୨୫ ବର୍ଷ ବୟସରେ ଦୁର୍ବଳ ହୋଇଥାଏ ସେହି ଲୋକଙ୍କର ଶରୀର,ଯେଉଁମାନେ କି ସକାଳୁ ଉଠି କରିଥା’ନ୍ତି ଏହି ୪ ଟି କାମ!

0 616

ସାଧାରଣତଃ ଅନିୟମିତ ଖାଦ୍ୟପେୟ ଏବଂ ବଦଳୁଥିବା ଜୀବନଶୈଳୀ ବ୍ୟକ୍ତି ଜୀବନକୁ ପ୍ରଭାବିତ କରିଥାଏ,ଯାହାକି ଆମଠାରେ ଅନେକ ଗମ୍ଭୀର ସମସ୍ୟା ଦେଖାଇଥାଏ। ତେବେ ଆମେ ଆମର ଦୈନନ୍ଦୀନ ଜୀବନଶୈଳୀରେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଏପରି କେତେକ ୪ଟି ଅଭ୍ୟାସରେ ଅଭ୍ୟସ୍ତ ରହିଥାଉ,ଯାହାକି  ଆମକୁ ୨୫ ବର୍ଷ ବୟସରେ ବି ଦୁର୍ବଳ କରାଇଥାଏ।

ଆସନ୍ତୁ ଜାଣିବା କ’ଣ ଅଟେ ସେହି ୪ଟି ଖରାପ ଅଭ୍ୟାସ?….

୧-ସକାଳୁ ଉଠି  ଖାଲି ପେଟରେ ପାଣି ପିଇବାର ଅଭ୍ୟାସ:-ବହୁତ ଲୋକ ଏପରି ଅଛନ୍ତି,ଯେଉଁମାନଙ୍କର  କି  ସକାଳୁ ଉଠି ମୁହଁ ନ ଧୋଇ ଖାଲି ପେଟରେ ପାଣି ପିଇବାର ଅଭ୍ୟାସ ରହିଛି। ଆଉ ଯଦି ଆପଣ ବି ଏପରି ଅଭ୍ୟାସରେ ଅଭ୍ୟସ୍ତ ଅଛନ୍ତି ତ,ତେବେ ତୁରନ୍ତ ହିଁ ଆପଣଙ୍କର  ଏହି ଅଭ୍ୟାସରୁ ଦୂରେଇ ରୁହନ୍ତୁ। କାରଣ ରାତି ମଧ୍ୟରେ ଆମ ମୁହଁରେ ବ୍ୟାକ୍ଟେରିଆ ରହିଥାଆନ୍ତି।ହେଲେ ପାଣି ପିଇବା ଦ୍ୱାରା ଏହା ଆମ ପେଟକୁ ଚାଲି ଯାଇ ପେଟ ଜନିତ ବିଭିନ୍ନ ସମସ୍ୟା ଯଥା ପେଟ ଇମ୍ଫେକ୍‌ସନ୍‌ ଓ ପାଚନ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଉତ୍ପନ କରିଥା’ନ୍ତି ।

Image result for drinking water

୨-ସକାଳୁ ଉଠି ମୋବାଇଲ୍‌ର ବ୍ୟବହାର କରିବା:- ତେବେ ବହୁତ ଲୋକଙ୍କର ଏପରି ମଧ୍ୟ ଅଭ୍ୟାସ ରହିଛି କି ,ସେମାନେ ସକାଳୁ ଉଠିବା କ୍ଷଣି ସେମାନଙ୍କର ମୋବାଇଲ୍‌ଟି ଚେକ୍‌  କରନ୍ତି। ଯାହାଦ୍ୱାରା ମୋବାଇଲ୍‌ରୁ ଉତ୍ପନ ହେଉଥିବା ହାନିକାରକ ରଶ୍ମି ଆସି ସିଧାସଳଖ ଆମ ଆଖି ମଧ୍ୟରେ ପଡ଼ିଥାଏ।ତେବେ ଏପରି ଅଭ୍ୟାସ ଲମ୍ବା ସମୟ ପର୍ଯ୍ୟନ୍ତ କରିବା ଦ୍ୱାରା ଏହା ବ୍ୟକ୍ତିର  ଆଖିକୁ ଦୁର୍ବଳ କରିଦିଏ।

Image result for mobile using bed

୩-ସକାଳୁ ଉଠି ଚା’ ପିଇବାର ଅଭ୍ୟାସ:- ବହୁତ ଲୋକଙ୍କର ସକାଳୁ ଉଠିବାମାତ୍ରେ ଖାଲି ପେଟରେ ଚା’ ପିଇବାର ଅଭ୍ୟାସ ରହିଥାଏ।ହେଲେ ଏହା ବିଲ୍‌କୁଲ୍‌ ହିଁ ଠିକ୍‌ ନୁହେଁ।କାରଣ  ଏପରି କରିବା ଦ୍ୱାରା ପାଚନ ତଂନ୍ତ୍ରରେ ଏହା ତାହାର ଖରାପ ପ୍ରଭାବ ପକାଇଥାଏ। ଯାହାକି ବ୍ୟକ୍ତିଠାରେ କୋଷ୍ଠକାଠିନ୍ୟ ଜନିତ ସମସ୍ୟା,ଗ୍ୟାସ୍‌ଷ୍ଟ୍ରିକ୍‌ ଜନିତ ସମସ୍ୟା ଏବଂ ଏସିଡିଟି ଭଳି ଗମ୍ଭୀର ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।

Image result for bed tea

୪-  ସକାଳୁ ଉଠିବା ମାତ୍ରେ ତୁରନ୍ତ ଗାଧୋଇବାର ଅଭ୍ୟାସ:-ବହୁତ ଲୋକଙ୍କର ସକାଳୁ ଉଠିବା ମାତ୍ରେ ଗାଧୋଇବାର ଅଭ୍ୟାସ ରହିଥାଏ। ଯାହାକି ଶରୀରକୁ ଦୁର୍ବଳ କରିଦେଇଥାଏ। କାରଣ ସକାଳୁ ବ୍ୟକ୍ତି ଶରୀରର ତାପମାତ୍ରା ନର୍ମାଲ୍‌ ନଥିବା ହେତୁ ସକାଳୁ ଉଠିବାର ତୁରନ୍ତ ଗାଧୋଇବା ଯୋଗୁଁ ଶରୀର ଦୁର୍ବଳ ହୋଇଯାଇଥାଏ।

Image result for bathing lady

Leave A Reply

Your email address will not be published.