ମହାଶକ୍ତିଶାଳୀ ଭୀମଙ୍କୁ କେମିତି ମିଳିଲା ଦଶ ହଜାର ହାତୀର ବଳ ! ଜାଣନ୍ତୁ ଏହାର ରହସ୍ୟ

1 1,631

ମହାଭାରତରେ ଭୀମ ହିଁ ଜଣେ ବ୍ୟକ୍ତି ଯିଏ ସମସ୍ତ କପଟୀ କୌରବକୁ ପରାଜିତ କରିଥିଲେ । ମହାବଳଶାଳୀ ଭୀମଙ୍କ ବିଷୟରେ କାହାକୁ ବା ଅଜଣା । ଭୀମ ଥିଲେ ଅତ୍ୟଧିକ ଶକ୍ତିଶାଳୀ । ତାଙ୍କ ସହ ଯୁଦ୍ଧ କରିବା ପାଇଁ ସମସ୍ତେ ଡରୁଥିଲେ । ଦଶ ହଜାର ହାତୀର ବଳ ପରି ଥିଲା ତାଙ୍କ ବଳ । ପାଂଚ ପାଣ୍ଡବ ମଧ୍ୟରେ ଭୀମ ଥିଲେ ସବୁଠାରୁ ଶକ୍ତିଶାଳୀ । ଆଉ ପାଣ୍ଡବଙ୍କ ମଧ୍ୟରୁ ସେ ଥିଲେ ଅଧିକ ଆକ୍ରାମକ । ଭୀମ ଭାସ୍କର, କୀଚକ ଓ ଜରାସନ୍ଧଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ ।

ପବନ ପୁତ୍ର ଭୀମଙ୍କ ପାଖରେ ଥିଲା ଦଶ ହାତୀର ବଳ । ତେବେ ଆପଣ ଜାଣନ୍ତି କି ଭୀମ ପାଖକୁ ଦଶ ହଜାର ହାତୀର ବଳ କେଉଁଠୁ ଆସିଲା ? କୁହାଯାଏ ଭୀମଙ୍କ ଜନ୍ମପରେ ଭୁଲରେ ସେ ତାଙ୍କ ମା’ଙ୍କ ହାତରୁ ଖସି ପଡ଼ିଥିଲେ । ତେବେ ଶିଶୁ ଭୀମ ତଳେ ପଡ଼ିଯିବା ପରେ କୁନ୍ତି ଡରିଯାଇଥିଲେ । କାଳେ ନବଜାତ ଶିଶୁକୁ କିଛି ହୋଇଯିବ । କିନ୍ତୁ ନବଜାତ ଭୀମଙ୍କୁ କିଛି ହେବା ପରିବର୍ତ୍ତେ ଚାରି ଶହ ଯୋଜନା ଯୁକ୍ତ ଶତଶୃଙ୍ଗ ଗିରି ରସାଗତ ହୋଇଗଲା । ଭୀମଙ୍କ ଓଜନ ନସହିପାରି ରସାତଳ ହୋଇଯାଇଥିଲା ଶତଶୃଙ୍ଗ ଗିରି । ପର୍ବତ ଉପରେ ପଡ଼ି ନବଜାତ ଭୀମ କାନ୍ଦୁଥିଲେ ଆଉ ସେହି ସମୟରେ ଏକ ମହାବଳ ବାଘ ଗର୍ଜନ କରି ଦୌଡ଼ି ଆସଲା । ଆଉ ଶିଶୁ ଭୀମ ବାଘକୁ ଶକ୍ତ ଗୋଇଠା ମାରିଥିଲେ । ଆଉ ଭୀମଙ୍କ ଗୋଇଠା ସହି ନପାରି ବାଘ ମୃତ୍ୟୁ ବରଣ କରିଥିଲା ।

ଏହା ବ୍ୟତୀତ ଭୀମଙ୍କ ବାମ ପାଦ ବାଜି ଶତଶୃଙ୍ଗ ଗିିରି ୧୦ ଯୋଜନ ପଯ୍ୟନ୍ତ ଭାଙ୍ଗିଗଲା । ତେବେ ଶତଶୃଙ୍ଗ ଗିରି ଏଥିରେ ରାଗି ଯାଇଥିଲେ ଏବଂ ଭୀମ ପାଦରେ ପ୍ରହାର କରିଥିବାରୁ ଶିଶୁ ଭୀମଙ୍କୁ ଅଭିଶାପ ଦେଇଥିଲେ ତୁ ପ୍ରଥମ ଯୁଦ୍ଧରେ ହାରିବୁ । ତେବେ ବାଳୁତ ଭୀମ ଅଜାଣତରେ ଏପରି କରିଥିବାରୁ ମା କୁନ୍ତୀ, ଶତଶୃଙ୍ଗ ଗିିରିକୁ ଅନୁରୋଧ କଲେ ଅଭିଶାପ ଖଣ୍ଡନ କରିବାପାଇଁ । ଶତଶୃଙ୍ଗ ଗିରି କୁନ୍ତୀଙ୍କ ଅନୁରୋଧ ପରେ ଶାନ୍ତ ପଡ଼ିଥିଲେ ଏବଂ ସେ ଆଶିର୍ବାଦ ଦେଲେ ଯେ ଭୀମ ପ୍ରଥମ ଯୁଦ୍ଧରେ ହାରିବ କିନ୍ତୁ ଦ୍ୱିତୀୟ ଯୁଦ୍ଧରେ ତା ଦେହକୁ ଆସିଯିବ ଦଶ ହଜାର ହାତୀର ବଳ । ଆଉ ତାଙ୍କୁ ହରାଇବା ଅସମ୍ଭବ ହୋଇଯିବ ।

1 Comment
  1. http://9eleven.info says

    My family members every time say that I am wasting my time here at net, however I know I am getting familiarity every day by reading
    such good articles or reviews.

Leave A Reply

Your email address will not be published.