Aska Banik Sangha felicitates meritorious in general sessionAska Banik Sangha felicitates meritorious in general session

ଆସିକା,୨୮/୧୧ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ସହର କଳିଙ୍ଗରୋଡ ବଣିକ ସଂଘ ନିଜସ୍ୱ ସଭା ଗୃହ ଠାରେ ଏକ ସାଧାରଣ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ବଣିକ ସଂଘ ସଭାପତି ଅରୁଣ କୁମାର ଗୁପ୍ତାଙ୍କ ସଭାପତିତ୍ୱରେ ଅଧିବେଶନ ହୋଇଥିବା ବେଳେ ପୂର୍ବତନ ସଭାପତି ଇଂ.ଅରୁଣ କୁମାର ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅଧିବେଶନରେ ବଣିକ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇଥିବା ବେଳେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଗତ ଅନେକ ବର୍ଷ ଧରି ଆସିକା ବଣିକ ସଂଘ ଅଚଂଳରେ ଅନେକ ଗୁରୁଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଗକୁ ମଧ୍ୟ ମଧ୍ୟ ବିକାଶ ମୂଳକ କାର୍ଯ୍ୟ ଦିଗ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବ ବୋଲ ଅଧିବେଶନରେ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ଚଳିତ ବର୍ଷ ଆସିକା ବ୍ଲକ ମେଟ୍ରିକରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ବଣିକ ସଂଘ ପକ୍ଷରୁ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିଭଳି ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ ୬୮ ନମ୍ବର ର‌୍ୟାଙ୍କ ସ୍ଥାନ ରଖିଥିବା ଆସିକା ବାଣିବୀହାର ସ୍ଥିତ ଅବସରପ୍ରାପ୍ତ ଶିକ୍ଷକ ମିହିରକାନ୍ତ ମହାପାତ୍ର ଓ ଶିକ୍ଷୟତ୍ରୀ ସବିତା ତ୍ରିପାଠୀଙ୍କ ଝିଅ ରଚିତା ମହାପାତ୍ରଙ୍କୁ ମଧ୍ୟ ସମ୍ଭର୍ଦ୍ଧନା ଜ୍ଞାପନ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆସିକା ବଣିକ ସଂଘ ସମ୍ପାଦକ ସିମାଚଂଳ ପରିଡା ସମ୍ପାଦକୀୟ ବିବରଣି ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ମନୋଜ କୁମାର ମୁନୀ, ଉପସଭାପତି ୟୁ.ସଞ୍ଜୟ କୁମାର ପାତ୍ର, ଶ୍ୟାମସୁନ୍ଦର ପାଢି, କେ.ସତ୍ୟନାରାୟଣ ପାତ୍ର, ରାଜା ପାତ୍ର, ଶ୍ରୀନିବାସ ପାତ୍ର, ଦେବାଶିଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

You missed