ଭାରତର ଏହି ମନ୍ଦିରରେ ଗୋଟେ ରାତି ବିତାଇଲେ ହୋଇପାରିବେ ଗର୍ଭବତୀ !

0 269

ଭାରତରେ ପ୍ରତିଟି ଗଳି କନ୍ଦିରେ ରହିଛି ଅନେକ ଦେବାଦେବୀ ମନ୍ଦିର। ଏଣୁ ଏଠାରେ ଭଗବାନଙ୍କ ଆରାଧନାଠାରୁ ଆରମ୍ଭ କରି ତାଙ୍କୁ ନେଇ ଅନେକ ପ୍ରକାରର ଅନ୍ଧବିଶ୍ୱାସ ଦେଖିବାକୁ ମିଳେ। କିଛି ସେମିତି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ। ସ୍ଥାନୀୟବାସୀଙ୍କ ଅନୁଯାୟୀ, ଯେଉଁ ମହିଳାଙ୍କର ସନ୍ତାନ ହେଉନଥାଏ ସେମାନେ ଏହି ମନ୍ଦିରକୁ ଆସି ଏକ ରାତି ଶୋଇବା ଦ୍ୱାରା ଗର୍ଭବତୀ ହୋଇଥାନ୍ତି । ଆସନ୍ତୁ ଜାଣିବା ମନ୍ଦିରର ଏହି ମାନ୍ୟତା ବିଷୟରେ ବିସ୍ତାରରେ।

ସାଧାରଣତଃ ସନ୍ତାନ ପ୍ରାପ୍ତି ପାଇଁ ଉଦ୍ଭୟ ମହିଳା ଏବଂ ପୁରୁଷଙ୍କର ସମାନ ଭାଗିଦାରୀ ରହିଥାଏ । ତେବେ ଡ଼ାକ୍ତରୀ ବିଜ୍ଞାନ ଅନୁଯାୟୀ , ଶୁକ୍ରାଣୁ ସମସ୍ୟା ଯୋଗୁଁ ମହିଳା ନିଃସନ୍ତାନ ହୋଇଥାନ୍ତି। ତେବେ ହିମାଚଳ ପ୍ରଦେଶର ମଣ୍ଡିଠାରେ ସୀମସା ଦେବୀଙ୍କ ମନ୍ଦିର ରହିଛି ଯିଏ ସନ୍ତାନ ଦାତ୍ରୀ ଭାବେ ପ୍ରତିଷ୍ଠିତ । କାରଣ ଲୋକଙ୍କ ବିଶ୍ୱାସ ଅନୁଯାୟୀ, ନିଃସନ୍ତାନ ମହିଳା ଏହି ମନ୍ଦିରର ଚଟାଣରେ ଏକ ରାତ୍ରି ରହିବା ଦ୍ୱାରା ତାଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ। ଏଥିପାଇଁ ପ୍ରତିବର୍ଷ ନବରାତ୍ରୀ ସମୟରେ ହିମାଚଳର ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିୟାନାରୁ ବହୁସଂଖ୍ୟାରେ ମହିଳା ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ରାତ୍ରି ବିତାଇବା ପାଇଁ ଆସିଥାନ୍ତି । ପ୍ରତି ବର୍ଷ ବହୁ ସଂଖ୍ୟାରେ ଦମ୍ପତି ସନ୍ତାନ ପ୍ରାପ୍ତି ପାଇଁଏହି ମନ୍ଦିରକୁ ଆସିଥାନ୍ତି। ଏହି ସମୟରେ ଏକ ବିଶେଷ ଉତ୍ସବ ହୋଇଥାଏ ଯାହାକୁ ସ୍ଥାନୀୟ ଭାଷାରେ ସାଲିନ୍ଦରା କୁହାଯାଇଥାଏ। ସାଲିନ୍ଦରା ଅର୍ଥ ସ୍ୱପ୍ନ ଆସିବା । ସନ୍ତାନ ପ୍ରାପ୍ତି ପାଇଁ ଆସିଥିବା ମହିଳା ମନ୍ଦିରରେ ଶୋଇଥାନ୍ତି ଏବଂ ତାଙ୍କୁ କିଛି ସ୍ୱପ୍ନ ଆସିଥାଏ । ଯାହା ଦ୍ୱାରା ତାଙ୍କର ସନ୍ତାନ ହେବା ସହ ସନ୍ତାନର ଲିଙ୍ଗ ବିଷୟରେ ଜଣାପଡ଼ିଥାଏ ।

ମାନ୍ୟତା ଅନୁଯାୟୀ , ମହିଳାଙ୍କୁ ବିଭିନ୍ନ ପ୍ରକାରର ଫଳମୂଳର ସ୍ୱପ୍ନ ଆସିଥାଏ। ଯେପରିକି, ଅମୃତଭଣ୍ଡା ସ୍ୱପ୍ନ ଦେଖିଥିବା ମହିଳାଙ୍କୁ ପୁତ୍ର ପ୍ରାପ୍ତ ହୋଇଥିବା ବେଳେ ଭେଣ୍ଡି ଦେଖାଯାଇଥିଲେ କନ୍ୟା ପ୍ରାପ୍ତି ହୁଏ । ଯେଉଁ ମହିଳାଙ୍କର ସନ୍ତାନ ହେବ ନାହିଁ ତାଙ୍କର ସ୍ୱପ୍ନରେ ପଥର , ବାଡ଼ି ଆଦି ଦେଖା ଯାଇଥାଏ। ତେବେ ଆଶ୍ଚର୍ଯ୍ୟକର କଥା ଏହି ମନ୍ଦିରକୁ ଆସିଥିବା ସମସ୍ତ ମହିଳାଙ୍କ ସ୍ୱପ୍ନ ଅନୁଯାୟୀ ତାଙ୍କୁ ସନ୍ତାନ ମଧ୍ୟ ପ୍ରାପ୍ତି ହୋଇଥାଏ ।

Leave A Reply

Your email address will not be published.