Asika rushikulya brahmana members felicitatedAsika rushikulya brahmana members felicitated

ଆସିକା,୨/୭ (ପ୍ରତିନିଧି : ମନୋଜ ନାୟକ)- ଗଞ୍ଜାମ ଜିଲ୍ଲା ଆସିକା ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘ ପକ୍ଷରୁ ବେଦପାଠ ଏବଂ କର୍ମକାଣ୍ଡରେ ସିଦ୍ଧହସ୍ତ ବ୍ରାହ୍ମଣ ମାନଙ୍କୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆସିକା ତାଲୁକା ସ୍ଥିତ ଶ୍ରୀ ବାଲ୍ମୀକେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ କୁ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ପଣ୍ଡିତ ସୁଦର୍ଶନ ତ୍ରିପାଠୀଙ୍କ ଅଧ୍ୟକ୍ଷତା କରିଥିଲେ । ଆସିକା ସହର ଉପକଣ୍ଠରେ ଥିବା ସୁବର୍ଣ୍ଣେଶ୍ୱର ମନ୍ଦିର ଠାରେ ଚଳିତ ବର୍ଷ ଅନୁଷ୍ଟିତ ହୋଇଥିବା ଯଜ୍ଞରେ ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ରାମେଶ୍ୱର ଶତପଥି, ଆଚାର୍ଯ୍ୟ ରତ୍ନାକର ଦାଶ, ପଣ୍ଡିତ ସନାତନ ପଣ୍ଡା, ପଣ୍ଡିତ ନିଳାଚଂଳ ତ୍ରିପାଠି, ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠି, ଗଙ୍ଗାଧର ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୈାକନ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ରାଜସ୍ଥାନ ଜୟପୁରର ପଣ୍ଡିତ ଉମେଶ ଚନ୍ଦ୍ର ଦାଶ ସଂଯୋଜନା କରିଥିବା ବେଳେ ଆସିକା ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ସ୍‌ଦସ୍ୟଗଣ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ଏହି ସଭାରେ ପ୍ରତାପ ମିଶ୍ର, ଶୁଭାଶିଷ ମିଶ୍ର, ହୃଷୀକେଶ ସାହୁ, ଦଣ୍ଡପାଣି ପ୍ରହରାଜ, ପ୍ରଦିପ ଶତପଥି, ଛବିଳରାମ ମିଶ୍ର, ଅକ୍ଷୟ କୁମାର ତ୍ରିପାଠି ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।