇଲେ ।

ସେପ୍ଟେମ୍ବର 10, 2013- ଫାଷ୍ଟ ଟ୍ରାକ କୋର୍ଟରେ ମୁକେଶ, ବିନୟ, ଅକ୍ଷୟ, ଏବଂ ପୱନ ଦୋଷା ସାବ୍ୟସ୍ତ ।

ସେପ୍ଟେମ୍ବର 13, 2013- ସମସ୍ତ 4 ଦୋଷୀଙ୍କୁ ଫାଷ୍ଟ ଟ୍ରାକ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଲେ । ଏହାସହ ଦଣ୍ଡାଦେଶକୁ ଧାର୍ଯ୍ୟ କରିବା ଲାଗି ଦିଲ୍ଲୀ ହାଇକୋର୍ଟଙ୍କୁ ପଠାଇଲେ ।

ନଭେମ୍ବର 1, 2013- ଦିଲ୍ଲୀ ହାଇକୋର୍ଟ ମାମଲାର ଦୈନିକ ଶୁଣାଣି ଆରମ୍ଭ କଲେ ।

ମାର୍ଚ୍ଚ 13, 2014- ଫାଷ୍ଟ ଟ୍ରାକ କୋର୍ଟ ଦ୍ବାରା 4 ଦୋଷୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ବଳବତ୍ତର ରଖିଲେ ।

ଡିସେମ୍ବର 20, 2015- ସୁଧାର ଗୃହରୁ ନାବାଳକର ମୁକ୍ତି ଉପରେ ରୋକ ଲଗାଇବା ଲାଗି ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ଯ କରିଦେଲେ ।

ଏପ୍ରିଲ 3, 2016- ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଆରମ୍ଭ ।

ମାର୍ଚ୍ଚ 27, 2017- ପାଖପାଖି ବର୍ଷେ ଯାଏ ଶୁଣାଣି ପରେ ସୁପ୍ରିମକୋର୍ଟ ନିଜର ରାୟ ସଂରକ୍ଷିତ ରଖିଲେ ।

ମେ 5, 2017- ସମସ୍ତ 4 ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଲେ ।

ଜୁଲାଇ 9, 2018- ବିନୟ ଶର୍ମା, ପୱନ ଗୁପ୍ତା ଏବଂ ମୁକେଶ ସିଂର ରିଭ୍ୟୁ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ ।

ଅକ୍ଟୋବର 29, 2019- ରାଜକ୍ଷମା ଆବେଦନ କରିବା ଲାଗି 4 ଦୋଷୀଙ୍କୁ 7 ଦିନ ସମୟ ଦେଲେ ତିହାର ଜେଲ୍ କର୍ତ୍ତୃପକ୍ଷ । ନ ହେଲେ ଡେଥ୍ ୱାରେଣ୍ଟ ପାଇଁ ଜେଲ ପକ୍ଷରୁ ଆବେଦନ କରାଯିବ ବୋଲି ଜଣାଗଲା ।

ନଭେମ୍ବର 8, 2019- ଦିଲ୍ଲୀ ସରକାରଙ୍କ ପାଖରେ ବିନୟ ଶର୍ମାର ରାଜକ୍ଷମା ଆବେଦନ ଓ ଗୃହ ବିଭାଗ ଦ୍ବାରା ଖାରଜ । ନଭେମ୍ବର 29ରେ ମୁଖ୍ୟ ସଚିବଙ୍କ ପାଖକୁ ପଠାଗଲା ।

ଡିସେମ୍ବର 6, 2019- ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ ନେଇ ଦିଲ୍ଲୀ ସରକାରଙ୍କ ସୁପାରିଶ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ବାରା ରାଷ୍ଟ୍ରପତିଙ୍କ ପାଖକୁ ପଠାଗଲା ।

ଡିସେମ୍ବର 10, 2019- ଅକ୍ଷୟ ଠାକୁର ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନ ଦାଖଲ କଲା ।

