ବିଧାୟକ ଡ୍ୟାନିଙ୍କୁ କାହିଁକି ବିବାହ କଲେ ଝିଲିକ୍, କାରଣ ଏହା ନୁହେଁ ତ?

0 563

ବଙ୍ଗାଳୀ ପୁଅକୁ ନ ବାଛି ଓଡ଼ିଆ ପୁଅକୁ କାହିଁକି ବାଛିଲେ ଝିଲିକ୍? ଫିଲ୍ମ ଇଣଣ୍ଡଷ୍ଟ୍ରୀଜ୍ ର କଳାକାରଙ୍କୁ ଛାଡ଼ି ଜଣେ ବିଧାୟକଙ୍କୁ କାହିଁକି ବାହା ହେଲେ ଝିଲିକ୍ ? ବିଧାୟକ ଘରର ବୋହୂ ହେବା ପରେ ଫିଲ୍ମ ଛାଡ଼ି ଦେବେ କି ଝିଲିକ୍ ? ଏବେ ଏମିତି ଅନେକ ଅସୁମାରୀ ପ୍ରଶ୍ନ ଉଠୁଛି ଝିଲିକ୍ ଏବ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ବିବାହକୁ ନେଇ ।

ପ୍ରଶ୍ନ ଉଠିବା ସ୍ୱାଭାବିକ, କାହିଁକି ନା ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଉଭୟଙ୍କ ବିବାହ ଖବରକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲେ ମଧ୍ୟ ଏନେଇ ଝିଲିକ୍ କିମ୍ବା ପ୍ରୀତିରଞ୍ଜନଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳୁନଥିଲା । ଆଉ ଏବେ ଅଚାନକ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିବା ଦାବି କରୁଥିବା କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ପ୍ରଶ୍ନ ଏବଂ ଅନେକ ଗୁଜବ ପ୍ରଚାର ହେବା ବି ସ୍ୱାଭାବିକ ।

କାହିଁକିନା ଉଭୟ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବଂ ମିଳିମିଶା ପରେ ଶେଷରେ ପରସ୍ପରର ହାତ ଧରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏନେଇ ସେମାନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫଟୋ ବି ଛାଡ଼ି ଏହାର ପ୍ରମାଣ ଦେଇଛନ୍ତି । ଏବେ ଓଡ଼ିଆ ଘରର ବୋହୁ ସାଜିଛନ୍ତି ବଙ୍ଗୀୟ ଅଭିନେତ୍ରୀ । ସ୍ପଷ୍ଟ ଓଡ଼ିଆ କହିପାରୁଥିବା ଝିଲିକ୍ ଅନେକ ସଫଳ ଓଡ଼ିଆ ସିନେମାର ନାୟିକା ଅଟନ୍ତି । ତେବେ ଆଗକୁ ସେ ଆଉ ଫିଲ୍ମ କରିବେ ବା ନାହିଁ ସେ ନେଉ କୌଣସି ସୂଚନା ମିଳନାହିଁ । ବିବାହ କୁ ନେଇ ଝିଲିକ ଗଣମାଧ୍ୟମକୁ କହିଥିଲେ ଯାହା ହେଲା ସବୁ ତରବରିଆ ଭାବେ ହେଇଯାଇଛି । ସବୁ ଶ୍ରେୟ ସେ ପ୍ରଭୁ ଜଗନ୍ନାଥ ଙ୍କୁ ଜଣାଇ କହିଛନ୍ତି ଯେ ଜଗନ୍ନାଥ ସବୁ କିଛି ସମ୍ଭବ କରିପାରିଲେ ।

Leave A Reply

Your email address will not be published.