ଭାରତ ଉପରେ ପଡ଼ୋଶୀ ଚୀନର ପାପ ନଜର; ଗୁଣିଆ ହୋଇ ଝାଡ଼ୁଛି ଭାରତୀୟ ସେନା

1 1,135

ଭାରତ ଉପରେ ପାପ ନଜର ପକାଉଛି ପଡ଼ୋଶୀ ଚୀନ୍ । ପ୍ରତିଦିନ ନୂଆ ନୂଆ କାରନାମା କରୁଛି ଯେଉଥିପାଇଁ ରେଡ ଆର୍ମୀକୁ ଶାନ୍ତିପ୍ରିୟ ଭାରତ ମଧ୍ୟ ନାଲି ଆଖି ଦେଖିବାକୁ ବାଧ୍ୟ ହେଉଛି ।

ଭାରତ ଏବଂ ଚୀନ୍ ମଧ୍ୟରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ଦ୍ୱିତୀୟ ରାଉଣ୍ଡ ଆଜି ଅନୁଷ୍ଠିତ ହୋଇଛି । ଆଉ ଭାରତ ନାଲି ଆଖି ଦେଖାଇ ପାପ ନଜର ପକାଇବା ବନ୍ଦ କରୁ ବୋଲି କହୁଛି ।

ଚୀନ୍ ସେନା ଦ୍ବିତୀୟ ଥର ଭାରତ ସୀମା ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଥିବା ବେଳେ ଆଜିର ଏହି ବୈଠକରେ ସେ ନେଇ ଆଲୋଚନା କରାଯିବ ବୋଲି ଜଣା ପଡ଼ିଛି ।

ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଯେ, ଆଜି ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଉପୁଜିଥିବା ପରିସ୍ଥିତି ସହ ଜଡିତ ଆଲୋଚନା ପାଇଁ ଚୁସୁଲ / ମୋଲଡୋରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା ପାଇଁ ଭାରତୀୟ ସେନା ଏବଂ ଚୀନ୍ ସେନା ଏକାଠି ହୋଇଛନ୍ତି ।

ସେପଟେ ଦକ୍ଷିଣ ପାଙ୍ଗୋଙ୍ଗ ହ୍ରଦରେ ଅତି କମରେ ଦୁଇଟି ବିବାଦୀୟ ଅଞ୍ଚଳ ରହିଛି, ଯାହା ଭାରତ-ଚୀନ୍ ସାମରିକ ଆଲୋଚନାର ସାମିଲ ହୋଇପାରେ ବୋଲି ସୂଚନା ମିଳିଛି ।

ସୂଚନାନୁସାରେ, ଚୀନ୍ ଚାହୁଁଛି ଯେ ଭାରତୀୟ ସେନା ନିର୍ଦ୍ଦିଷ୍ଟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରୁ, ଯାହା ବର୍ତ୍ତମାନ ଭାରତୀୟ ସେନା ଦ୍ୱାରା ଅଧିକୃତ । ସେପଟେ ଭାରତ ମଧ୍ୟ ବ୍ଲାକ୍ ଟପ୍ ଏବଂ ହେଲମେଟ ଟପ୍ ପରି ଅଞ୍ଚଳରେ ଚାଇନାର ସୈନ୍ୟ ନିୟୋଜନ ନେଇ ଚିନ୍ତା ପ୍ରକଟ କରିଛି ।

ଅନ୍ୟପଟେ ଚୀନର ପ୍ରାୟ ୫୦୦ ସୈନିକ ଭାରତ ସୀମା ମଧ୍ୟକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା କଥା ଭାରତୀୟ ସେନା ପକ୍ଷରୁ କୁହାଯିବା ପରେ ଏ ନେଇ ଆଲୋଚନା କରିବା ପାଇଁ ଆଜି ଏହି କମାଣ୍ଡର ସ୍ତରୀୟ ବୈଠକ ଡକାଯାଇଥିବା ଜଣା ପଡ଼ିଛି ।

1 Comment
  1. Cristine says

    my daughter loves this

Leave A Reply

Your email address will not be published.