କେତେବେଳେ ଏବଂ କାହିଁକି ଧୋତି ପିନ୍ଧିବା ପାଇଁ ମନସ୍ଥ କଲେ ମହାତ୍ମା ଗାନ୍ଧି

0 696

ଇତିହାସର ଫର୍ଦ୍ଦରେ ଲେଖାଥିବା ମହାନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଗୋଟେ ଚର୍ଚ୍ଚିତ ନାମ ହେଉଛି ମହାତ୍ମା ଗାନ୍ଧି । ତାଙ୍କୁ ଜାତିର ପିତା ବୋଲି କୁହାଯାଏ, କାରଣ ସେ ନିଜ ଜୀବନକୁ ବାଜି ଲାଗାଇ ଦେଶକୁ ସ୍ୱାଧୀନତା ଆଣି ଦେଇଥିଲେ । ତେବେ ତାଙ୍କ କଥା ମନକୁ ଆସିଲେ, ସେ ପିନ୍ଧୁଥିବା ପୋଷାକ ମଧ୍ୟ ଆଖି ଆଗକୁ ଚାଲି ଆସେ । ସେ ସମୟରେ ବ୍ରିଟିଶମାନଙ୍କର ରାଜୁତି ଚାଲୁଥିଲେ ମଧ୍ୟ ବ୍ରିଟିଶମାନଙ୍କର ପୋଷାକ ଛାଡ଼ି ସେ ଧୋତି ପିନ୍ଧୁଥିଲେ । କିନ୍ତୁ ମହାତ୍ମା ଗାନ୍ଧିଙ୍କ ଧୋତି ପିନ୍ଧିବା ପଛରେ ଦୁଇଟି କାରଣ ରହିଥିଲା ବୋଲି ବିଶ୍ୱାସ କରାଯାଏ । ଆସନ୍ତୁ ଜାଣିବା ସେହି ଦୁଇଟି କାରଣ ବିଷୟରେ

୧.ମହାତ୍ମା ଗାନ୍ଧି ସାଉଥ୍‌ ଆଫ୍ରିକାରୁ ଫେରିବା ପରେ ଧୋତି ପିନ୍ଧିବା ଆରମ୍ଭ କରିଥିଲେ ବୋଲି କୁହାଯାଏ । ବିଦେଶରୁ ଫେରିବା ପରେ ସେ ଦେଶର ଗରିବାବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ । ବିଦେଶରେ ରହି ସେ ବିଦେଶୀ ପୋଷାକକୁ ପିନ୍ଧିବା ପାଇଁ ପସନ୍ଦ କରୁଥିବା ବେଳେ ଭାରତକୁ ଆସିବା ପରେ ସେ ଗୁଜ୍‌ରାତୀ ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ । ଦେଶର ଗରିବାବସ୍ଥା ଦେଖି ବିଦେଶୀ ପୋଷାକୁ ଛାଡ଼ି ନିଜେ ନିଜର ପୋଷାକ ତିଆରି କରି ପିନ୍ଧିବା ପାଇଁ ସେ ଭାରତୀୟଙ୍କୁ ପ୍ରଭର୍ତ୍ତାଇଥିଲେ । ସେଥିପାଇଁ ଖଦିର ପ୍ରଚାର ପ୍ରସାର ପାଇଁ ସେ ଖଦିରେ ତିଆରି ଧୋତି ପିନ୍ଧିବା ଆରମ୍ଭ କରିବା ସହ ଲଣ୍ଡା ହୋଇଥିଲେ । ସେପ୍ଟେମ୍ବର ୨୨,୧୯୨୧ରେ ସଂପୁର୍ଣ୍ଣ ଭାବରେ ପ୍ୟାଣ୍ଟ ସାର୍ଟ ପିନ୍ଧିବା ଛାଡ଼ି ଦେଇଥିଲେ ।

୨.ଗାନ୍ଧି ଧୋତିକୁ ଆପଣାଇବା ପଛରେ ଆଉ ଏକ କାରଣ ରହିଛି ବୋଲି ବିଶ୍ୱାସ କରାଯାଏ । ଇତିହାସ ଅନୁଯାୟୀ,ଚମ୍ପାରଣ ଆନ୍ଦୋଳନ ସମୟରେ ଗାନ୍ଧି ମୁଜାଫରପୁରର କମିସିନରଙ୍କୁ ଭେଟିବା ପାଇଁ ମନସ୍ଥ କରିଥିଲେ । କମିସିନରଙ୍କ ଭେଟିବା ପରେ ସେ ଆନ୍ଦୋଳନଙ୍କୁ ବନ୍ଦ କରିବା ସହ କୃଷକ ମାନଙ୍କୁ ସାହାଯ୍ୟ କରିବା ପାଇଁ ମନା କରିଥିଲେ । କିନ୍ତୁ ଗାନ୍ଧି ତାଙ୍କ କଥା ମାନି ନଥିଲେ । ଗାନ୍ଧି ଏ ନେଇ ଅଭିଯୋଗ ଆଣିବା ପରେ ସାକ୍ଷି ଦେବା ପାଇଁ ଗାନ୍ଧୀ ଏବଂ କମିସିନରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମୟରେ ଉପସ୍ଥିତ ଥିବା ୩ଜଣ ମହିଳାଙ୍କୁ ଅନୁରୋଧ କରିଥିଲେ । ଗାନ୍ଧିଙ୍କ ସତ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ସେମାନେ ସାକ୍ଷି ଦେବା ପାଇଁ ରାଜି ହୋଇ ନଥିଲେ । କାରଣ ୩ଜଣ ମହିଳା ଗୋଟେ ଶାଢ଼ୀ ପିନ୍ଧୁଥିଲେ । ଏତେ ସବୁ ସମସ୍ୟା ଥାଇ ମଧ୍ୟ ଶେଷର ଶୁଣାଣି ଦିନ ଅଦାଲତରେ ପହଞ୍ଚିଥିଲେ ୩ଜଣ ମହିଳା । ୩ଜଣ ମହିଳା ଗୋଟେ ଶାଢ଼ିକୁ ଧୋତି କରି ପିନ୍ଧିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମହାତ୍ମା ଗାନ୍ଧି । ସେହି ଦିନ ଠାରୁ ମହାତ୍ମା ଗାନ୍ଧି ଧୋତି ପିନ୍ଧିବା ପାଇଁ ମନସ୍ଥ କରିଥିଲେ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.