ଆସିକା,୧୨/୨(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ପୁଡୁଗେଶ୍ୱରପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ୧୦୨ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି ଉତ୍ସବରେ ଅତିଥି ଭାବେ ଆସିକା ବିଇଓ ମୁନରାଣୀ ମହାନ୍ତି, ଆସିକା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୂନନ୍ଦନ ପଣ୍ଡା, ମୁଖ୍ୟବକ୍ତା ଟି.ଭି.ଭାସ୍କର ରାଓ, ବକ୍ତା ଭାବେ ଅଜିତ କୁମାର ପଟ୍ଟନାୟକ, କାଳଷଣ୍ଡପୁର ସରପଞ୍ଚ ଜୟନ୍ତି ବେହେରା, ବିଦ୍ୟାଳୟ ପୂର୍ବତନ ଶିକ୍ଷକ ଜୟରାମ ନାୟକ, ଭାରତୀୟ ରେଳ ବିଭାଗରୁ ବିଭୂତି ଭୂଷଣ ପଢିଆରୀ, ଗ୍ରାମ ସଭାପତି ସୂର୍ଯ୍ୟନାରାୟଣ ନାହକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥିଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ବାର୍ଷିକ ଉତ୍ସବ ବିବରଣି ପଠନ କରାଯାଇଥିଲା । ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ଏବଂ ଗ୍ରାମର ଯୁବକ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭ୍ୟ ସମାଜର ମାପକାଠି ହେଉଛି ଶିକ୍ଷା ଓ ସଂସ୍କୃତି । ଶିକ୍ଷା ହେଉଛି ଆଲୋକର ପ୍ରତୀକ ଓ ଅଶିକ୍ଷା ହେଉଛି ଅନ୍ଧକାରର ପ୍ରତୀକ । ଯେଉଁ ଦେଶର ନାଗରିକ ମାନେ ଯେତେ ଶିକ୍ଷିତ, ସେ ଦେଶରେ ସଭ୍ୟତା ସେତେ ଉନ୍ନତ । ଏସବୁ ଶିକ୍ଷାଲାଭ ଦ୍ୱାରା ହିଁ ସମ୍ଭବ ହୋଇଥାଏ । ତେଣୂ ବିଦ୍ୟାଳୟରେ ପ୍ରକୃତ ମଣିଷ ଗଠନ ସାଙ୍ଗକୁ ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ପ୍ରଭୃତି ପ୍ରଦାନ କରାଯାଇଥାଏ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାଗ୍ୟଲତା ପଣ୍ଡା, ସହକାରୀ ଶିକ୍ଷୟତ୍ରୀ ମନସ୍ୱିନୀ ପାତ୍ର, ଉଷାରାଣୀ ସାହୁ, ସୁଜତା କୁମାରୀ ପଣ୍ଡା, ପୁନମ କୁମାରୀ ପ୍ରଧାନ ସାଙ୍ଗକୁ ଛାତ୍ରଛାତ୍ରୀ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ବୃନ୍ଦ, ଗ୍ରାମ୍ୟ ପରିଚାଳନା କମିଟି ବୃନ୍ଦ, ମାତୃ ଶିକ୍ଷକ ମଞ୍ଚ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପୁଡୁଗେଶ୍ୱର ପଲ୍ଲୀ ଗ୍ରମବାସୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚେଷଣ କରାଯାଇଥିଲା ।