କୋଦଳା ଓ ବେଗୁନିଆପଡା ଅଚଂଳରେ ବେଧଡକ ଚାଲିଛି ବେଆଇନ ଚୋରା ମଦ ପ୍ରସ୍ତୁତି

0 572

କୋଦଳା/ ବେଗୁନିଆପଡା,୨୫/୮(ଶୁଣାକଥା) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ କୋଦଳା ଓ ବେଗୁନିଆପଡା ଅଚଂଳରେ ବେଆଇନ ଭାବେ ଚୋରାରେ ବେଧଡକ ଭାବେ ଚାଲିଛି ଦେଶୀ ରନ୍ଧା ମଦ ପ୍ରସ୍ତୁତି କାରାବାର । ଏଥିରେ ବିଭିନ୍ନ ବିଷାକ୍ତ ପଦାର୍ଥ ସାଙ୍ଗକୁ ନିଶା ବଢାଇବା ପାଇଁ ଚେର ମୁଳିକୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।
ଏମିତିକି କୋଦଳା ଓ ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାରଗାଁ, ଖଇରଖମା, ଚିଙ୍ଗୁଡିଘାଇ ସମେତ ଏହାର ଆଖପାଖ ଗ୍ରାମରେ ବେଆଇନ ଚୋରା ଦେଶୀ ରନ୍ଧା ମଦ କାରାବାର ଚାଲୁଥିବା ଜଣାପଡିଛି । ସ୍ଥାନୀୟ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଥିବା ଜଣାପଡିଛି ।

ଦେଶୀ ମଦକୁ କେଉଁଠି ରାସାୟନିକ ରଙ୍ଗ ଦେଇ ଅବାଧରେ ବିଦେଶୀ ମଦ ଆକାରରେ ବିକ୍ରି ହେଉଛି ତ ଆଉ କେଉଁଠି ବେଆଇନ ଭାବେ ମହୁଲ ବଦଳରେ ଗୁଡ, ପିଡିଆ, ବ୍ୟାଟେରୀ ଗୁଣ୍ଡ ଆଦି ମିଶାଇ ମଦକୁ ଅଧିକ ନିଶାଯୁକ୍ତ କରାଇ ଚୋରାରେ ବିକ୍ରି କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହାକୁ ସେବନ କରି ବହୁ ନିରୀହ ଜୀବନ ଯାଉଛି । ଏହା ସହିତ ବେଆଇନ ମଦ ବେପାରରେ ସାମିଲ ମାଫିଆଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଚିତ୍ରକୁ ବାରି ହେଉଛି ।

କୋଦଳା ଓ ବେଗୁନିଆପଡା ଅଚଂଳରେ ଚାଲିଥିବା ବେଆଇନ ଚୋରା ମଦ କାରବାରକୁ ରୋକିବା ନେଇ ବିଭିନ୍ନ ମହଲରେ ଦାବୀ ହେଉଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ଏବେ ବିରାଟ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.