Free Blood Donation and Health Camp by Ganesh Puja Committee of Babanpur Manas MandapFree Blood Donation and Health Camp by Ganesh Puja Committee of Babanpur Manas Mandap

ଆସିକା,୯/୯ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ପଞ୍ଚାୟତ ଠାରେ ଆଜି ମାନସ ମଣ୍ଡପ ଗଣେଶ ପୂଜା କମିଟି ପକ୍ଷରୁ ମାଗଣା ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି ଶିବିର ଯୁବ ବିଜେପି ନେତା କାହ୍ନା ନାୟକଙ୍କ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବାବନପୁର ସରପଚଂ ସଞ୍ଜୟ କୁମାର ନାୟକ, ଆସିକା ନିର୍ବାଚନ ମଣ୍ଡଳୀ କଂଗ୍ରେସ ସାଂସଦ ପ୍ରତିନିଧି ଦେବକାନ୍ତ ଶର୍ମା, ଯୁବ ସମାଜସେବୀ ସୁନିଲ କୁମାର ନାୟକ, ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ସାଗର ସାବତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ଦେଇ ସ୍ୱାଗତ କରାଯାଇଥିଲା । ଏହାପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ ସାଙ୍ଗକୁ କାର୍ଯ୍ୟକ୍ରମକୁ ଶୁଭାରମ୍ଭ ଦିଆ ଯାଇଥିଲା ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାନସ ମଣ୍ଡପ ଗଣେଶ ପୂଜା କମିଟି ପକ୍ଷରୁ ଏକ ନିଆରା ଢଙ୍ଗରେ ଗଣେଶ ପୂଜା ପାଳନ ସହିତ ଲୋକଙ୍କ ସେବା ମନୋବୃତି ନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ବାବନପୁର ପଞ୍ଚାୟତ ସାଙ୍ଗକୁ ଏହାର ଆଖପାଖ ଅଞ୍ଚଳରୁ ଶତାଧିକ ସ୍ୱେଚ୍ଚାସେବୀ ଶିବିରରେ ଯୋଗ ଦେଇ ସ୍ୱେଚ୍ଚାକୃତ ରକ୍ତଦାନ ଓ ମାଗଣାରେ ସ୍ୱାସ୍ଥ୍ୟ ପରିକ୍ଷା ସହ ରୋଗୀଙ୍କ ନାମ ପଞ୍ଜିକରଣ କରାଯାଇ ଚକ୍ଷୁ ପରିକ୍ଷା, ବ୍ଲଡ ପ୍ରେସର ପରିକ୍ଷା, ଡାଇବିଟିସ ପରିକ୍ଷା ପ୍ରଭୃତି କରାଯାଇଥିଲା ।

ବାବନପୁର ଗ୍ରାମରେ ଏଭଳି କାର୍ଯ୍ୟକ୍ରମ ଖୁବ ସୁନ୍ଦର ଏବଂ ସମାଜକୁ ଦିଗଦର୍ଶନ ପ୍ରଦାନ କରିବ ବୋଲି ଆସିକା ନିର୍ବାଚନ ମଣ୍ଡଳୀ କଂଗ୍ରେସ ସାଂସଦ ପ୍ରତିନିଧି ଦେବାକାନ୍ତ ଶର୍ମା ତାଙ୍କ ପ୍ରତିକ୍ରିୟା ରଖିଥିଲେ । ସେହିଭଳି ବାବନପୁର ସରପଞ୍ଚ ତଥା ଗଡ୍ (ଗ୍ରୀନ ଅର୍ଗାନିକ ଡିଭେଲପମେଟଂ ) ପ୍ରତିଷ୍ଠାତା ସଞ୍ଜୟ କୁମାର ନାୟକ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଯୁବକ ମାନଙ୍କ ସମାଜ ସଂସ୍କାର କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ । ଗଣେଶ ପୂଜା ଅବସରରେ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ପରିକ୍ଷା ଭଳି କାର୍ଯ୍ୟକ୍ରମ ବେଶ ଆନନ୍ଦ ସାଙ୍ଗକୁ ଗ୍ରାମବାସୀଙ୍କୁ ଆକୃଷ୍ଟ କରିଥିଲା । ଏଭଳି ମହତ କାର୍ଯ୍ୟ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଯୁବ ବ୍ୟବସାୟୀ ସାଗର ସାବତ ମତବ୍ୟକ୍ତ କରିଥିଲେ । ଶେଷରେ ଏହି ଶିବିରରେ ଯୁବ ନେତା କାହ୍ନା ନାୟକ ସମାଜରେ ଭାଇଚାରା ସୃଷ୍ଟି କରିବା ସହିତ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥବା କହିଥିଲେ ।

ଏହି ଶିବିରରେ କବାଡି ଖେଳାଳୀ ତଥା ଯୁବ ପ୍ରଶିକ୍ଷକ ଦିଲ୍ଲୀପ ନାୟକ, ସୁନିଲ କୁମାର ସାହୁ, କୃଷ୍ଣ ଖଣ୍ଡୁଆଳ, ଗଙ୍ଗା ପଣ୍ଡା, ଘନଶ୍ୟାମ ନାୟକ, ସୋନୁ ମହାରଣା, ଜଗନ ସାହୁ, ଗୋବିନ୍ଦ ଜେନା, ଲକ୍ଷ୍ମଣ ପ୍ରଧାନ, ଶ୍ୟାମ ପଣ୍ଡା, କୈଳାଶ ନାୟକ, ରାହୁ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।