ଗୋଟିଏ ମୁହଁ ୩ଟି ଚେହେରା! ଏମିତି ଜଣେ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା

0 943

ଗୋଟିଏ ମୁହଁ ଅନେକ ଚେହେରା। ଏମିତି ମଣିଷ ଥିବାର କେବେ ଆପଣ ଦେଖିଛନ୍ତି। ଏମିତି ଏକ ଘଟଣା ଘଟିଛି ପ୍ୟାରିସରେ। ଜେରୋମ୍ ହେରନ୍ ନାମକ ଜଣେ ବ୍ୟକ୍ତିଙ୍କର ମୁହଁରେ ୩ଟି ଚେହେରା।

ଜେରୋମ୍ ହେରନ୍ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାଙ୍କର ମୁହଁ ଗୋଟିଏ, କିନ୍ତୁ ସେଥିରେ ଆପଣ ୩ଟି ଚେହେରା ଦେଖିପାରିବେ। ଜେରୋମ୍‌ ଏକ ବିରଳ ରୋଗର ଶିକାର ହୋଇଛନ୍ତି। ଫଳରେ ବାରମ୍ବାର ତାଙ୍କ ମୁହଁରେ ଟ୍ୟୁମର ହେଉଛି। ସେଥିପାଇଁ ସେ ଫେସ୍‌ ଟ୍ରାନ୍ସପ୍ଲାଣ୍ଟ କରୁଛନ୍ତି। ଏବେ ସୁଦ୍ଧା ସେ ୨ଥର ଟ୍ରାନ୍ସପ୍ଲାଣ୍ଟ କରିସାରିଲେଣି। ବର୍ତ୍ତମାନ ମୁହଁର ସଫଳ ଅସ୍ତ୍ରୋପଚାର କରି ୩ଟି ଭିନ୍ନ ଧରଣର ଚେହେରା ପାଇଛନ୍ତି। ଆଉ ଏହାକୁ ନେଇ ଏବେ ସେ ଚର୍ଚ୍ଚାରେ।

୨୦୧୦ମସିହାରେ ସେ ପ୍ରଥମେ ମୁହଁରେ ପ୍ଲାଷ୍ଟିକ୍‌ ସର୍ଜରୀ କରିଥିଲେ। ମାତ୍ର ୨୦୧୬ମସିହା ପର ଠାରୁ ଜେରୋମ୍‌ଙ୍କ ମୁହଁର ଟ୍ରାନ୍ସପ୍ଲାଣ୍ଟ ଖରାପ ହେବା ଆରମ୍ଭ ହୋଇଥିଲା। ତେଣୁ ସେ  ନୂଆ ଚେହେରାକୁ ହଟାଇବା ପାଇଁ ଆଉଥରେ ଫେସ୍ ଟ୍ରାନ୍ସପ୍ଲାଣ୍ଟ କରିବାର ନିଷ୍ପତ୍ତି ନେଲେ।

ଆଉ ଏବେ ସେ ମୁହଁରେ ସଫଳ ଅସ୍ତ୍ରୋପଚାର କରି ଏକ ଭିନ୍ନ ଧରଣର ୩ଟି ଚେହେରା ପାଇଛନ୍ତି। ଏହାକୁ ଦେଖି ସମସ୍ତେ ତାଙ୍କୁ ୩ଟି ମୁହଁ ଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ବୋଲି କହୁଛନ୍ତି।

Leave A Reply

Your email address will not be published.