ଜାନୁଆରି 7, 2020- ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଦ୍ବାରା ଜାନୁଆରି 22ରେ 4 ଦୋଷୀଙ୍କୁ ଫାଶି ଦେବା ଲାଗି ଡେଥ୍ ୱାରେଣ୍ଟ ଜାରି କରାଗଲା ।

ଜାନୁଆରି 9, 2020- ସୁପ୍ରିମକୋର୍ଟରେ ବିନୟ ଶର୍ମା ଓ ପରେ ମୁକେଶ ସିଂର କ୍ୟୁରେଟିଭ୍ ପିଟିସନ ଦାଖଲ ।

ଜାନୁଆରି 14, 2020- ରାଷ୍ଟ୍ରପତିଙ୍କ ପାଖରେ ମୁକେଶ ସିଂର ରାଜକ୍ଷମା ଆବେଦନ ।

ଜାନୁଆରି 14, 2020- ବିନୟ ଶର୍ମା ଓ ମୁକେଶ ସିଂର କ୍ୟୁରେଟିଭ୍ ପିଟିସନ ସୁପ୍ରିମକୋର୍ଟଙ୍କ ଦ୍ବାରା ଖାରଜ ।

ଜାନୁଆରି 14, 2020- ପଟିଆଲା ହାଉସ କୋର୍ଟଙ୍କ ଦ୍ବାରା ଜାରି ଡେଥ୍ ୱାରେଣ୍ଟକୁ ଖାରଜ କରିବା ଲାଗି ଦିଲ୍ଲୀ ହାଇକୋର୍ଟରେ ମୁକେଶ ସିଂର ଆବେଦନ ।

ଜାନୁଆରି 15, 2020- ମୁକେଶ ସିଂର ଆବେଦନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରା ଖାରଜ ।

ଜାନୁଆରି 15, 2020- ରାଜକ୍ଷମା ଆବେଦନ ବିଚାରାଧିନ ଥିବାରୁ ଡେଥ୍ ୱାରେଣ୍ଟ ଖାରଜ କରିବାକୁ ପଟିଆଲା ହାଉସ କୋର୍ଟରେ ମୁକେଶ ସିଂର ଆବେଦନ ।

ଜାନୁଆରି 17, 2020- ମୁକେଶ ସିଂର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଜାନୁଆରି 17, 2020- ଫେବ୍ରୁଆରି 1 ସକାଳ 6ରେ ଫାଶି ଦେବାକୁ ଡେଥ୍ ୱାରେଣ୍ଟ ଜାରି କଲେ ପଟିଆଲା ହାଉସ କୋର୍ଟ ।

ଜାନୁଆରି 18, 2020- ପୱନ ଗୁପ୍ତା ନିଜକୁ ନାବାଳକ ଦାବି କରି ସ୍ବତନ୍ତ୍ର ଲିଭ୍ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କଲା ।

ଜାନୁଆରି 20, 2020- ପୱନର ସ୍ବତନ୍ତ୍ର ଲିଭ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ ।

ଜାନୁଆରି 25, 2020- ରାଜକ୍ଷମା ଆବେଦନ ଖାରଜ ବିରୋଧରେ ସୁପ୍ରିମକୋର୍ଟରେ ମୁକେଶ ସିଂର ଆବେଦନ ।

ଜାନୁଆରି 28, 2020- ସୁପ୍ରିମକୋର୍ଟରେ ଅକ୍ଷୟ ଠାକୁରର କ୍ୟୁରେଟିଭ୍ ପିଟିସନ ଦାଖଲ ।

ଜାନୁଆରି 29, 2020- ରାଜକ୍ଷମା ବିରୋଧରେ ମୁକେଶ ସିଂର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।

ଜାନୁଆରି 29, 2020- ଫାଶି ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ଲାଗି ନିବେଦନ କରି ସୁପ୍ରିମକୋର୍ଟରେ ଅକ୍ଷୟ ଠାକୁରର କ୍ଯୁରେଟିଭ୍ ପିଟିସନ ଦାଖଲ । ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କଲା ବିନୟ ଶର୍ମା ।

