ଆସିକା,୧୪/୪(ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପବିତ୍ର ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତି ପାଳନ କରାଯାଇଥିବା ବେଳେ ଜେ.ସି.ଆଇ ଆସିକା ସୁଗାର ଟାଉନ ପକ୍ଷରୁ ମଧ୍ୟ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ସଭାପତି ଜେ.ସି ଶିବ ଶଙ୍କର ପାତ୍ର, ସେକ୍ରେଟାରୀ ଜେ.ସି ଜଗନ୍ନାଥ, ଜେ.ସି ଅନିଲ ପୃଷ୍ଟି, ଜେ.ସି ସଞ୍ଜୟ ପାତ୍ର,ଜେ.ସି କିରଣ ପାତ୍ର, ଜେ.ସି ଗୈାରବ ଏବଂ ଜେ.ସି ସତ୍ୟ ସାଙ୍ଗକୁ ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସୂର୍ଯ୍ୟଙ୍କ ବାର୍ଷିକ ଗତି ବା ରାଶିକୁ ୧୨ଟି ରାଶି ମଧ୍ୟ ଦେଇ ଗତି କରିଥାଏ । ଯେଉଁ ଗତିକୁ କୁହାଯାଏ ସଂକ୍ରାନ୍ତି । ତନ୍ମଧ୍ୟରୁ ମହାବିଷୁବ ସଂକ୍ରାନ୍ତି ହେଉଛି ସଂକ୍ରାନ୍ତି । ହିନ୍ଦୁ ମାନଙ୍କ ପାଇଁ ଏହା ଏକ ପୂଣ୍ୟ ଦିନ ହୋଇଥାଏ ବୋଲି ମତ୍ୟକ୍ତ କରାଯାଇଥିଲା । ମହାଭାରତ ଯୁଦ୍ଧରେ ଭୀଷ୍ମ ଶରଶଯ୍ୟାରେ ଥିବା ବେଳେ ତାଙ୍କୁ ଶୋଷ ଲାଗିବାରୁ ଅର୍ଜୁନ ଏକ ଶରମାରି ପୃଥିବୀ ପୃଷ୍ଠରୁ ଜଳଧାର ସିଧା ତାଙ୍କ ପାଟିରେ ଦେଇ ତୃଷ୍ଣା ମେଟାଂଇ ଥିଲେ । ସେଦିନଟି ଥିଲା ବିଷୁବ ସଂକ୍ରାନ୍ତିର ଦିନ । ତୃଷା ମେଟିଂବା ପରେ ଭିଷ୍ମ, ଯୁଧିଷ୍ଠିରଙ୍କୁ କହିଥିଲେ ଯେଉଁ ବ୍ୟକ୍ତି ଏହି ଦିନ ତୃଷାର୍ତଙ୍କୁ ଜନଦାନ ଦେବ ତାହାର ସମସ୍ତ ପାପ କ୍ଷୟ ହେବା ସହିତ ସେ ପୁଣ୍ୟ ଅର୍ଜନ କରିବ ବୋଲି ପୈାରାଣରେ ବର୍ଣ୍ଣିତ ହୋଇଥିବା କୁହାଯାଇଛି ।