ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

0 676

ବ୍ରହ୍ମପୁର, ୨୯/୮ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆମ୍ବପୁଆ ରୋଡ ସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟ କନଫରେନ୍ସ ହଲ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଆଇନ ମହାବିଦ୍ୟାଳୟ ନିର୍ଦ୍ଦେଶକ ଡଃ.ବିନାୟକ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ଶିବିର ଆୟୋଜିତ ହୋଇଥିବା ବେଳେ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ଜେନା କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ।

ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁ, ସଦସ୍ୟ ଟି.କେ.ରେଡ୍ଡି , ଡଃ.ମୀନାକ୍ଷି ଦେବୀ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅତିଥି ଅଧ୍ୟାପକ ଡଃ.ଶ୍ୟାମାକାନ୍ତ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଆଇନଜୀବୀ ଅନିଲ ପ୍ରଧାନ, ସହକାରୀ ପ୍ରଫେସର ଡଃ.ତ୍ରିଲୋଚନ ଲେଙ୍କା, ସହକାରୀ ପ୍ରଫେସର ଲୋକନାଥ ପାତ୍ର, ଏସ.ସୁଦର୍ଶନ ରାଧା ପ୍ରମୁଖ ଶିବିର ଯୋଗ ଦେଇ ଉଚ୍ଚ ଓ ଉଚ୍ଚତମ ନ୍ୟାୟାଳୟରେ ଆଧୁନିକ ଜ୍ଞାନ କୈାଶଳ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦ୍ୱାରା ବିଭିନ୍ନ କାର୍ଯ୍ୟକୁ ସରଳୀକରଣ, ଏହାର ବ୍ୟବହାର ଏବଂ ଭିଡିଓ କନଫରେନ୍ସର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।

ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର । ଏଠି ପ୍ରଣୟନ କରାଯାଉଥିବା ପ୍ରତ୍ୟେକ ଆଇନ, ନିୟମ ଓ ନିର୍ଦ୍ଧେଶନାମା ଜନମଙ୍ଗଳ ତଥ୍ୟ ସାମାଜିକ କଲ୍ୟାଣ ପାଇଁ ଉଦ୍ଧିଷ୍ଟ । ଏହା ବ୍ୟତୀତ ଆମ ଦେଶରେ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ କେତେକ ମୈାଳିକ ଅଧିକାର ମଧ୍ୟ ଦେଇଛି । ଆଇନ ଆଗରେ, ସମାନତା ଏବଂ ସମସ୍ତଙ୍କୁ ସମାନ ଆଇନଗତ ସୁରକ୍ଷା ଉପଲବ୍ଧ ହେବା ମୈାଳିକ ଅଧିକାରର ଅନ୍ତର୍ଭୁକ୍ତ । ଆର୍ଥିକ କ୍ଷେତ୍ରରେ ଅଥବା ଅନ୍ୟାନ୍ୟ ସାମାଜିକ ସ୍ତରରେ ବୈଷମ୍ୟ ରହିବା ସ୍ୱାଭାବିକ । ଏହି ବୈଷମ୍ୟ କାରଣରୁ କୈାଣସି ବ୍ୟକ୍ତି ନିଜର କୈାଣସି ସାମ୍ବିଧାନିକ ବା ବୈଧିକ ଅଧିକାରରୁ ଯେପରି ବଞ୍ଚିତ ନ ହେଉ ଏବଂ ସମାନ ନ୍ୟାୟିକ ସୁବିଧାରୁ ଯେପରି ବଞ୍ଚିତ ନ ହେଉ, ସେଥିପାଇଁ ଏକ ସ୍ୱତନ୍ତ୍ର ଆଇନଗତ ବ୍ୟବସ୍ଥା କରାଯାଇଥିବା ଶିବିରରେ ଆଲୋଚନା କରାଯାଇଥିଲା ।

ଏହି ଶିବିରରେ ସହକାରୀ ପ୍ରଫେସର ଲୋକନାଥ ପାତ୍ର, ଅନ୍ୟତମ ସହକାରୀ ପ୍ରଫେସର ସୁଦତ୍ତା ରଥ, ସହକାରୀ ପ୍ରଫେସର ଜ୍ୟୋର୍ତିମୟୀ ବରୁହା, ସହକାରୀ ପ୍ରଫେସର ମୋନିସା ବିଶ୍ୱାଳ, ଅନିଲ କୁମାର ପ୍ରଧାନ ସାଙ୍ଗକୁ ଶତାଧିକ ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳୟ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.