ପ୍ରେମରେ ଧୋକା ପାଇଥିବା ମହିଳାଙ୍କୁ ଶୀଘ୍ର ମିଳେ ସଫଳତା

0 848

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ମହିଳାଙ୍କୁ ଧୋକା ମିଳିଥାଏ, ସେମାନେ ନିଜ ଜୀବନରେ ସବୁଠାରୁ ଅଧିକ ସଫଳତା ପାଇଥାନ୍ତି। ସେମାନେ ଯାହା ଚାହିଥାନ୍ତି, ତାହା ଯେମିତି ହେଲେ ହାସଲ କରିଥାନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି।

Womens Are Happier In Office As Compare To Men - स्टडीः ...

ଆହୁରି ମଧ୍ୟ ଜଣାପଡ଼ିଛି ଯେ ଧୋକା ଖାଇଥିବା ମହିଳାଙ୍କୁ ଉତ୍ତମ ସାଥୀ ମିଳିଥାଏ। ସେହିପରି ଧୋକା ଦେଇଥିବା ପୁରୁଷଙ୍କ ସମ୍ପର୍କ ଭାଙ୍ଗିଯାଇଥାଏ। ଏହି ଗବେଷଣାରେ ୯୬ଟି ଦେଶର ୬ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଛି ଯେ ପ୍ରେମରେ ଧୋକା ଖାଇବା ମହିଳାଙ୍କୁ ଅଧିକ ଶକ୍ତ କରିଥାଏ ଏବଂ ପେସାଦାର କ୍ୟାରିୟରରେ ସେମାନେ ସଫଳତା ହାସଲ କରିଥାନ୍ତି। ଥରେ ଧୋକା ଖାଇବା ପରେ ମହିଳାମାନେ ଅଧିକ ସତର୍କ ହୋଇଯାଆନ୍ତି। ତେଣୁ ଦ୍ବିତୀୟ ଥର ସାଥୀ ଖୋଜିବାବେଳେ ସେମାନେ ଉତ୍ତମ ସାଥୀ ଚୟନ କରିଥାନ୍ତି।

BioTecNika launches CSIR NET Super 16 Batch & Working professional ...

ମହିଳମାନେ ସ୍ବୀକାର କରିଥିଲେ ଯେ ହୃଦୟ ଭାଙ୍ଗିବା ସମୟ ସେମାନଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା। ମାତ୍ର ସେଥିରୁ ବାହାରିବା ପରେ ସେମାନେ ବୁଝିବିଚାରି ସାଥୀ ଚୟନ କରିଥିଲେ। ଏହି ନିଷ୍ପତ୍ତି ସେମାନଙ୍କ ପାଇଁ ଉତ୍ତମ ମଧ୍ୟ ପ୍ରମାଣିତ ହୋଇଥିଲା ବୋଲି ସର୍ଭେରେ ସାମିଲ ଥିବା ମହିଳାମାନେ କହିଛନ୍ତି। ପ୍ରେମରେ ଧୋକା ଖାଇବାର ବର୍ଷେ ମଧ୍ୟରେ ସମ୍ପୃକ୍ତ ମହିଳାଙ୍କ ଆତ୍ମବିଶ୍ବାସ ବଢ଼ିବା ସହ ସେମାନେ ମାନସିକ ସ୍ତରରେ ଅଧିକ ଶକ୍ତ ହୋଇଥାନ୍ତି। ସେହିପରି ଧୋକା ଦେଇଥିବା ପୁରୁଷଙ୍କ ନୂଆ ସମ୍ପର୍କ ଅଧିକ ଦିନ ତିଷ୍ଠି ନ ଥିବା ସର୍ଭେରୁ ଜଣାପଡ଼ିଛି।

Leave A Reply

Your email address will not be published.