୫ ଟି ଓ ମୋ ଓଡିଶା , ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଆସିକା ଗସ୍ତ : ଟିକେଟ ଲବିରେ ଡଜେନ ଡଜେନ ଆଶାୟୀ ରାସ୍ତାରେ

0 242

ଆସିକା,୧୮/୧୨(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲାର ଆସିକା ନିର୍ବାଚନ ମଣ୍ଡଳୀ ସବୁ ସମୟରେ ଫୋକସରେ ରହୁଛି । ଏହି ନିର୍ବାଚନ ମଣ୍ଡଳୀ ଆସିକା ବ୍ଲକର ୨୭ ଟି ପଚାଂୟତ ଓ କବିସୂର୍ଯ୍ୟନଗର ବ୍ଲକର ୧୨ ପଚାଂୟତକୁ ନେଇ ଗଠିତ । ହେଲେ ପ୍ରତିଥର ଭଳି ଏଥର ବି ଶାସକ ବିଜେଡି ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଦେଲାଣି । ତେବେ ଲଗାତାର ଭାବେ ଶାସକ ବିଜେଡି ହାତରେ ଏହି ଆସନ ରହିଥିବା ବେଳେ ଏବେ ବିଭିନ୍ନ ସଭା, ସମିତି ଓ ନବୀନ ସରକାରଙ୍କ ସଫଳତା କାହାଣୀକୁ ନେଇ ଲୋକଙ୍କ ପାଖରେ ପହଁଚିଲେଣି ।

ବିଜେଡି ଗଠନ ହେବା ଠାରୁ ଆସିକା ନିର୍ବାଚନ ମଣ୍ଡଳୀ ଗୋଟିଏ ଥର ଅର୍ଥାତ ୨୦୦୪ ମସିହା ନିର୍ବାଚନରେ ହାତଛଡା ହୋଇଥିବା ବେଳେ ଅନ୍ୟ ସମୟରେ ଏହି ଆସନ ଶାସକ ବିଜେଡି ହାତରେ ହିଁ ରହିଛି । ଏବେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥର ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ରାଜନୈତିକ ସମୀକ୍ଷକ ଅଙ୍କକଷା ଆରମ୍ଭ କରିଦେଲେଣି । କହିବାକୁ ଗଲେ ଦଳ ଏବେ କାହାକୁ ଭରସା କରୁଛି ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି ।

ଏତିକି ବେଳେ ଆସିକା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜେଡି ମଧ୍ୟରେ ଦଳୀୟ କନ୍ଦଳ ଜଳ ଜଳ ଦିଶୁଛି । ଦଳର ଗୋଟିଏ ଗୋଷ୍ଠି ମା ପୁଅ ହଟାଅ ଆରମ୍ଭ କରିଥିବା ବେଳେ ଆଉ କିଛି ଗୋଷ୍ଠୀ ଖୋଲାଖୋଲି ପ୍ରତିବାଦ କରୁନଥିଲେ ବି ଗୋଳିଆ ପାଣିରେ କଙ୍କଡା ରହିଲା ଭଳି ପଛକୁ ଟାଣି ଧରୁଛନ୍ତି । କହିବାକୁ ଗଲେ ଚଳିତ ୫ ବର୍ଷ ମଧ୍ୟରେ ବିଜେଡିର ଆନ୍ତଃକନ୍ଦଳ ଦାଣ୍ଡରେ ପଡି ହାଟର ଗଡୁଛି । ଦୁଇ ଗୋଷ୍ଠି ବିଜେଡିର ରାଜ୍ୟ ମୁଣ୍ଡିଆଳଙ୍କ ପାଖକୁ ଯାଇ ଶରଣ ପଡୁଛନ୍ତି । ହେଲେ ଦଳ କାହାକୁ ଟିକେଟ ଦେବ ସେନେଇ ଏବେ ବି କିଛି ସ୍ପଷ୍ଟ ହୋଇ ପାରୁନାହିଁ ।

ସେପଟେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ତଥା ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହି ଅବସରରେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଦୁଇ ଦିନିଆ ଗସ୍ତରେ ଆସି ଆସିକା ନିର୍ବାଚନ ମଣ୍ଡଳୀରେ ସମିକ୍ଷା କରି ଫେରିଛନ୍ତି ।

ଏଠାରେ ଟିକେଟ ଆଶାରେ ଡଜେନ ଡଜେନ ବିିଜେଡି କର୍ମୀ ଫୁଲତୋଡା ଧରି ପ୍ରତି ଛକ ଛକ ରାସ୍ତା କଡରେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ମନ ଜିଣିବାକୁ ଦେଖିବାକୁ ମିଳିଥିଲା । ହେଲେ ଏସିଆ ମହାଦେଶର ସର୍ବପୁରାତନ ସହର ଆସିକାର ଉନ୍ନତି ପାଇଁ କର୍ମୀଙ୍କ ଠାରେ ଉଦ୍ୟମ ହେଉନଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.