ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

0 328

ଆସିକା,୨୬/୭ ( ମନୋଜ କୁମାର ନାୟକ ) – ଗଞ୍ଜାମ ଜିଲ୍ଲା ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟରେ ଆଜି କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଏନଏସଏସ ବିଭାଗ ପରିଚାଳକ ଅଧ୍ୟାପକ ସନାତନ ପଣ୍ଡା ସଂଯୋଜନା କରିଥିଲେ ।

ଯୁବ ରେଡକ୍ରସ ପରିଚାଳକ ଅଧ୍ୟାପକ ମନୋରଞ୍ଜନ ସାହୁ କାରଗିଲ ବିଜୟର ଶହୀଦ ହୋଇଥିବା ଜବାନ ଓ ଦେଶର ଜବାନ ମାନଙ୍କ ଗାଥାକୁ ଛାତ୍ରଛାତ୍ରୀଙ୍କୁ ଶୁଣାଇଥିଲେ । ଆମ ଦେଶର ଏକତା ଓ ଅଖଣ୍ଡତାକୁ ଆମେ ଗର୍ବ ଅନୁଭବ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କୁହାଯାଇଥିଲା ।

ପ୍ରତିବର୍ଷ ଏହି ଦିନକୁ ବିଜୟ ଦିବସ ରୁପେ ପାଳନ କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା । ଅଧ୍ୟାପକ ଶିଶିର କୁମାର ମିଶ୍ର ଲଦାଖରେ ହୋଇଥିବା ଲଢେଇ ଓ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ ।

ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକା ମାନେ ବିଭିନ୍ନ କିଷମର ଔଷଧୀୟ ବୃକ୍ଷରୋପଣ କରିଥିଲେ । ଏହି ବିଜୟ କାରର୍ଗିଲ ଦିବସରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ,କର୍ମଚାରୀ ଓ ମାନ୍ୟଗଣ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.