ଜାନୁଆରି 30, 2020- ଫେବ୍ରୁଆରି 1ର ଫାଶି ଦଣ୍ଡାଦେଶ ଉପରେ ରୋକ ଲଗାଇବା ଲାଗି ପିଟିଆଲା ହାଉସ କୋର୍ଟରେ 4 ଦୋଷୀଙ୍କ ଆବେଦନ । ସୁପ୍ରିମକୋର୍ଟରେ ଅକ୍ଷୟର କ୍ୟୁରେଟିଭ୍ ପିଟିସନ ଖାରଜ ।

ଜାନୁଆରି 31, 2020- ନାବାଳକ ନୁହଁ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପୱନ ଗୁପ୍ତାର ଆବେଦନ ଓ ସର୍ବୋଚ୍ଚ ନ୍ୟାୟଳୟଙ୍କ ଦ୍ବାରା ଖାରଜ । ଫେବ୍ରୁଆରି 1ର ଫାଶି ଦଣ୍ଡାଦେଶ କାର୍ଯ୍ୟକାରୀ ଉପରେ ରୋକ ଲଗାଇଲେ ପଟିଆଲା ହାଉସ କୋର୍ଟ ।

ଫେବ୍ରୁଆରି 1, 2020- ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଜକ୍ଷମା ପାଇଁ ଅକ୍ଷୟ ଠାକୁରର ଆବେଦନ ।

ଫେବ୍ରୁଆରି 5, 2020- ଆଇନଗତ ସୁରକ୍ଷା ନେବାକୁ ଦୋଷୀଙ୍କୁ ଦିଲ୍ଲୀ ହାଇକୋର୍ଟ ଗୋଟିଏ ସପ୍ତାହ ପ୍ରଦାନ କଲେ । ଅକ୍ଷୟ ଠାକୁରର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ ।

ଫେବ୍ରୁଆରି 6, 2020- ପରବର୍ତ୍ତୀ ଡେଥ୍ ୱାରେଣ୍ଟ ଜାରି ଲାଗି ପଟିଆଲା ହାଉସ କୋର୍ଟରେ ତିହାର ଜେଲ ପକ୍ଷରୁ ଆବେଦନ ।

ଫେବ୍ରୁଆରି 7, 2020- ତିହାର ଜେର ଆବେଦନକୁ ଖାରଜ କଲେ କୋର୍ଟ ।

ଫେବ୍ରୁଆରି 11, 2020- ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ଆବେଦନ ଖାରଜ ବିରେଧରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କଲା ବିନୟ ଶର୍ମା ।

ଫେବ୍ରୁଆରି 14, 2020- ବିନୟ ଶର୍ମାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

ଫେବ୍ରୁଆରି 15, 2020- ରାଜକ୍ଷମା ଆବେଦନ ଅଗ୍ରାହ୍ୟର ପୁନର୍ବିଚାର ଲାଗି ବିନୟ ଶର୍ମାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

ଫେବ୍ରୁଆରି 17, 2020- ମାର୍ଚ୍ଚ 3 ପାଇଁ ଦିଲ୍ଲୀ କୋର୍ଟ ସାନି ଡେଥ୍ ୱାରେଣ୍ଟ ଜାରି କଲେ ।

ଫେବ୍ରୁଆରି 20, 2020- ଦିଲ୍ଲୀ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ଥିବାବେଳେ ରାଜକ୍ଷମା ଆବେଦନ ଖାରଜ ଲାଗି ସୁପାରିଶ ହୋଇଥିବା ଅଭିୟୋଗ କରି ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କଲେ 4 ଦୋଷୀ ।

ଫେବ୍ରୁଆରି 28, 2020- ସୁପ୍ରିମକୋର୍ଟରେ ପୱନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ ଦାଖଲ ।

