ଏତେ ଦିନର ଲିଭ୍ ଇନ୍ ପରେ ପ୍ରୀତିଙ୍କୁ ବାହା ହେଲେ ଝିଲିକ୍, ଆପଣ ଜାଣିଛନ୍ତି କି ବାକି ଏହି ସବୁ କଥା…

0 530

ସାରା ଓଡ଼ିଶାରେ ଏବେ ଗୋଟିଏ କଥା । ଯାଜପୁର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ବଧୁ ସାଜିଛନ୍ତି ଓଡ଼ିଆ ଫିଲ୍ମରେ କାମ କରୁଥିବା ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ବିବାହ । ହଁ, ଗତକାଲି ଉଭୟେ ପରସ୍ପରର ଜୀବନସାଥୀ ହୋଇଛନ୍ତି । ଝିଲିକଙ୍କ ମଥାରେ ପ୍ରୀତିର ସିନ୍ଦୁର ଦେଇ ପ୍ରେମିକାକୁ ବଧୁର ପରିଚୟ ଦେଇଛନ୍ତି ପ୍ରୀତିରଞ୍ଜନ । ଆଉ ଏବେ ଉଭୟଙ୍କ ପ୍ରମେ ସମ୍ପର୍କକୁ ନେଇ ଭାରି ଚର୍ଚ୍ଚା ।

ଶୁଣିବାକୁ ମିଳୁଛି ଯେ, ଉଭୟ ଲଭ୍ ବାର୍ଡ ଅନେକ ଦିନ ଧରି ଏକାଠି ରହୁଥିଲେ । ଏପରିକି ଉଭୟେ ଲିଭ୍ ଇନ୍ ରେ ରହୁଥିଲେ , ଉଭୟ ପରିବାର ପକ୍ଷରୁ ଏନେଇ କୌଣସି ଆପତ୍ତି ମଧ୍ୟ ନଥିଲା । ତେବେ ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବା ପ୍ରସ୍ତାବରେ ଦୁଇ ପରିବାର ସହମତି ଦେବାରୁ ଗତକାଲି ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏବେ ପରସ୍ପର ଆଉ ଲିଭ୍ ଇନ୍ କପୁଲ ନୁହେଁ ବରଂ ସ୍ୱାମୀ, ସ୍ତ୍ରୀର ସମ୍ପର୍କ ନେଇ ସଂସାର କରିବେ । ଏଥିପାଇଁ ଆମେ ଓଡ଼ିଆ ଗସିପ୍ ବ୍ୟୁରୋ ପରିବାର ତରଫରୁ ମଧ୍ୟ ଉଭୟଙ୍କୁ ଶେଭେଚ୍ଛା ଓ ଶୁଭକାମନା ଜଣାଉଛୁ ।

ଏବେ ଆପଣଙ୍କ କିଛି ସୂଚନା ଗତକାଲି ନିର୍ବନ୍ଧ ସରୁ ସରୁ ବିଧାୟକ ପ୍ରୀତିରଞ୍ଜନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଝିଲିକ୍ । ହଁ ଆମେ କହୁଛୁ ବଙ୍ଗୀୟ ନାୟିକା ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ସହ ଓଡ଼ିଆ ବିଧାୟକ ପୁଅ ପ୍ରୀତିରଞ୍ଜନଙ୍କ ନୂଆ ସଂସାରର କଥା । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଓରଫ୍ ଡ୍ୟାନିଙ୍କ ସହ ଝିଲିକଙ୍କ ନିର୍ବନ୍ଧ, ବାହାଘର ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଥିବା ବେଳେ ଏବେ ସବୁଠି ଚର୍ଚ୍ଚା ଯେ, ଯୋଡ଼ି ହେବ ତ ଏମିତି । ଏପରିକି ସେମାନେ ମଧ୍ୟ କହୁଛନ୍ତି ତୋର ମୋର ଯୋଡ଼ି ସୁନ୍ଦର ।

ସୂଚନା ଥାଉ କି ଗତକାଲି ରାତିରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା । କୁହାଯାଉଥିଲା ଏହା ସେମାନଙ୍କ ନର୍ବନ୍ଧ ବେଳେର । ଏହାର କିଛି ସମୟ ପରେ ଆଉ କିଛି ଫଟୋ ମଧ୍ୟ ବିଜୁଳି ବେଗରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଶୁଣିବାକୁ ମିଳିଥିଲା ଯେ, ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.