ବିବାହ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଲେ ଝିଲିକ-ପ୍ରୀତିରଞ୍ଜନ, କହିଲେ ତାଙ୍କ ବାହାଘରର ସିକ୍ରେଟ…

0 765

ଲୁଚା ଛପା ପ୍ରେମ, ପରେ ବିବାହ ଆଉ ଏବେ ସମସ୍ତଙ୍କ ସାମ୍ନାରେ ଓଡ଼ିଶାର ହଟ୍ ଟପିକ ସାଜିଥିବା ଅଭିନେତ୍ରୀ ଝିଲିକ ଏବଂ ବିଧାୟକ ସ୍ୱାମୀ ପ୍ରୀତିରଞ୍ଜନ ଘଡ଼ାଇ । ଟିଭି ଏବଂ ସୋସିଆଲ ମିଡିଆରେ ଉଭୟଙ୍କ ନିର୍ବନ୍ଧ, ବିବାହ ଆଦି ଖବରକୁ ନେଇ ଚର୍ଚ୍ଚା ପରେ ଏବେ ଉଭୟ ଗଣମାଧ୍ୟମକୁ ସାମ୍ନା କରିଛନ୍ତି ଏବଂ ମନର କଥା କହିଛନ୍ତି । ଉଭୟଙ୍କ ପାରିବାରିକ ସମ୍ପର୍କଠୁ ନେଇ ବ୍ୟକ୍ତିଗତ କଥା ବି ଗଣମାଧ୍ୟମ ଆଗରେ ସେୟାର କରିଛନ୍ତି ।

ତେବେ ବିଧାୟକ ପ୍ରୀତିରଞ୍ଜନଙ୍କ ଅପେକ୍ଷା ଅଭିନେତ୍ରୀ ଝିଲିକଙ୍କୁ ସାମ୍ବାଦିକମାନେ ଏହି ସିକ୍ରେଟ୍ ମ୍ୟାରେଜ ସମ୍ପର୍କରେ ଅଧିକ ଜାଣିବା ପାଇଁ ଉତ୍ସୁକତା ଦେଖାଇଥିଲେ । ଝିଲିକ୍ ମଧ୍ୟ ସମସ୍ତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ପ୍ରେମ ଠାରୁ ଆରମ୍ଭ କରି ବିବାହ ଏବଂ ଆଗାମୀ ଲକ୍ଷ୍ୟ ସମ୍ପର୍କରେ ଖୋଲା ଖୋଲି କହିଥିଲେ ।

ସେ କହିଥିଲେ ଯେ, “ମୋ ସ୍ୱାମୀ ମୋତ କେବଳ ସରପ୍ରାଇଜ୍ ଦେବା ଜାଣନ୍ତି । ସେ ସବୁ ବେଳେ ମିଠା ମିଠା ସରପ୍ରାଇଜ ଦିଅନ୍ତି । ଆମ ବାହବାଘର ବି ଏକ ସରପ୍ରାଇଜ ଭଳି ଥିଲା । ଅବଶ୍ୟ ବ୍ୟକ୍ତିଗତ କାରଣରୁ ଆମେ ଆମ ବାହାଘରକୁ ଟିକେ ପର୍ସନାଲ ରଖିଥିଲୁ କିନ୍ତୁ କମ୍ ଦିନ ମଧ୍ୟରେ ସବୁକିଛି ହୋଇଗଲା । ୟାଙ୍କ (ପ୍ରୀତିରଞ୍ଜନ ଘଡ଼ାଇ) ଡ୍ୟାନିଙ୍କ ବାପା ମୋ ପାଇଁ ଲାଇକ ଡାଡି । ବେଙ୍ଗଲ ଝିଅରୁ ଓଡ଼ିଶାରେ କ୍ୟାରିଅର ଆରମ୍ଭ କରିଥିଲି ଏବେ ଏଇଟା ମୋ ପରିବାର । ଯାହା କିଛି ହୋଇଛି ସବୁ ଜଗନ୍ନାଥଙ୍କ ପାଇଁ ହୋଇଛି ।”

“ବାହାଘରକୁ ଆମେ ଟିକେ ପର୍ସନାଲ ରଖିଥିଲୁ, ମୋ ବାପାଙ୍କ ଦେହ ଖରାପ ଥିବାରୁ ଆମେ ଟିକେ ପର୍ସନାଲ ରଖିଥିଲୁ । ଆମେ ଲୁଚି ଛପି ବାହା ହୋଇନି ଯାହା ହୋଇଛି ଆପଣଙ୍କ ସାମ୍ନାରେ ହୋଇଛି”, ଏଥିଲା ବେଙ୍ଗଲୀ ଝିଅରୁ ଓଡ଼ିଆ ବୋହୂ ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ମିଡିଆକୁ ଗତକାଲି ଦେଇଥିବା ବୟାନ । ଗତକାଲି ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା, ଏବଂ ଆଜି ଉଭୟେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝିଲିକ୍ ।

ସୂଚନା ଥାଉ କି, ଗତକାଲି ରାତିରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା । କୁହାଯାଉଥିଲା ଏହା ସେମାନଙ୍କ ନର୍ବନ୍ଧ ବେଳେର । ଏହାର କିଛି ସମୟ ପରେ ଆଉ କିଛି ଫଟୋ ମଧ୍ୟ ବିଜୁଳି ବେଗରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଶୁଣିବାକୁ ମିଳିଥିଲା ଯେ, ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି । କିଏ କହୁଥିଲା ରାଜସ୍ଥାନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ତ ଅନ୍ୟ କିଏ ଆଉ କେଉଁ ଏକ ସ୍ଥାନର କଥା କହୁଥିଲେ ।

ସେ ଯାହା ହେଉନା କାହିଁକି । ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବଂ ମିଳିମିଶା ପରେ ଶେଷରେ ଗୋଟିଏ ଆତ୍ମାରେ ପରିଣତ ହୋଇଛି ଦୁଇଟି ଶରୀର। ଏବେ ଓଡ଼ିଆ ଘରର ବୋହୁ ସାଜିଛନ୍ତି ବଙ୍ଗୀୟ ଅଭିନେତ୍ରୀ । ସ୍ପଷ୍ଟ ଓଡ଼ିଆ କହିପାରୁଥିବା ଝିଲିକ୍ ଅନେକ ସଫଳ ଓଡ଼ିଆ ସିନେମାର ନାୟିକା ଅଟନ୍ତି । ତେବେ ଆଗକୁ ସେ ଆଉ ଫିଲ୍ମ କରିବେ ବା ନାହିଁ ସେ ନେଉ କୌଣସି ସୂଚନା ମିଳନାହିଁ ।

Leave A Reply

Your email address will not be published.