ଆଶା ଦେବୀଙ୍କୁ ଶତ ଶତ ନମନ; ବୃଥା ଗଲାନି ଆଶା, ଫାଶୀରେ ଝୁଲିଲେ ପାପି

0 587

ଫାଶୀରୁ ବର୍ତ୍ତିବା ପାଇଁ ପାପି ମାନେ ଆପଣାଇଥିଲେ ବିଭିନ୍ନ ପନ୍ଥା, କିନ୍ତୁ ଜଣେ ମାଆର ଆଖି ଲୁହରୁ କେହି ବଞ୍ଚାଇ ପାରିଲେ ନାହିଁ । ଆଜି ସେମାନେ ଫାଶୀ ପାଇ ନିଜ କଲା କର୍ମର ଶାସ୍ତି ପାଇଛନ୍ତି । ଦୁନିଆ ଏବେ ସେମାନଙ୍କୁ ଧିକାର କରିବା ସହ ଏଭଳି ପାପ ନ କରିବା ପାଇଁ ନାରୀ ଶରୀରକୁ ଦେଖି ଉତ୍ତେଜିତ ହେଉଥିବା କୁଳାଙ୍ଗାରକୁ ଚେତେଇ ଦେବ । ଆଉ ଏହି ସବୁର ଶ୍ରେୟ ଯାଉଛି ନିର୍ଭୟାଙ୍କ ମାଆ ଆଶା ଦେବୀଙ୍କ ପାଖକୁ ।

ପାପୀ ମାନଙ୍କୁ ଫାଶୀ ଖୁଣ୍ଟରେ ଝିଲାଇବା ପାଇଁ ଏ କୋର୍ଟରୁ ସେ କୋର୍ଟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ବି ସେ ଆଶା ଛାଡ଼ି ନଥିଲେ । ତାରିଖ ପରେ ତାରିଖ ମିଳୁଥିଲେ ବି କୋର୍ଟରୁ ନ୍ୟାୟ ମିଳିବ ବୋଲି ସବୁବେଳେ ଆଶା ରଖିଥିଲେ ଦେଶର ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଜଣାଉଥିଲେ ଏବଂ ଅନ୍ୟମାନେ ଯେମିତି ନ୍ୟାୟ ପାଇଁ ଭାଙ୍ଗି ନ ଯାଇ ଶେଷ ସମୟ ଯାଏଁ ଲଢ଼ିବେ ସେଥିପାଇଁ ପ୍ରୟାସ କରୁଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ, ୨୦୧୨ ମସିହାରେ ଦିଲ୍ଲୀରେ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ଅପରାଧିମାନେ ଗଣ ବଳାତ୍କାର ପରେ ମରଣାନ୍ତକ ଆକ୍ରମଣ କରି ମୁମୁର୍ଷୁ ଅବସ୍ଥାରେ ଛାଡିଦେଇଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ୧୬ ଡିସେମ୍ବର ୨୦୧୨ରେ ଘଟିଥିବା ଏହି ଦୁଃଖଦ ଘଟଣାଟି ମିଡିଆର ହସ୍ତକ୍ଷେପ ଫଳରେ ତ୍ୱରିତ ଲୋକ ଲୋଚନକୁ ଆସିଥିଲା ।

ସାରା ଦେଶ ଏହି ଘଟଣାର ଦୃଢ ବିରୋଧ କରିବା ସହ ଅପରାଧୀ ମାନଙ୍କର ତୁରନ୍ତ ଗିରଫ ଦାବୀ କରିଥିଲେ । ଘଟଣାଟି ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିବା ସହ ଭାରତର ରାଜଧାନୀରେ ମହିଳାମାନଙ୍କ ସୂରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

Leave A Reply

Your email address will not be published.