ଓଡ଼ିଆ ଘରର ବୋହୂ ସାଜିଲେ ଏହି ବଙ୍ଗୀୟ ନାୟିକା, ପୁଅ ଜଣେ ବିଧାୟକ

0 493

ବଲିଉଡ୍ ନାୟିକା ଏବଂ କ୍ରିକେଟରଙ୍କ ବିବାହ ଭାରତ ପାଇଁ କିଛି ନୂଆ ନୁହେଁ । ବାରମ୍ବାର ଏହାର ଉଦାହରଣ ଆମେ ଆଗରୁ ଦେଖିଛେ ଏବଂ ଆଗକୁ ଦେଖିବା ମଧ୍ୟ । ଓଡ଼ିଶା ଏବଂ ଓଲିଉଡ୍ ଇଣ୍ଡଷ୍ଟ୍ରିଜ୍ ରେ ମଧ୍ୟ ଏମିତି ଅନେକ ଥର ଘଟିଛି । କିନ୍ତୁ ଏଠି ରାଜନେତା ଓ ଓଲିଉଡ ମଧ୍ୟରେ ରହିଛି ଠିକ୍ ସେମିତି ସମ୍ପର୍କ । ଏଇ ନିକଟ ଅତିତରେ ଓଡ଼ିଆ ଫିଲ୍ମ ଅଭିନେତା ଅର୍ଦ୍ଧେନ୍ଧୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପିପିଲିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ନିଜ ଜୀବନ ସାଥୀ କରିଛନ୍ତି ।

ଆଉ ଏବେ ସେମିତି ଏକ ଯୋଡ଼ିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେମାନେ ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ତଥା ବର୍ତ୍ତମାନର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ଓଡ଼ିଆ ଫିଲ୍ମରେ କାମ କରୁଥିବା ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ବିବାହ କଥା । ହଁ ଉଭୟଙ୍କ ବିବାହ ନେଇ ସୋସିଆଲ ମିଡିଆରେ ଢେର୍ ଗସିପ , ଚର୍ଚ୍ଚା ।

କୁହାଯାଉଛି ଯେ, ଓଡ଼ିଶା ବାହାରେ ସେମାନେ କେଉଁ ଏକ ଉତ୍ତର ଭାରତ ସହରରେ ଉଭୟେ ଉଭୟଙ୍କୁ ପତି, ପତ୍ନୀର ମାନ୍ୟତା ଦେଇଛନ୍ତି । ଆଉ ଏହା ପରେ ଚର୍ଚ୍ଚା ଅଧିକରୁ ଅଧିକ ହୋଇଛି । ଓଡ଼ିଆ ଘରର ବୋହୂ ହେଲା ପରେ ଆଗକୁ ଫିଲ୍ମରେ ଏହି ବଙ୍ଗୀୟ ଅଭିନେତ୍ରୀ କାମ କରିବେ କି ନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଅଧିକ ହେଉଛି। ବିଶେଷ କରି ଏବେ ଓଡ଼ିଆ ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ଫିଲ୍ମ କୁ ଅଲବିଦା କହିବେ କି ସେମାନଙ୍କ ପ୍ରିୟ ନାୟିକା ଝିଲିକ୍ ?

କାହିଁକିନା ସେ ଯେଉଁଭଳି ଭାବେ ତରବରିଆ ଭାବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ବିବାହ କରିଛନ୍ତି ତାକୁ ନେଇ ଦର୍ଶକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଆସିଛି । ଏମିତି ତ କିଛି ଦିନ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲେ କିନ୍ତୁ ଏବେ ବିବାହ ପରେ ସମ୍ପୂର୍ଣ୍ଣ ଓଲିଉଡ୍ କୁ ବାଏ ବାଏ କହିଦେବେନି ତ ।

ଏଠାରେ ଆମେ କହିରଖୁ ଯେ, ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବଂ ମିଳିମିଶା ପରେ ଶେଷରେ ଗୋଟିଏ ଆତ୍ମାରେ ପରିଣତ ହୋଇଛି ଦୁଇଟି ଶରୀର । ଏବେ ଓଡ଼ିଆ ଘରର ବୋହୁ ସାଜିଛନ୍ତି ବଙ୍ଗୀୟ ଅଭିନେତ୍ରୀ । ସ୍ପଷ୍ଟ ଓଡ଼ିଆ କହିପାରୁଥିବା ଝିଲିକ୍ ଅନେକ ସଫଳ ଓଡ଼ିଆ ସିନେମାର ନାୟିକା ଅଟନ୍ତି । ତେବେ ଆଗକୁ ସେ ଆଉ ଫିଲ୍ମ କରିବେ ବା ନାହିଁ  ସେ ନେଉ କୌଣସି ସୂଚନା ମିଳନାହିଁ ।

Leave A Reply

Your email address will not be published.