ଫେବ୍ରୁଆରି 29, 2020- ଅକ୍ଷୟ ଠାକୁର ପକ୍ଷରୁ ପୁଣିଥରେ ରାଜକ୍ଷମା ପାଇଁ ଆବେଦନ ।

ମାର୍ଚ୍ଚ 2, 2020- ପୱନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ ସୁପ୍ରିମକୋର୍ଟଙ୍କ ଦ୍ବାରା ଖାରଜ । ଦିଲ୍ଲୀ କୋର୍ଟ ଫାଶି ଦଣ୍ଡ ଉପରେ ରୋକ ଲଗାଇଲେ ।

ମାର୍ଚ୍ଚ 4, 2020- ପୱନ ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦାବାର ଖାରଜ ।

ମାର୍ଚ୍ଚ 5, 2020- ମାର୍ଚ୍ଚ 20 ସକାଳ 5ଟା 30ରେ ଫାଶି ଦେବାକୁ ଦିଲ୍ଲୀ କୋର୍ ସାନି ଡେଥ୍ ୱାରେଣ୍ଟ ଜାରି କଲେ ।

ମାର୍ଚ୍ଚ 6, 2020- ସୁପ୍ରିମକୋର୍ଟରେ ପୂର୍ବତନ ଓକଲିଙ୍କ ବିରୋଧରେ ମୁକେଶ ସିଂର ନୂଆ ଓକିଲ ପିଟିସନ ଦାଖଲ କଲେ ।

ମାର୍ଚ୍ଚ 12, 2020- ଇଛାମୃତ୍ୟୁ ଲାଗି ଦୋଷୀଙ୍କ ପରିବାର ଲୋକେ ରାଷ୍ଟ୍ରପତିଙ୍କୁ ନିବେଦନ କଲେ ।

ମାର୍ଚ୍ଚ 16, 2020- ଫାଶି ଉପରେ ରୋକ ଲଗାଇବା ପାଇଁ 4 ଦୋଷୀଙ୍କ ମଧ୍ୟରୁ 3 ଜଣ ଆଇସିଜେ-ଅନ୍ତର୍ଜାତୀୟ ଅଦାଲତରେ ଆବେଦନ କଲେ । ମୁକେଶ ସିଂର ମାର୍ଚ୍ଚ 6 ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

ମାର୍ଚ୍ଚ 17, 2020- ଘଟଣା ଦିନ ଦିଲ୍ଲୀରେ ନଥିବା ଦର୍ଶାଇ ତା ବିରୋଧରେ ଥିବା ଫାଶି ଦଣ୍ଡକୁ ଖାରଜ କରିବା ପାଇଁ ମୁକେଶ ସିଂ କରିଥିବା ଆବେଦନ ଦିଲ୍ଲୀ କୋର୍ଟରେ ଖାରଜ ।

ମାର୍ଚ୍ଚ 18, 2020- ଦିଲ୍ଲୀ କୋର୍ଟଙ୍କ ରାୟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମୁକେଶର ଆବେଦନ । ବିଧବା ନ ହେବା ଲାଗି ଅକ୍ଷୟର ସ୍ତ୍ରୀ ବିହାରର ଏକ କୋର୍ଟରେ ଛାଡ଼ପତ୍ର ଆବେଦନ କଲା ।

ମାର୍ଚ୍ଚ 19, 2020- ରାଜକ୍ଷମା ଆବେଦନ ବିରୋଧରେ ସୁପ୍ରିମକୋର୍ଟରେ ଅକ୍ଷୟର ଆବେଦନ । ଦିଲ୍ଲୀ କୋର୍ଟଙ୍କ ରାୟ ବିରୋଧରେ ମୁକେଶର ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ । ଫାଶି ଉପରେ ରୋକ ଲଗାଇବାକୁ ଦିଲ୍ଲୀ କୋର୍ଟଙ୍କ ଅଗ୍ରାହ୍ୟ। ଅକ୍ଷୟର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।

ମାର୍ଚ୍ଚ 20, 2020- ନିର୍ଭୟା ଦୋଷୀଙ୍କୁ ଫାଶି ।

Leave A Reply

Your email address will not be published.