ଡ୍ୟାନିଙ୍କ ବାପା ମୋ ପାଇଁ ଲାଇକ ଡାଡି, ଏସବୁ ଛାଡ଼ି ବହୁ ମନର କଥା କହିଲେ ଝିଲିକ୍…

2 678

‘’ଡ୍ୟାନିଙ୍କ ବାପା ମୋ ପାଇଁ ଲାଇକ ଡାଡି । ବେଙ୍ଗଲ ଝିଅରୁ ଓଡ଼ିଶାରେ କ୍ୟାରିଅର ଆରମ୍ଭ କରିଥିଲେ ଏବେ ଏଇଟା ମୋ ପରିବାର । ଯାହା କିଛି ହୋଇଛି ସବୁ ଜଗନ୍ନାଥଙ୍କ ପାଇଁ ହୋଇଛି । ବାହାଘରକୁ ଆମେ ଟିକେ ପର୍ସନାଲ ରଖିଥିଲୁ, ମୋ ବାପାଙ୍କ ଦେହ ଖରାପ ଥିବାରୁ ଆମେ ଟିକେ ପର୍ସନାଲ ରଖିଥିଲୁ । ଆମେ ଲୁଚି ଛପି ବାହା ହୋଇନି ଯାହା ହୋଇଛି ଆପଣଙ୍କ ସାମ୍ନାରେ ହୋଇଛି”, ଏଥିଲା ବେଙ୍ଗଲୀ ଝିଅରୁ ଓଡ଼ିଆ ବୋହୂ ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ମିଡିଆକୁ ଆଜି ଦେଇଥିବା ବୟାନ । ଗତକାଲି ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା, ଏବଂ ଆଜି ଉଭୟେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝିଲିକ୍ ।

ସୂଚନା ଥାଉ କି ଗତକାଲି ରାତିରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା । କୁହାଯାଉଥିଲା ଏହା ସେମାନଙ୍କ ନର୍ବନ୍ଧ ବେଳେର । ଏହାର କିଛି ସମୟ ପରେ ଆଉ କିଛି ଫଟୋ ମଧ୍ୟ ବିଜୁଳି ବେଗରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଶୁଣିବାକୁ ମିଳିଥିଲା ଯେ, ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି । କିଏ କହୁଥିଲା ରାଜସ୍ଥାନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ତ ଅନ୍ୟ କିଏ ଆଉ କେଉଁ ଏକ ସ୍ଥାନର କଥା କହୁଥିଲେ । ସେ ଯାହା ହେଉନା କାହିଁକି ।

ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବଂ ମିଳିମିଶା ପରେ ଶେଷରେ ଗୋଟିଏ ଆତ୍ମାରେ ପରିଣତ ହୋଇଛି ଦୁଇଟି ଶରୀର। ଏବେ ଓଡ଼ିଆ ଘରର ବୋହୁ ସାଜିଛନ୍ତି ବଙ୍ଗୀୟ ଅଭିନେତ୍ରୀ । ସ୍ପଷ୍ଟ ଓଡ଼ିଆ କହିପାରୁଥିବା ଝିଲିକ୍ ଅନେକ ସଫଳ ଓଡ଼ିଆ ସିନେମାର ନାୟିକା ଅଟନ୍ତି । ତେବେ ଆଗକୁ ସେ ଆଉ ଫିଲ୍ମ କରିବେ ବା ନାହିଁ ସେ ନେଉ କୌଣସି ସୂଚନା ମିଳନାହିଁ ।

ବିଧାୟକ ଘରର ବୋହୂ ହେଲା ପରେ ତାଙ୍କୁ ଆଉ ଫିଲ୍ମରେ କାମ କରିବାର ସୁଯୋଗ ନ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ଓ ବିତର୍କ । ତେବେ ଓଡ଼ିଆ ଦର୍ଶକ ତ ନିଶ୍ଚୟ ଚାହିଁବେ ପରଦା ଉପରେ ସେମାନଙ୍କ ପ୍ରିୟ ଅଭିନେତ୍ରୀ ପୁଣି ଅଭିନୟର ଯାଦୁରେ ସମସ୍ତ ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟ କରନ୍ତୁ ।

2 Comments
  1. Jameshic says

    Many thanks, this site is really beneficial.

  2. Phim cap 3 says

    Your style is unique in comparison to other people I have read
    stuff from. I appreciate you for posting when you have the
    opportunity, Guess I will just book mark this site.

Leave A Reply

Your email address will not be published.